ଯାଜପୁର ନିର୍ବାଚନ ମଣ୍ଡଳୀରେ ପଂଚାୟତ ନିର୍ବାଚନ ଉଷ୍ମତା

pranabଦୃଢ ସଂଗଠନକୁ ନେଇ ନିର୍ବାଚନ ଲଢିବ ବିଜେଡି, ଦୁର୍ବଳ ସଂଗଠନକୁ ନେଇ ବିରୋଧିଙ୍କ ଚିନ୍ତା ଯାଜପୁର-(ଅକ୍ଷୟ ରାଉତ) ଆଗାମି ପଂଚାୟତ ନିର୍ବାଚନକୁ ନେଇ ଜିଲାର ରାଜନୀତି ଉଷ୍ମ ହୋଇଥିଲା ବେଳେ ଜିଲାର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଯାଜପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭରି ଯାଇଛି ନିର୍ବାଚନ ଉଷ୍ମତା। ଜିଲା ମୁଖ୍ୟାଳୟ ନିର୍ବାଚନ ମଣ୍ଡଳୀ ଭାବେ ଯାଜପୁର ନିର୍ବାଚନ ମଣ୍ଡଳୀର ଗୁରୁତ୍ୱ ସର୍ବାଧିକ। ଏହି ନିର୍ବାଚନ ମଣ୍ଡଳୀରେ ଯାଜପୁର ବ୍ଲକ ଓ ଦଶରଥପୁର ବ୍ଲକ ସାମିଲ। ଏହି ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି ରାଜ୍ୟର ଅନ୍ୟତମ ମହାନ ରାଜନେତା ଅଶୋକ ଦାସଙ୍କ ସୁପୁତ୍ର ପ୍ରଣବପ୍ରକାଶ ଦାସ।

ପ୍ରଣବପ୍ରକାଶ ବର୍ତମାନ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲାବେଳେ ସରକାରରେ ଅନ୍ୟତମ ପ୍ରଭାବଶାଳି ମନ୍ତ୍ରୀ ତଥା ଯୁବନେତା ଭାବେ ଚର୍ଚ୍ଚାର ପରିସରରେ ରହିଛନ୍ତି। ଶକ୍ତି ମନ୍ତ୍ରୀ ଭାବେ ରାଜ୍ୟ ରାଜନୀତିରେ ଶକ୍ତି ପ୍ରଦର୍ଶନ କରୁଥିଲାବେଳେ ବବି ଜିଲା ରାଜନୀତିରେ ମଧ୍ୟ ନିଜ ଶକ୍ତି ପ୍ରଦର୍ଶନରେ ପଛରେ ନାହାନ୍ତି। ବରିଷ୍ଠଙ୍କ ଠାରୁ ଆରମ୍ଭ କରି ଜଣେ ଅତି ସାଧାରଣ କର୍ମୀଙ୍କ ସହିତ ମିଶିଯିବା ବବିଙ୍କ ରାଜନୀତିର ଅନ୍ୟତମ ବିଶେଷ ଗୁଣ। ଏହି ଗୁଣ ଯୋଗୁ ନିର୍ବାଚନ ମଣ୍ଡଳୀରେ ବବିଙ୍କ ଲୋକପ୍ରିୟା
ସର୍ବାଧିକ।

ଏହି ନିର୍ବାଚନ ମଣ୍ଡଳୀର ଯୁବ ଗୋଷ୍ଠିଙ୍କ ଉପରେ ବବିଙ୍କ ବ୍ୟାପକ ପ୍ରଭାବ। ଜିଲା ସ୍ତରରେ ବିଗତ ଦିନରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବେଶ ସଫଳତାର ସହିତ ଆୟୋଜନ କରିଛନ୍ତି ବବି ଜଣେ ସଫଳ ବିନ୍ଧାଣୀ ଭାବେ। ନିଜ ଯୁବ ଶକ୍ତିଙ୍କୁ ଲଗାଇ ସବୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ପାରଦର୍ଶିତା ଦେଖାଇଥିବା ବବି ଆଗାମି ନିର୍ବାଚନକୁ ନେଇ ଦଳ ସହିତ ନିଜକୁ ବେଶ ପ୍ରସ୍ତୁତ କରିସାରିଲେଣି। ନିଜର ଦୃଢ ସଂଗଠନକୁ ନେଇ ଏହି ନିର୍ବାଚନରେ ଦଳକୁ ସଫଳ କରିବାକୁ ବେଶ ତତ୍ପରତା ଦେଖାଇଲେଣି ବବି। ପ୍ରତି ରବିବାର ନିଜ ବାସଭବନରେ ମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲାବେଳେ ସେହିଦିନ ହଜାରହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥାଏ।

ସବୁ ପଂଚାୟତରୁ ଆସିଥିବା ଜନସାଧାରଣଙ୍କ ସମସ୍ୟାକୁ ବ୍ୟକ୍ତିଗତ ଭାବେ ଶୁଣି ଏହାକୁ ସମାଧାନ କରିବାକୁ ଯନôଶୀଳ ହୋଇ ଥାଆନ୍ତି ସେ। ଏହା ସହିତ ବ୍ୟକ୍ତିଗତ ଭାବେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାକୁ ତର୍ଜମା କରିବା ସହିତ ସମାଧାନ କରୁଥିବା ଦେଖିବାକୁ ମିଳିଥାଏ। ନିଜର ସରକାରୀ ଗାଡି ଥିଲେମଧ୍ୟ ବହୁ ସମୟରେ ନିର୍ବାଚନ ମଣ୍ଡଳୀରେ ବାଇକ୍ ଧରି ବୁଲିବା ଓ ଛକବଜାରରେ ରହି ସାଧାରଣ ଲୋକଙ୍କ ସହିତ ମିସିବା ତାଙ୍କ ରାଜନୀତିର ଅନ୍ୟତମ ଦୀଗ ବୋଲି ଆଲୋଚନା ହୁଏ। ଏହି ନିର୍ବାଚନ ମଣ୍ଡଳୀର ଯାଜପୁର ବ୍ଲକ ୨୬ଟି ପଂଚାୟତକୁ ନେଇ ଗଠନ ହୋଇଥିଲାବେଳେ ସେଥିମଧ୍ୟରୁ ୮ଟି ପଂଚାୟତ ବରୀ ନିର୍ବାଚନ ମଣ୍ଡଳୀରେ ଅର୍ନ୍ତଭୁକ୍ତ। ଅବଶିଷ୍ଠ ୧୮ଟି ପଂଚାୟତ ଯାଜପୁର ନିର୍ବାଚନ
ମଣ୍ଡଳୀରେ ଅର୍ନ୍ତଭୁକ୍ତ ଅଛି। ଆଗାମି ପଂଚାୟତ ନିର୍ବାଚନରେ ଯାଜପୁର ନିର୍ବାଚନ ମଣ୍ଡଳୀରେ ଥିବାଏହି ୧୮ଟି ଯାକ ପଂଚାୟତରେ ବିଜେଡି ବିଜୟ ବାନା ଉଡାଇବ ବୋଲି ଦଳ ମଧ୍ୟରେ ବ୍ୟାପକ ଚର୍ଚ୍ଚା। ସବୁ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମାପନ କରୁଥିବା ବେଳେ ଓ ନିର୍ବାଚନ ମଣ୍ଡଳୀରେ ନିଜ ସଂଗଠନକୁ ବେଶ ଦୃଢ କରିଥିବା ବବିଙ୍କ ପକ୍ଷରେ ଏହା ଅସମ୍ଭବ ନୁହେଁ ବୋଲି ବିରୋଧି ମଧ୍ୟ କହୁଥିବା ଶୁଣିବାକୁ ମିଳେ। ନିଜ ସଂଗଠନର ବଳ ସହିତ ନିଜ ସମୟରେ ବିଭିନ୍ନ ପଂଚାୟତର ବିକାଶ ମୂଳକ କାର୍ଯ୍ୟକୁ ମଧ୍ୟ ନିର୍ବାଚନରେ ଅସ୍ତ୍ର କରିବ ବିଜେଡି। ଏହି ଛୋଟ ସହରର ବିଭିନ୍ନ ରାସ୍ତା ଘାଟର ବିକାଶ ହେବା ସହିତ ବହୁ ଗୁଡିଏ ଯୋଜନାର ଶୁଭାରମ୍ଭ ମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି।

ଯାହାର ସୁଫଳ ଆଗାମି ଦିନରେ ଜନସାଧାରଣ ଅନୁଭବ କରିପାରିବେ। ସଂଗଠନ ସହିତ ବିକାଶକୁ ନେଇ ନିର୍ବାଚନରେ ବିଜେଡି ସଫଳ ହେବ ବୋଲି ଦଳୀୟ ନେତା ଓ କର୍ମୀ ଦୃଢୋକ୍ତି ବାଢୁଥିଲାବେଳେ ଯାଜପୁର ନିର୍ବାଚନ ମଣ୍ଡଳୀ ଅଧିନ ଯାଜପୁର ବ୍ଲକରେ ବିରୋଧି ପ୍ରଭାବ ଶୂନ୍ୟ। ବିରୋଧି ଦଳରେ ଥିବା କଂଗ୍ରେସ ହେଉ ଅବା ବିଜେପି ଉଭୟଙ୍କ ଦୟନୀୟ ସ୍ଥିତି ଏହି ନିର୍ବାଚନ ମଣ୍ଡଳୀରେ। ବିଭିନ୍ନ ସରକାରୀ ବିରୋଧି ଆନେ୍ଦାଳନରେ ଏହି ଉଭୟ ଦଳର ବଳ ଦେଖିବାକୁ ମିଳିସାରିଛି।

ହାତଗଣତି କିଛି କର୍ମୀ ଓ ନେତାଙ୍କୁ ନେଇ ଲଢେଇ କରିବାକୁ ରାସ୍ତାକୁ ଓହ୍ଲାଉଥିବା ଏହି ଦଳ ବେଶ ଲୋକ ହସା ହୋଇଛି ବହୁ ସମୟରେ। ପ୍ରତିବାଦ ବେଳେ ଦଳର ସମର୍ଥକଙ୍କ ଭିଡ ସାଧାରଣ ଭୋଟରଙ୍କ ଉପରେ ପ୍ରଭାବ ପକାଉଥିଲାବେଳେ ଏହି ଉଭୟ ଦଳର ପ୍ରତିବାଦ ଗୁଡିକରେ ନଗଣ୍ୟ ଜନସମାଗମ ଦେଖି ଜନସାଧାରଣ ଏହି ଉଭୟ ଦଳଠାରୁ ଦୂରେଇ ଯାଉଥିବା ନେଇ ଚର୍ଚ୍ଚା। ତଥାପି ନିର୍ବାଚନକୁ ଆଉ କିଛିମାସ ରହିଥିଲାବେଳେ ରାଜ୍ୟ ରାଜନୀତିର ପ୍ରବାବଶାଳି ଯୁବନେତାଙ୍କ ନିର୍ବାଚନ ମଣ୍ଡଳୀର ବଳଶାଳି ଦଳ ବିରୁଦ୍ଧରେ ଉଭୟ ଦଳ କି ରଣନୀତି କରି ପ୍ରତିଦ୍ୱନ୍ଦିତା କରିବା ତାକୁ ନେଇ ସାଧାରଣରେ ସଂଦେହ ଭରି ରହିଛି। ଗୋଟିଏ ପଟେ ବିରୋଧି ପ୍ରଭାବଶୂନ୍ୟ ତ ଅନ୍ୟପଟେ ବିକାଶମୂଳକ କାର୍ଯ୍ୟ ସହିତ ଦୃଢ ସଂଗଠନ ଯାଜପୁର ବ୍ଲକରେ ବିଜେଡିକୁ ସଂପୂର୍ଣ୍ଣ ସଫଳ କରିବ ବୋଲି ମତ ପ୍ରକାଶ ପାଉଥିଲାବେଳେ ନିର୍ବାଚନର କିଛି ଦିନ ପୂର୍ବରୁ ସ୍ଥତି ସ୍ପଷ୍ଟ ହୋଇଯିବ।କିଛି ବିଜେଡି କର୍ମୀ ମତ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ରାଜନୀତି କ୍ଷେତ୍ରରେ ସେ ଜଣେ ଖେଳୁଆଡ ତାଙ୍କର ଗୋଟି ଚାଳନାରେ ବିରୋଧୀ ଧରାସାହୀ ହେବ। ତାଙ୍କର ଲୋକପ୍ରିୟତା ଆଗରେ ସବୁ ଅଙ୍କ ଭୁଲ ହୋଂଜିବ ବୋଲି ଯୁବ ନେତା ତପନ ମହାନ୍ତି କହିଛନ୍ତ

Share in top social networks!