ପଞ୍ଚାୟତନିର୍ବାଚନ ପାଇଁ କଂଗ୍ରେସର ସଜବାଜ; “ନିର୍ବାଚନ କମିଟି” ଗଠନ।

12074897_883385655081869_8246657718837157650_n
• ୩୦ଟି ଜିଲ୍ଲାର ନିର୍ବାଚନ ଦାୟିତ୍ୱରେ ୩୦ ଜଣ ବରିଷ୍ଠ ନେତା।
• ରାଜ୍ୟର ସମସ୍ତ (୩୧୪) ବ୍ଲକ ପାଇଁ ୩୧୪ ପର୍ଯ୍ୟବେକ୍ଷକ ନିଯୁକ୍ତ।
• ପଞ୍ଚାୟତ ନିର୍ବାଚନ ପାଇଁ ଏକ ରାଜ୍ୟସ୍ତରୀୟ ଇସ୍ତାହାର କମିଟି ଏବଂ ବ୍ଲକ ସ୍ତରୀୟ ଇସ୍ତାହାର କମିଟି ଗଠନ।
• ଆଦିବାସୀ, ଦଳିତ, ଚାଷୀ, ମହିଳା ଓ ଯୁବଗୋଷ୍ଠୀ ସମେତ ସମସ୍ତ ଓଡିଶାବାସୀଙ୍କୁ ଦଳ ସହ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ।
• ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ବିଜେଡି ସରକାରଙ୍କ ବିଫଳତା ଏବଂ ସେ ଦିଗରେ କଂଗ୍ରେସର ଆଭିମୁଖ୍ୟ କ’ଣ ହେବ ତାହା ଲୋକମାନଙ୍କୁ ଜଣାଇବାକୁ ଚେଷ୍ଟା କରାଯିବ।
• ରାଜ୍ୟରେ ବିପର୍ଯ୍ୟସ୍ତ ସରକାରୀ ସ୍ୱାସ୍ଥ୍ୟ ସେବା ବିରୁଦ୍ଧରେ କଂଗ୍ରେସ ଆଗାମୀ ସେପ୍ଟେମ୍ବର ୧୯ ତାରିଖ ସୋମବାର ଦିନ ପ୍ରତ୍ୟେକ ବ୍ଲକର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଦିନିକିଆ ବିକ୍ଷୋଭ କରିବାକୁ ନିଷ୍ପତ୍ତି ।
• ମହାନଦୀ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ “ମହାନଦୀ ଜଳସଚେତନତା ଯାତ୍ରା” ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହ ଠାରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି।
ଭୁବନେଶ୍ୱର ତା ୮.୯ – ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ସଂପୂର୍ଣ୍ଣ ପ୍ରସ୍ତୁତ। ନିର୍ବାଚନର ପ୍ରତ୍ୟେକ କାର୍ଯ୍ୟ ତଦାରଖ କରିବା ପାଇଁ ଦଳ ପକ୍ଷରୁ ଏକ ରାଜ୍ୟସ୍ତରୀୟ ନିର୍ବାଚନ କମିଟି ଗଠନ କରାଯାଇଛି। ଜିଲ୍ଲାସ୍ତରରେ ନିର୍ବାଚନକୁ ତଦାରଖ କରିବା ପାଇଁ ଜଣେ ଜଣେ ବରିଷ୍ଠ ନେତା ଦାୟିତ୍ୱରେ ରହିବେ। ୩୧୪ଟି ବ୍ଲକରେ ୩୧୪ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ରାଜ୍ୟସ୍ତରରେ ଏକ ଇସ୍ତାହାର କମିଟି ଗଠନ କରାଯିବ। ଏତଦ୍ବ୍ୟତୀତ ବ୍ଲକ ସ୍ତରରେ ମଧ୍ୟ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଏକ ଇସ୍ତାହାର କମିଟି ଗଠନ କରାଯିବ। ପ୍ରତି ୱାର୍ଡ଼ସ୍ତରରେ ବୁଥ କମିଟି ଗଠନ ସହିତ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏବଂ ବ୍ଲକସ୍ତରରେ ଗଠନ କରାଯାଉଥିବା ଟାକ୍ସଫୋର୍ସ ଗୁଡ଼ିକ ଶୀଘ୍ର ସାରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ସଂକ୍ରାନ୍ତରେ ଚଳିତ ମାସରେ ବ୍ଲକ ସଭାପତିମାନଙ୍କର ଏକ ସମ୍ମିଳନୀ ଆୟୋଜନ କରାଯିବାପାଇଁ ସ୍ଥିର କରାଯାଇଛି। ରାଜ୍ୟସ୍ତରୀୟ ନିର୍ବାଚନ କମିଟି ଜିଲ୍ଲାସ୍ତରରେ ଥିବା ନେତୃବର୍ଗଙ୍କ ପରାମର୍ଶରେ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି କେଉଁ କେଉଁ ପ୍ରସଙ୍ଗକୁ ନେଇ ନିର୍ବାଚନ ପ୍ରଚାର କରାଯିବ ସେ ବିଷୟରେ ନିଷ୍ପତ୍ତି ନେବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ରାଜ୍ୟ ସରକାରଙ୍କ ଅପାରଗତା ଏବଂ ସ୍ଥାଣୁତା ଯୋଗୁଁ ତୃଣମୂଳ ସ୍ତରରେ ଥିବା ଲୋକମାନଙ୍କ ପାଖରେ ଯୋଜନାର ସୁଫଳ ଏବେବି ଅପହଞ୍ଚ। ସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଚାଷୀମାନେ ଏ ପର୍ଯ୍ୟନ୍ତ ଫସଲବୀମା ପାଇବାରୁ ବଞ୍ଚôତ। ମା’କୁ ସମ୍ମାନ କଥା କହିଆସୁଥିବା ସରକାରଙ୍କର ୧୭ ବର୍ଷ ଶାସନ କାଳରେ ମହିଳାମାନେ ସବୁଠାରୁ ନିର୍ଯ୍ୟାତିତା। ସରକାରଙ୍କ ଆଦିବାସୀ ଦଳିତ ବିରୋଧି ମନୋଭାବ ଏବଂ ରାଜ୍ୟରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ଯଥା ଅପପୃଷ୍ଟି, ମା’ ଓ ଶିଶୁ ମୃତୁ୍ୟ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଚିଟ୍ଫଣ୍ଡ ସମସ୍ୟା, ରାସନକାର୍ଡ ଦୁର୍ନୀତି, ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କ ବିଭିନ୍ନ ଦୁର୍ନୀତିରେ ସଂପୃକ୍ତି ଆଦି ପ୍ରସଙ୍ଗ ସହିତ ସ୍ଥାନୀୟ ସମସ୍ୟାକୁ ନେଇ କଂଗ୍ରେସ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ। ରାଜ୍ୟ ସରକାରଙ୍କ ଅପାରଗତା ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁଁ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀର ଜଳ ପ୍ରବାହ କମିବାର ଆଶାଙ୍କା ଦେଖା ଦେଇଛି। ଫଳରେ ୧୫ଟି ଜିଲ୍ଲାର ଲୋକ ସିଧାସଳଖ ପ୍ରଭାବିତ ହେବା ସହିତ ରାଜ୍ୟରେ ପାନୀୟ ଜଳର ଏବଂ କୃଷି ଏବଂ ବିଦୁ୍ୟତ୍ ଉତ୍ପାଦନ ପାଇଁ ଏକ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହେବ। ମହାନଦୀର ଏ ସମସ୍ୟା ପାଇଁ ରାଜ୍ୟର ବିଜେଡି ସରକାର ଏବଂ ଛତିଶ ଗଡ଼ର ବିଜେପି ସରକାର ଦାୟୀ। ଏ ଦିଗରେ କଂଗ୍ରେସ ଜନସଚେତନତା ସୃଷ୍ଟି କରିବା ପାଇଁ “ମହାନଦୀ ଜଳସଚେତନତା ଯାତ୍ରା” ଆରମ୍ଭ କରିବ। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ, ଅନୁଗୁଳ, ନୟାଗଡ଼, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବରିଷ୍ଠ ନେତାମାନଙ୍କୁ ନେଇ ଆଗାମୀ ଅକ୍ଟୋବର ପ୍ରଥମ ସପ୍ତାହରେ ଗୋଟିଏ ଗୋଟିଏ ସାଧାରଣ ସଭା ଆୟୋଜନ କରିବାର ନିଷ୍ପତ୍ତି ନିଆଯାଇଛି।
ଗତ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ରାଜ୍ୟବାସୀ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିଥିଲେ ମଧ୍ୟ ଦଳ କ୍ଷମତାକୁ ଆସିବା ପରେ ଲୋକଙ୍କ ଆଶା ଆକାଙ୍କ୍ଷାରେ କୁଠାରଘାତ କରିଛି। ଦଳ ପଞ୍ଚାୟତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଇଛି। ଏବେବି ଗ୍ରାମାଞ୍ଚଳରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଭଳି ଅତ୍ୟାବଶ୍ୟକୀୟ ସେବା ପାଇବାରୁ ବଞ୍ଚôତ। ଅପପୃଷ୍ଟି କାରଣରୁ ମା’ ଓ ଶିଶୁ ମୃତୁ୍ୟବରଣ କରୁଛନ୍ତି। ଦାନ ମାଝୀ ଭଳି ଆଦିବାସୀ ଓ ଦଳିତ ଲୋକଙ୍କ ପାଇଁ ସରକାରୀ ଯୋଜନା ଏବେବି ଅପହଞ୍ଚ। ଜନ୍ମରୁ ମୃତୁ୍ୟ ଯାଏ ଏ ସରକାର ଯୋଜନା ପରେ ଯୋଜନା ଘୋଷଣା କରି ଚାଲିଥିବା ବେଳେ ତା’ର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚô ପାରୁନାହିଁ। ବାସ୍ତବ କଥା ହେଉଛି ସରକାରଙ୍କର ଏସବୁ ଯୋଜନା କାର୍ଯ୍ୟକାରୀ କରିବାର ମାନସିକତା ନାହିଁ। ଲୋକମାନଙ୍କୁ ଭୁଅାଁ ବୁଲାଇ ଭୋଟ ହାତେଇବା ପାଇଁ ସରକାରଙ୍କ ଏ ପ୍ରହସନ। ରାଜ୍ୟରେ ବିପର୍ଯ୍ୟସ୍ତ ସରକାରୀ ସ୍ୱାସ୍ଥ୍ୟ ସେବା ବିରୁଦ୍ଧରେ କଂଗ୍ରେସ ଆଗାମୀ ସେପ୍ଟେମ୍ବର ୧୯ ତାରିଖ ସୋମବାର ଦିନ ପ୍ରତ୍ୟେକ ବ୍ଲକର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଦିନିକିଆ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଆଜି କଂଗ୍ରେସ ଭବନ ଠାରେ ଓଡିଶା ପ୍ରଦେଶ କଂଗ୍ରେସ ସମନ୍ୱୟ କମିଟି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ବିଷୟରେ ଆଲୋଚନା କରାଯିବା ସହିତ ଦଳ କିଭଳି ସଂଗଠିତ ଭାବରେ କାର୍ଯ୍ୟ କରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। କମିଟିର ଅଧ୍ୟକ୍ଷ ତଥା ଓଡିଶା ପ୍ରଭାରୀ ଶ୍ରୀ ବି.କେ. ହରିପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିରୋଧିଦଳ ନେତା ନରସିଂହ ମିଶ୍ର, ସହ ପ୍ରଭାରୀ ଶୁଭଙ୍କର ସରକାରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Share in top social networks!