ଲଣ୍ଡନରେ ତୈଳ କୂପ ନିଲାମୀ ସମ୍ପର୍କିତ ରୋଡ୍ ସୋରେ ଯୋଗ ଦେଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dplondon2କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତରେ ତୈଳ କ୍ଷେତ୍ରରେ ବିଶେଷ ଭାବେ ଆବିଷ୍କୃତ କ୍ଷୁଦ୍ର କୂପରେ ପୁଂଜି ବିନିଯୋଗ କରିବା ପାଇଁ ବ୍ରିଟେନ୍ ର ହାଇଡ୍ରୋକାର୍ବନ୍ ଶିଳ୍ପରେ କାମ କରୁଥିବା ବିଭିନ୍ନ କମ୍ପାନୀର ମୁଖ୍ୟ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଲଣ୍ଡନରେ ଆୟୋଜିତ ଆବିଷ୍କୃତ ତୈଳ କୂପ ନିଲାମୀ ସମ୍ପର୍କିତ ରୋଡ୍ ସୋ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ
ପ୍ରଧାନ ଏହା କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ଶକ୍ତି କ୍ଷେତ୍ରରେ ଏକ ବିଶାଳ ବଜାର ରହିଛି ଓ ପୁଂଜି ନିବେଶ ଅନୁକୂଳ
ନୀତି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ପ୍ରସ୍ତୁତ କରିଛନ୍ତି । ତେଣୁ ବି୍ରଟେନ୍ର
ହାଇଡ୍ରୋକାର୍ବନ୍ ଶିଳ୍ପରେ କାମ କରୁଥିବା କମ୍ପାନୀ ମାନେ ଏହାର ସୁଯୋଗ ନିଅନ୍ତୁ ବୋଲି ସେ କହିଛନ୍ତି ।
ଏବାବଦରେ ତାଙ୍କର ମନ୍ତ୍ରଣାଳୟ ଓ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ନିବେଶକାରୀ ମାନଙ୍କୁ
ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ନୀତିରେ ସଂସ୍କାର ଆଣି ମେକ୍ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ
କରିଛନ୍ତି । ପୁଂଜି ବିନିଯୋଗକୁ ଆକର୍ଷିତ କରିବା , ଇନୋଭେସନ୍କୁ ପ୍ରୋତ୍ସାହନ ଦେବା ତଥା ବିନିର୍ମାଣ
କ୍ଷେତ୍ରକୁ ଆଧୁନିକୀକରଣ କରି ଭାରତକୁ ବିଶ୍ୱର ମ୍ୟାନୁଫାକ୍ଚରିଂ ହବ୍ ରେ ପରିଣତ କରିବା ହେଉଛି ଏହାର
ଉଦେ୍ଦଶ୍ୟ । ଏଥି ନିମନ୍ତେ ଯେଉଁ ୨୫ ଟି କ୍ଷେତ୍ରକୁ ଚିହ୍ନିତ କରାଯାଇଛି ତାହା ମଧ୍ୟରେ ତୈଳ ଓ ଗ୍ୟାସ୍
କ୍ଷେତ୍ର ଅନ୍ୟତମ ।
ସେ କହିଛନ୍ତି ଯେ ଭାରତରେ ତୈଳ କ୍ଷେତ୍ର ବିଶେଷ ଭାବରେ ଆବିଷ୍କୃତ କ୍ଷୁଦ୍ର କୂପରେ ଅର୍ଥବିନିଯୋଗକାରୀ
ତୈଳ ଓ ଗ୍ୟାସ ଉତ୍ପାଦନ ପ୍ରକ୍ରିୟାକୁ ସହଜ ଓ ସରଳ କରାଯିବା ସହ ଅର୍ଥଲଗାଣକାରୀ ସଂସ୍ଥାମାନଙ୍କ ପାଇଁ
ଅନେକ ଆର୍ଥିକ ସୁବିଧା ସୁଯୋଗ ତିଆରି କରାଯାଇ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭାରତରେ ୬୭ଟି କ୍ଷୁଦ୍ର କୂପ ଆବିଷ୍କୃତ ହୋଇଛି ଓ ଏଥିପାଇଁ ବିଦେଶୀ
ତୈଳ କ୍ଷେତ୍ର ନିବେଶକଙ୍କ ଭାରତ ଆମନ୍ତ୍ରଣ କରି ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଭାରତ ସରକାରଙ୍କ
ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତରଫରୁ ନୀତିଗତ ନିଷ୍ପତି ନିଆଯାଇଛି।
ଏହି ଅବସରରେ ବିଟ୍ରେନ୍ର ହାଇଡ୍ରୋକାର୍ବନ୍ ଇଣ୍ଡଷ୍ଟି୍ରଜ୍ ର ମୁଖ୍ୟ ଓ ଏହି ବ୍ୟବସାୟ କ୍ଷେତ୍ରରେ ଜଡିତ ବରିଷ୍ଠ
ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Share in top social networks!