ଏମ୍ସ ହସ୍ପିଟାଲରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ରକ୍ତଦାନ ଶିବିର

ଏମ୍ସ ହସ୍ପିଟାଲ ବ୍ଲଡ ବ୍ୟାଙ୍କ, ଭୁବନେଶ୍ୱର ଓ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପଚାଶରୁ ଅଧିକ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏମ୍ସ, ଭୁବନେଶ୍ୱରର ନିଦେ୍ର୍ଦଶକ ଡକ୍ଟର ଏ.କେ. ମହାପାତ୍ରଏହି ଶିବିରକୁ ଉଦ୍ଘାଟନ କରିଥିଲେ ଏବଂ ରକ୍ତଦାନର ମହତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଡକ୍ଟର ଦିଲ୍ଲୀପ କୁମାର ପରିଡ଼ା, ଡକ୍ଟର ସୋମନାଥ ମୁଖାର୍ଜୀ, ଡକ୍ଟର ସୌଭାଗ୍ୟ କୁମାର ଜେନା ଓ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ ଏହି ଶିବିର
ପରିଚାଳନା କରାଯାଇଥିଲା।

Share in top social networks!
Powered By Indic IME