ବିନା ସରକାରୀ ଅନୁମତିରେ ଭାଙ୍ଗିଲେ କଲ୍ୟାଣ ମଣ୍ଡପ ,ଥାନାରେ ଏତଲା ଦେଲା କଳିଙ୍ଗ ସେନା- ଗିରଫ ଦାବି

kalingasenaଭୁବନେଶ୍ୱରସ୍ଥିତ ୟୁନିଟ୍-୮ରେ ଥିବା ସରକାରୀ କଲ୍ୟାଣ ମଣ୍ଡପକୁ ଗତ ୦୭.୦୯.୨୦୧୬ରୁ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି। ଆମ୍ଭେ ଆଜି ତା-୦୯.୦୯.୨୦୧୬ରିଖ ଦିବା ୧୧ ଘଣ୍ଟା ୩୦ ମିନିଟ୍ ସମୟରେ ଆପଣଙ୍କ ପାଖରେ ଏତଲା ପ୍ରଦାନ କରିବା ସମୟରେ ମଧ୍ୟ ଉକ୍ତ କଲ୍ୟାଣ ମଣ୍ଡପର ଭଙ୍ଗାରୁଜା କାର୍ଯ୍ୟ ଚାଲିଛି।

ଏହି କଲ୍ୟାଣ ମଣ୍ଡପକୁ ଭାଙ୍ଗିବା ପାଇଁ ସରକାରଙ୍କର ବିଭାଗୀୟ ଦପ୍ତରରୁ କୌଣସି ନିଦେ୍ର୍ଦଶନାମା ଜାରି ହୋଇନାହିଁ କିମ୍ବା ଅନୁମତି ମଧ୍ୟ ମିଳିନାହିଁ। ଦିନ ଦ୍ୱିପହରରେ ଖୋଦ୍ ରାଜଧାନୀରେ ଆପଣଙ୍କ ଥାନା ଅଧୀନରେ ଥିବା ଏହି କଲ୍ୟାଣ ମଣ୍ଡପକୁ ବୁଲଡୋଜର୍ ସାହାଯ୍ୟରେ କେତେକ ଦୁର୍ବୃତ୍ତ ଭାଙ୍ଗି ଚାଲିଛନ୍ତି। ଏଥି ସହିତ କଲ୍ୟାଣ ମଣ୍ଡପର କବାଟ ଚଉକାଠ ଏବଂ ଅନ୍ୟାନ୍ୟ କେତେକ ସାମଗ୍ରୀ ମଧ୍ୟ ଚୋରୀ କରି ନେଇଗଲେଣି।

ହଜାର ହଜାର ଲୋକ ଏବଂ ଆପଣଙ୍କ ଆଖି ସାମ୍ନାରେ ଏହି ସରକାରୀ କଲ୍ୟାଣ ମଣ୍ଡପକୁ ବେଆଇନ ଭାବେ ଭାଙ୍ଗୁଥିବା ଦୁର୍ବୁତ୍ତମାନଙ୍କୁ ଆପଣ ସେହି ସ୍ଥାନରେ ତତ୍କାଳ ପହଞ୍ଚି ତୁରନ୍ତ ଗିରଫ କରିବା ସହିତ ଭଙ୍ଗା କାର୍ଯ୍ୟରେ ଲଗାଯାଇଥିବା ବୁଲ୍ଡୋଜର୍ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ତୁରନ୍ତ ସିଜ୍ କରିବାକୁ କଳିଙ୍ଗ ସେନା ତରଫରୁ ଆପଣଙ୍କ ନିକଟରେ ଏତଲା ପ୍ରଦାନ କରାଗଲା। ଯଦି ଆପଣଙ୍କ ପାଖରେ ଉକ୍ତ କଲ୍ୟାଣ ମଣ୍ଡପ ଭାଙ୍ଗିବା ପାଇଁ ବିଭାଗୀୟ ସରକାରୀ ନିଦେ୍ର୍ଦଶନାମା କିମ୍ବା ଅନୁମତି ପତ୍ର ରହିଛି ତେବେ ତାହାର ଏକ ନକଲ ଆମକୁ ପ୍ରଦାନ କରାଯାଉ। ନଚେତ୍, ଆପଣ ଏତଲା ଗ୍ରହଣ କରି ଆମ୍ଭକୁ ଏତଲାର ଏକ ନକଲ ପ୍ରଦାନ କଲେ ଆବଶ୍ୟକସ୍ଥଳେ ଆମେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବୁ। ଅନ୍ୟପକ୍ଷରେ କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମ ନୂଆ ଅଫିସ୍ ବିଲ୍ଡିଂ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ୟୁନିଟ୍-୮ସ୍ଥିତ କଲ୍ୟାଣମଣ୍ଡପ ଜାଗାରେ ଏହା ନିର୍ମାଣ ହେବ। ଆଶ୍ଚର୍ଯ୍ୟର କଥା, ଏହି ଜାଗା ଉପରେ ବିଏମ୍ସି ବିଲ୍ଡିଂ ନିର୍ମାଣ ପାଇଁ ଏ ପର୍ଯ୍ୟନ୍ତ ସରକାରୀ ଅନୁମତି ନାହିଁ। ବିଏମ୍ସିର ଆବେଦନ ଉପରେ ନଗର ଉନ୍ନୟନ ବିଭାଗର ମୋହର ଲାଗିନାହିଁ। ଓଲଟି ୨ ବର୍ଷ ତଳୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ବିଏମ୍ସି ନୂଆ ଅଫିସ୍ ବିଲ୍ଡିଂ ପାଇଁ ଅନ୍ୟତ୍ର ଜାଗାଦେଇସାରିଛି। ନିର୍ଦ୍ଦିଷ୍ଟ ସରକାରୀ ଆବଣ୍ଟନ ଜାଗା ଛାଡ଼ି ନାମୀ କଲ୍ୟାଣ ମଣ୍ଡପ ସ୍ତୁପ ଉପରେ ବିଏମ୍ସି ଅଫିସ୍ ବିଲ୍ଡିଂ କରିବା ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ତାଙ୍କ ଦ୍ୱାରା ଶୁଭ ଦେବା ସମସ୍ତଙ୍କୁ ଚକିତ କରିଛି। ବିଏମ୍ସିର ନୂଆ ଅଫିସ୍ ବିଲ୍ଡିଂପାଇଁ ରାଜ୍ୟ ସରକାର ଭୁବନେଶ୍ୱରର ମଧୁସୂଦନନଗର ମୌଜାରେ, ଖାତା ନଂ ୫୮୪, ପ୍ଲଟ ନଂ ୯୬୦ ଏବଂ ୧ ଏକର ୯୪୩ ଡେସିମିଲ ଜମି ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଉକ୍ତ ଜାଗାଟିକୁ ବିଏମ୍ସି ନୂଆ ବିଲ୍ଡିଂ ପାଇଁ ଆବଣ୍ଟନ କରିବା ସମ୍ବନ୍ଧୀୟ ସରକାରୀ ନିଦେ୍ର୍ଦଶ ବି ରହିଛି। ସାଧାରଣ ପ୍ରଶାସନ ବିଭାଗ ଚିଠି ନଂ ୨୨୧୦୬ ତା୧୧.୮.୨୦୧୪ରେ ଏହି ନିଦେ୍ର୍ଦଶ ଦିଆଯାଇଛି। ମାତ୍ର ଏହି ନିଦେ୍ର୍ଦଶକୁ ଚାପିଦେଇଛି ବିଏମ୍ସି। ଅଦୃଶ୍ୟ କାରଣରୁ ମଧୁସୂଦନ ନଗର ଛାଡ଼ି ଜିଦ୍ ଧରିଛି ୟୁନିଟ୍-୮ କଲ୍ୟାଣ ମଣ୍ଡପକୁ। ମାତ୍ର ୧ଏକର ୧୪ ଡିସିମିଲ୍ ଜାଗା ଉପରେ ୟୁନିଟ୍-୮ କଲ୍ୟାଣମଣ୍ଡପ, ଯାହା କି ମଧୁସୂଦନନଗର ମୌଜାରେ ଦିଆଯାଇଥିବା ଜମି ଠାରୁ କମ୍। ଯେଉଁ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଅନ୍ୟତ୍ର ମଧୁସୂଦନନଗରରେ ଜାଗା ଆବଣ୍ଟନ କରିଛନ୍ତି, ସେହି ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ସରକାରୀ ଅନୁମତି ନଥିବା ଜାଗା ଉପରେ ବିଲ୍ଡିଂ ନିର୍ମାଣର ପଣ କରିଛନ୍ତି ମେୟର୍। ବିଏମ୍ସି ଅଫିସ୍ ପାଇଁ ତାହା ପ୍ରକୃଷ୍ଟ ଜାଗା ନୁହେଁ ।

କାରଣ କଲ୍ୟାଣ ମଣ୍ଡପର କେଇ ମିଟର ଦୂରରେ ରହିଛି ପୁରାତନ ୟୁନିଟ୍-୮ ଡିଏଭି ସ୍କୁଲ। ପ୍ରାୟ ୫ହଜାର ପିଲା ସେଠି ପାଠ ପଢ଼ୁଛନ୍ତିି। ବିଏମ୍ସି ଅଫିସ୍ ହେଲେ ସେଠାରେ ଟ୍ରାଫିକ୍ ସମସ୍ୟା ରହିବା ସ୍ୱାଭାବିକ। ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସୁରକ୍ଷା ପରିସ୍ଥିତି ବିପନ୍ନ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି। ବିଏମ୍ସି ରାଜସ୍ୱ ଦୃଷ୍ଟିରୁ ମଧ୍ୟ ଏହି କଲ୍ୟାଣ ମଣ୍ଡପଟି ବେଶ୍ ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ବିଏମ୍ସିକୁ ସେଥିରୁ ମୋଟା ଅଙ୍କର ରାଜସ୍ୱ ମିଳିଥାଏ। ଅନ୍ୟପକ୍ଷରେ ଉକ୍ତ କଲ୍ୟାଣ ମଣ୍ଡପଟିକୁ ବେଆଇନ ଭାବେ ଭଙ୍ଗାଯାଉଥିବାରୁ ଆଜି କଳିଙ୍ଗ ସେନା ତରଫରୁ ସେନା ସୁପ୍ରିମୋ ହେମନ୍ତ ରଥ, ଉପସଭାପତି ସରୋଜକାନ୍ତ ନାୟକ, ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର, ଜଗବନ୍ଧୁ ମହାନ୍ତ, ସମ୍ପାଦକ ଅଜୟ ନାୟକ, ଶିବପ୍ରସାଦ ଦାଶ, ହୃଷିକେଶ ସେନାପତି, ସ୍ମୃତିରଂଜନ ଚୌଧୁରୀ, ଜଗଦୀଶ ହରିଚନ୍ଦନ ପ୍ରମୁଖ ନୟାପଲ୍ଲୀ ଥାନାରେ ପହଞ୍ଚି ଏକ ଏତଲା ଦେଇଛନ୍ତି।

Share in top social networks!