ସିଙ୍ଗାପୁର ଓ ଇଂଲଣ୍ଡ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଆବିଷ୍କୃତ କ୍ଷୁଦ୍ର ତୈଳ କୂପ ନିଲାମୀ ରୋଡସୋରେ ସିଙ୍ଗାପୁରରେ ଯୋଗଦେଲେ
dsf2
ଭାରତରେ ଆବିଷ୍କୃତ କ୍ଷୁଦ୍ର ତୈଳ କୂପ ନିଲାମୀ ରୋଡସୋରେ ଯୋଗ ଦେବା ପାଇଁ ସିଙ୍ଗାପୁର ଓ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ଦିନ ଶ୍ରୀ ପ୍ରଧାନ ସିଙ୍ଗାପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଠାରେ ରୋଡସୋ ଉଦ୍ଘାଟନ କରିବା ସହିତ ତୈଳ ଓ ଗ୍ୟାସ କ୍ଷେତ୍ରର ପ୍ରତିନିଧି ମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ସିଙ୍ଗାପୁର ବିଶ୍ୱ ତୈଳ କାରବାରର ପେଣ୍ଠସ୍ଥଳୀ ହୋଇଥିବା କାରଣରୁ ଏହି ସ୍ଥାନରେ ରୋଡସୋ କରି ଆଗ୍ରହୀ ପୁଞ୍ଜିନିବେଶକାରୀଙ୍କୁ ଭାରତକୁ ଆମନ୍ତ୍ରଣ କରିବା ପାଇଁ ଭାରତ ସରକାର ଆଗ୍ରହୀ।

ଇକ୍ୟୁଇଟି ପୁଞ୍ଜିନିବେଶକାରୀ ଓ ହାଇଡ୍ରୋକାର୍ବନ ବ୍ୟବସାୟ କ୍ଷେତ୍ରରେ ବରିଷ୍ଠ ପ୍ରତିନିଧିଙ୍କ ସହ ଏକ ସଭାରେ ଯୋଗ ଦେଇ
ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପରିବର୍ତିତ ପରିସ୍ଥିତିର ସୁଯୋଗ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱରୋପ କରିଥିଲେ।
ସ୍ଥାନୀୟ ଗଣମାଧ୍ୟମ ସହ କଥା ହୋଇ ଭାରତରେ ପୁଞ୍ଜିନିବେଶ ସମ୍ଭାବନା ଓ ସୁଯୋଗ ସମ୍ପର୍କରେ ଅଲୋଚନା କରିଥିଲେ। ଭାରତରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁଞ୍ଜିନିବେଶ କାରୀଙ୍କ ପାଇଁ ସ୍ୱଚ୍ଛ ବ୍ୟବସ୍ଥା ଉପରେ ସେଠାରେ ସେ ଅବଗତ
କରାଇଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭାରତରେ ୬୭ଟି କ୍ଷୁଦ୍ର କୂପ ଆବିଷ୍କୃତ ହୋଇଛି ଓ ଏଥିପାଇଁ ବିଦେଶୀ ତୈଳ କ୍ଷେତ୍ର ନିବେଶକଙ୍କ
ଭାରତ ଆମନ୍ତ୍ରଣ କରି ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତରଫରୁ
ନିତିଗତ ନିଷ୍ପତି ନିଆଯାଇଛି।
ସିଙ୍ଗାପୁର ପରେ ଇଂଲଣ୍ଡ ଗସ୍ତ କରି ଭାରତର କ୍ଷୁଦ୍ର ତୈଳ କୂପ ନିଲାମୀ ସମ୍ବନ୍ଧିତ ରୋଡସୋ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ
୧୪ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ ପ୍ରତ୍ୟାବର୍ତନ କରିବେ।
ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇ ମାସରେ ଆମେରିକାର ହୁ୍ୟଷ୍ଟନ ସହରକୁ ଯାଇ ଭାରତର କ୍ଷୁଦ୍ର କୂପ ନିଲାମୀ ପ୍ରକ୍ରିୟାରେ ସେଠାର
ପୁଞ୍ଜିନିବେଶ କାରୀମାନଙ୍କୁ ଭାରତକୁ ଆମନ୍ତ୍ରଣ କରିଥିଲେ।
ଭାରତରେ ତୈଳ କ୍ଷେତ୍ର ବିଶେଷ ଭାବରେ ଆବିଷ୍କୃତ କ୍ଷୁଦ୍ର କୂପରେ ଅର୍ଥବିନିଯୋଗକାରୀ ତୈଳ ଓ ଗ୍ୟାସ ଉତ୍ପାଦନ ପ୍ରକ୍ରିୟାକୁ ସହଜ
ଓ ସରଳ କରାଯିବା ସହ ଅର୍ଥଲଗାଣକାରୀ ସଂସ୍ଥାମାନଙ୍କ ପାଇଁ ଅନେକ ଆର୍ଥିକ ସୁବିଧା ସୁଯୋଗ ତିଆରି କରାଯାଇ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ
ସ୍ୱଚ୍ଛ କରାଯାଇଥିବା ତୈଳମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share in top social networks!