ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ-୨୦୧୬

10007334_948298188548090_4052516096411646179_oପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା “ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛିା ଓଡ଼ିଶାର ଯୁବସମାଜ ମଧ୍ୟରେ ଦୁଃସାହସିକତା, ଶୃଙ୍ଖଳାବୋଧ ତଥା ନେତୃତ୍ୱ ପରିଚାଳନାର ପରାକାଷ୍ଠା ବିକଶିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ପ୍ରକାଶ କରିଛନ୍ତିା ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧.୩୦ ମିନିଟ ସମୟରେ ରାଜ୍ୟ ସଚିବାଳୟଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନର ଶୁଭାରମ୍ଭ କରିବୋ ଏହି ଅବସରରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ପ୍ରଥମ ମହିଳା ଭାରତୀୟ ଏଭେରେଷ୍ଟ ଆରୋହଣକାରୀ ପଦ୍ମଶ୍ରୀ ବଛେନ୍ଦ୍ରୀ ପାଲ୍, ପଦ୍ମଶ୍ରୀ ପ୍ରେମଲତା ଅଗ୍ରଓ୍ୱାଲ୍, ବିଭାଗୀୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଓ ଟାଟା ଷ୍ଟିଲ୍ର ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ରହି ଅଭିଯାତ୍ରୀଙ୍କୁ ଉତ୍ସାହିତ କରିବୋ
“ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ-୨୦୧୬’ର ଚୂଡାନ୍ତ ପର୍ଯ୍ୟାୟରେ ଉତ୍ତରାଖଣ୍ଡ ରାଜ୍ୟର ୧୯ହଜାର ୧୦୦ ଫୁଟ(୫୮୧୯ ମିଟର) ଉଚ୍ଚତା ବିଶିଷ୍ଟ ରୁଦୁଗେରା ଶୃଙ୍ଗ ଆରୋହଣ ସେପେଫମ୍ବର ୨୦ରୁ ଅକେଫାବର ୫ ମଧ୍ୟରେ ଅନୁଷ୍ଠିତ ହେବା ପୂର୍ବରୁ ଆୟୋଜିତ ତିନୋଟି ପ୍ରସ୍ତୁତି ଶିବିରରୁ ମନୋନୀତ ୯ ଜଣ ଯୁବକ ଓ ୬ ଜଣ ଯୁବତୀ ଏହି ଅଭିଯାନରେ ଅଂଶଗ୍ରହଣ କରିବୋ ଏହି ଅଭିଯାନ ଟାଟା ଷ୍ଟିଲ୍ ଆଡ୍ଭେଞ୍ଚର ଫାଉଣ୍ଡେସନ ଓ କିମ୍ବଦନ୍ତୀ ପର୍ବତାରୋହୀ ବଛେନ୍ଦ୍ରୀ ପାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବାକୁ ଯାଉଛିା ପ୍ରଥମ ପ୍ରସ୍ତୁତି ଶିବିର ଗତ ବର୍ଷ ଡିସେମ୍ବର ମାସରେ ପଶ୍ଚିମ ବଙ୍ଗର ଦାର୍ଜିଲିଂ ସ୍ଥିତ ସାଣ୍ଡାକ୍ଫୁ(୧୨ ହଜାର ପୁଟ୍)ଠାରେ ଅନୁଷ୍ଠିତ ହୋଇଥ#ଲାା ବିଭିନ୍ନ ଜିଲ୍ଲାରୁ ଆବେଦନ କରିଥ#ବା ୧୨୫ ଜଣ ଯୁବକଯୁବତୀଙ୍କ ମଧ୍ୟରୁ ୪୧ ଜଣଙ୍କୁ ପ୍ରଥମ ପ୍ରସ୍ତୁତି ଶିବିର ପାଇଁ ମନୋନୀତ କରାଯାଇଥ#ଲାା ପ୍ରତିକୂଳ ପରିସ୍ଥିତି ତଥା ଅତ୍ୟଧ#କ ଥଣ୍ଡାରେ ଖାପ ଖୁଆଇ ଶାରୀରିକ ଓ ମାନସିକ ସ୍ତରରେ ଅଭିଯାତ୍ରୀମାନେ ନିଜକୁ ପ୍ରସ୍ତୁତ କରିବା ଏହି ଶିବିରର ମୂଳ ଲକ୍ଷ୍ୟ ଥ#ଲାା ଦ୍ୱିତୀୟ ଶିବିର ବାଲେଶ୍ୱର ଜିଲ୍ଲାର ପଞ୍ଚଲିଙ୍ଗେଶ୍ୱରଠାରେ ଆୟୋଜିତ ହୋଇଥ#ଲାା ଏହି ଶିବିରରେ ରକ୍କ୍ଲାଇମ୍ବିଂ, ରାଫେଲିଂ ତଥା ଅନ୍ୟାନ୍ୟ ଦୁଃସାହସିକ କୌଶଲ ଶିକ୍ଷା ଦିଆଯାଇଥ#ଲାା ଏଥ#ରୁ ଉତ୍ତୀର୍ଣ୍ଣ ୨୫ ଜଣ ଯୁବକଯୁବତୀଙ୍କୁ ତୃତୀୟ ଶିବିରରେ ଯୋଗଦେବାକୁ ସୁଯୋଗ ମିଳିଥ#ଲାା ଏହି ତୃତୀୟ ଅର୍ଥାତ୍ ପ୍ରାକ୍ ଅଭିଯାନ ଶିବିର ଉତ୍ତରାଖଣ୍ଡର ଦୟାରା ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ବଛେନ୍ଦ୍ରୀ ପାଲ ଓ ପ୍ରେମଲତା ଅଗ୍ରଓ୍ୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥ#ଲାା ଏହି ଶିବିରରୁ ମନୋନୀତ ୯ ଜଣ ଯୁବକ ଓ ୬ ଜଣ ଯୁବତୀ ବର୍ତ୍ତମାନ ଅନୁଷ୍ଠିତ ହେବାକୁ ଥ#ବା ରୁଦୁଗେରା ଶୃଙ୍ଗ ଆରୋହଣ ପାଇଁ ଉତ୍ତରାଖଣ୍ଡ ଗସ୍ତ କରିବୋ ପ୍ରଥମ ପ୍ରସ୍ତୁତି ଶିବିରରୁ ଚୂଡାନ୍ତ ପର୍ଯ୍ୟାୟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି ବୋଲି କ୍ରୀଡା ଓ ଯୁବସେବା ନିର୍ଦ୍ଦେଶକ ଶ୍ରୀ ଅନନ୍ତ କିଶୋର ଜେନା ଜଣାଇଛନ୍ତିା

Share in top social networks!