ଅନୁଭବରୁ ଅନୁଭୂତି-ସେଦିନରୁ ଆଜିଯାଏଁ ଆଦିବାସୀଙ୍କ ନିଶାମୁକ୍ତି ଓ ବିଜୁବାବୁ

damodar

୧୯୯୩ ମସିହା ଅପ୍ରେଲ ମାସ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଗସ୍ତ କାର୍ଯ୍ୟକ୍ରମ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ବହୁଳ ଗୁଡାରୀ ଗାଁକୁ ଯିବା ପାଇାଁ ମତେ ଡାକି କହିଲେ ସାଥୀରେ ଯିବା ପାଇାଁ ଥଣ୍ଡା ଯୋଗୁଁ ତାଙ୍କ ଦେହ ଭଲ ନଥାଏା ଟିକେ ଟିକେ କାଶ ହେଉଥାଏା ମୁଁ ତାଙ୍କୁ କହିଲି ଆପଣଙ୍କ ଦେହ ଭଲ ନାହିଁ ୫୦୦ କି.ମି ଦୂରକୁ ଗାଡିରେ କେମିତି ଯିବାା ନାଲକୋ କିମ୍ବା ଡ. ବଂଶୀଧର ପଣ୍ଡାଙ୍କୁ କୁହନ୍ତୁ ହେଲିକାପ୍ଟର ଦେଲେ ସୁବିଧା ହୁଅନ୍ତାା ମୋ କଥା ଶୁଣି ସେ ଉତ୍ତର ଦେଲେ ମୁଁ ତ ରାସ୍ତାରେ ଗଲେ ମୋ ଲୋକଙ୍କୁ ଦେଖ# ଦେଖ# ଯିବି ଆକାଶରେ କାହିଁକି ଉଡି ଉଡି ଯିବିା
ତା’ପର ଦିନ ସକାଳ ପ୍ରାୟ ସାଢେ ୬ଟା ବେଳକୁ ତାଙ୍କର ସେହି ପୁରୁଣା କଳିଙ୍ଗ ରଥ ଷ୍ଟେସନ୍ ଓ୍ୱାଗନ୍ରେ ବସି ବାହାରିଲୁା ଗୁଡାରୀ ସଭାର ଆୟୋଜକମାନେ ବିଜୁବାବୁଙ୍କ ଗସ୍ତ ସଂପର୍କରେ ପ୍ରଚାର କରିଥାଆନ୍ତିା ସେଥ#ପାଇଁ ଗୁଡାରୀ ସଭା ସ୍ଥଳ ପୂର୍ବରୁ ପ୍ରାୟ ୫ କି.ମି ଦୂରତାରେ ଯେଉଁଠି ଗୋଟିଏ ଆଦିବାସୀ ଗାଁ ସେଠି ଆଦିବାସୀ ସ୍ତ୍ରୀ, ପୁରୁଷ, ପିଲା, ବୁଢା ୧୦-୫୦ ଲୋକ ଜମା ହୋଇ ରହିଥାଆନ୍ତି ବିଜୁବାବୁଙ୍କୁ ଦେଖ#ବା ପାଇାଁ ବିଜୁବାବୁ ଗାଡି ଅଟକାନ୍ତି । ମିନିଟ ୨ ମିନିଟ ଗାଡିରୁ ଓହ୍ଲାଇ ଲୋକମାନଙ୍କର ଭଲମନ୍ଦ କଥା ବୁଝି ପୁଣି ଗାଡିରେ ବସନ୍ତିା ଗୁଡାରୀ ପାଖ ହୋଇଗଲାା ଗୋଟିଏ ଫର୍ଲଙ୍ଗ ଦୂରରୁ ଆଦିବାସୀ ମହିଳାମାନେ ଅଣ୍ଟାରେ ହାତ ଛନ୍ଦାଛନ୍ଦି ହୋଇ ନଇଁନଇଁ ନାଚିନାଚି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇ ସଭାମଞ୍ଚରେ
ପହଞ୍ଚାଇଲୋ ଆନନ୍ଦଉଲ୍ଲାସ ଯେ ଯା ଭଙ୍ଗୀରେ କରିବାରୁ ଏକ ବିଚିତ୍ର ପରିବେଶ ସୃଷ୍ଟି ହୋଇଥାଏା ସଭା କାର୍ଯ୍ୟ ଆରମ୍ଭ ହେଲାା ସ୍ଥାନୀୟ ଆଦିବାସୀ ନେତା ଓ ଜିଲ୍ଲାର ଆଦିବାସୀ ନେତାମାନେ ନିଜ ନିଜର ଅଭିଭାଷଣ ଦେଲୋ ତାଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନା କଲୋ ମୁଁ ମଧ୍ୟ ୧୦-୧୫ ମିନିଟ ପାଇଁ ମୋର ବକ୍ତବ୍ୟ ରଖ#ଲିା ତା’ପରେ ମୁଖ୍ୟଅତିଥ# ଭାବେ ବିଜୁବାବୁ ତାଙ୍କର ଭାଷଣ ଆରମ୍ଭ କଲୋ ଆଦିବାସୀମାନଙ୍କର ଦାରିଦ୍ର୍ୟ, ସେମାନଙ୍କର ଶିକ୍ଷାଦୀକ୍ଷା ଏବଂ ଆଦିବାସୀମାନଙ୍କ ବିକାଶ ପାଇଁ ସେ କ’ଣ ଚାହାନ୍ତି, ସବୁ କଥା ବୁଝାଇ କହିଲୋ ଭାଷଣ ସାରିଦେଲେ ସଭାମଞ୍ଚରୁ ତଳକୁ ଓହ୍ଲାଇ ଆସିଲୋ ସଭାପତିଙ୍କ ଭାଷଣ କିମ୍ବା ଧନ୍ୟବାଦକୁ ଅପେକ୍ଷା କଲେ ନାହିାଁ ସଭାସ୍ଥଳରେ ପ୍ରାୟ ୫ ହଜାର ପାଖାପାଖ# ଲୋକ ଜମା ହୋଇଥାଆନ୍ତିା ସଭାର ଗୋଟିଏ ପାଖରେ ୮୦୦-୧୦୦୦ ପର୍ଯ୍ୟନ୍ତ ଆଦିବାସୀ ମହିଳା ଭିଡି ହୋଇ ବସିଥାଆନ୍ତିା ମଞ୍ଚରୁ ଓହ୍ଲାଇ ବିଜୁବାବୁ ସିଧାସଳଖ ସେହି ମହିଳାମାନଙ୍କ ପାଖକୁ ଚାଲିଗଲୋ ଜଣେ ୫୦-୫୫ ବର୍ଷର ବୟସ୍କା ଆଦିବାସୀ ମହିଳାଙ୍କ କାନ୍ଧରେ ହାତ ପକାଇଦେଲେ ଏବଂ ପଚାରିଲେ “ମା’ମାନେ ତୁମେ ସବୁ ମତେ ଜାଣିଛ?’ ସମସ୍ତ ସମବେତ ଆଦିବାସୀ ମହିଳାମାନେ କହି ଉଠିଲେ-”ଆମେ ଜାଣିଛୁ ସବୁ ତୁ ତ ଆମ ବିଜୁବାବୁା’ ବିଜୁବାବୁ କହିଲେ -”ହଁ ବିଜୁ ପଟ୍ଟନାୟକ, ତୁମର ମୁଖ୍ୟମନ୍ତ୍ରୀ, ତୁମ ପାଖକୁ ଆସିଛି, ତୁମର ଭଲମନ୍ଦ କୁହ, ମୁଁ ତୁମ ପାଇଁ କ’ଣ କରିପାରିବି?’ ସେହି ମହିଳାମାନଙ୍କ ଭିତରୁ ଜଣେ ଆଦିବାସୀ ମହିଳା କହିଉଠିଲା-”ବାବୁ ଆମେ ମାଇକିନାମାନେ ସକାଳୁ କାମକୁ ଯାଉଛେ ଯେ ସନ୍ଧ୍ୟା ବେଳକୁ ଆସୁଛୁା ସାହୁକାର ଯା ମଜୁରୀ ଦେଉଛି ସେଥ#ରେ ପିଲାଙ୍କୁ ଖୁଆଉଛୁା ମରଦକୁ ଖୁଆଉଛୁା ଆଉ ଆମେ ବି ଖାଉଛୁା ମରଦ କାମକୁ ଯାଇ ଯାହା ଆଣୁଛି ମଦଭାଟିରେ ଯାଇ ମଦ ପିଇଦେଉଛିା ଘରକୁ ଆସି ଆମକୁ ମାଡ ମାରୁଛିା ଆମେ କ’ଣ କରିବୁ ଯୋ’
ସେ ଆଦିବାସୀ ମହିଳାଙ୍କ କଥା ଶୁଣି ହଠାତ୍ ବିଜୁବାବୁ ଗମ୍ଭୀର ହୋଇଉଠିଲୋ ପ୍ରାୟ ମିନିଟିଏ ଯାଏ କିଛି କହିଲେ ନାହିାଁ ତା’ପରେ ଗମ୍ଭୀର କ=ରେ କହିଲେ-”ମା’ମାନେ ମୋ ଉପରେ ଭରସା ରଖା ବିଜୁ ପଟ୍ଟନାୟକ କହୁଛି ତୁମେ ସବୁ ମେଳି ବାନ୍ଧି ମଦଭାଟି ଭାଙ୍ଗିଦିଆ ଯେଉଁ ମରଦ ମଦ ପିଇ ସନ୍ଧ୍ୟାକୁ ଘରକୁ ଆସୁଛି ଛାଞ୍ଚୁଣିରେ ବାଡାଆ’ ଶେଷ ବାକ୍ୟଟି ଶୁଣି ମୁହଁରେ ରୁମାଲ ଦେଇ ଆମେ ଟିକେ ଟିକେ ହସିଲୁା ମାତ୍ର ସେ ନିରୀହ ନିଷ୍କପଟ ଆଦିବାସୀ ମହିଳାମାନେ ତାଙ୍କ କଥାକୁ ବେଶ ମନ ଭିତରକୁ ନେଇଗଲୋ ସଭା କାର୍ଯ୍ୟ ଶେଷ ହେଲାା କିଛି ସମୟ ପାଇଁ ବିଜୁବାବୁ ସ୍ଥାନୀୟ କର୍ମୀ ଓ ଆଦିବାସୀ ନେତାମାନଙ୍କ ସହିତ ଆଳାପ ଆଲୋଚନା କଲୋ ସେମାନଙ୍କର ସମସ୍ୟା ଶୁଣିଲୋ ରାତିରେ ରାୟଗଡାଠାରେ ରାତି୍ରଯାପନ କଲାପରେ ତା’ପର ଦିନ ସକାଳୁ ଆମେ ଭୁବନେଶ୍ୱର ଫେରିଆସିଲୁା
ପ୍ରାୟ ୧୫ ଦିନ ପରର କଥାା ନବୀନ ନିବାସର ଉପର ମହଲାର ବାରଣ୍ଡାରେ ଚିରାଚରିତ ଭାବରେ ରାସ୍ତାକୁ ବିଜୁବାବୁ ଚାହିଁ ବସନ୍ତିା ତାଙ୍କ ଦକ୍ଷିଣ ପାଶ୍ୱର୍ରେ ଗୋଟିଏ ଛୋଟିଆ ସରୁ ଟେବୁଲଟିଏ ପଡିଥାଏା ସେଥ#ରେ ସକାଳର ଖବରକାଗଜ ରଖା ହୋଇଥାଏା ଖଇରାତି ଆଣି ଚା’ ଦେଇଥାଏା ଟିକେ ଟିକେ ଚା’ ଖାଆନ୍ତି, ଖବରକାଗଜ ପଢନ୍ତି, ବେଳେବେଳେ ମୁଣ୍ଡ ଟେକି ଫାଟକ ଆଡେ ନଜର ପକାନ୍ତିା ସେତେବେଳେ ନବୀନ ନିବାସରେ ଗୋଟିଏ ଗେଟ ଖୋଲା ରହିଥାଏା ମୁଁ ପହଞ୍ଚ#ଲିା ବିଜୁବାବୁ ଚାହିଁଲେ, ତାଙ୍କ ସହିତ କିଛି କଥାହେଲିା ସିଏ ଥାଆନ୍ତି ଜନତା ଦଳର ସଭାପତି ଏବଂ ମତେ କରିଥାଆନ୍ତି ଦଳର ସାଧାରଣ ସଂପାଦକା ଦଳୀୟ ସଂଗଠନ ସଂପର୍କରେ ମୁଁ ତାଙ୍କୁ କିଛି କଥା କହୁଥାଏା ସେ ମୋତେ ପ୍ରଶ୍ନ ପଚାରୁଥାଆନ୍ତିା ମୁଁ ଉତ୍ତର ଦେଉଥାଏା ହଠାତ୍ ସେହି ଫାଟକ ଆଡେ ଚାହିଁ ମୋତେ ପଚାରିଲେ-”ଦେଖ#ଲ କିଏ ଆସିଲେ?’ ମୁଁ ପଛକୁ ବୁଲି ଚାହିଁଲା ବେଳେ ପ୍ରାୟ ୨୫-୩୦ ଆଦିବାସୀ ମହିଳା, ତାଙ୍କ ଗହଣରେ ଜଣେ ମାତ୍ର ପୁରୁଷ ଲୋକା ଫାଟକ ଖୋଲି ନବୀନ ନିବାସ ଆଡେ ଆସୁଥାଆନ୍ତିା ସେମାନଙ୍କ ଆଡେ ନଜର ପକାଇ ମୁଁ କହିଲି-”ସାର! ପ୍ରାୟ ୨୫-୩୦ ଜଣ ଆଦିବାସୀ ମହିଳା ଆସୁଛନ୍ତିା’ ମୋ ତୁଣ୍ଡରୁ କଥା ନସରୁଣୁ ସେ କହିଲେ ଆଦିବାସୀ ମହିଳାା ଚାଲ ଚାଲ ତଳକୁ ଚାଲା ତଳକୁ ଓହ୍ଲାଇଲୋ ପୋର୍ଟିକୋ ପାଖରେ ବାରଣ୍ଡାରେ ଛିଡା ହେଲୋ ମୁଁ ତାଙ୍କ ପଛରେ ଛିଡା ହୋଇଥାଏା ସବୁ ଆଦିବାସୀ ମହିଳା ଓ ଆଦିବାସୀ ପୁରୁଷ ଜଣ ମୁଣ୍ଡ ଲଗାଇ ତାଙ୍କୁ ମୁଣ୍ଡିଆ ମାରିଲୋ ବିଜୁବାବୁ ପଚାରିଲେ ମା’ମାନେ କୁଆଡେ ଆସିଲ? କ’ଣ ଅସୁବିଧା ତମର ? କ’ଣ ସମସ୍ୟା ତମର?’ ସଙ୍ଗେସଙ୍ଗେ କେତେଜଣ ଆଦିବାସୀ ମହିଳ କହିଉଠିଲେ-”ବାବୁ ତୁ ତ କହିଲୁ ମେଳି ବାନ୍ଧି ମଦଭାଟି ଭାଙ୍ଗା ଆମେ ସବୁ ମେଳି ହୋଇ ମଦଭାଟି ଭାଙ୍ଗିଲୁା ଭାଟି ମାଲିକ ଆମ ନାଆଁରେ ମକଦ୍ଦମା କରିଛିା ପୁଲିସି ଆମକୁ ଜେଲ ପଠାଇବ ବୋଲି କହୁଛିା’ ବିଜୁବାବୁ କହିଲେ ପୁଲିସି ତମକୁ ଗିରଫ କରି ଜେଲ ପଠାଇବ ବୋଲି କହୁଛିା ସେମାନେ କହିଲେ “ହଁ’ ଆମେ ସବୁ ସେଥ#ପାଇଁ ଆସିଛୁା ତାଙ୍କ କଥା ନ ସରୁଣୁ ବିଜୁବାବୁ ପଛକୁ ବୁଲିପଡିଲୋ ସେହି ବାରଣ୍ଡାରେ ଗୋଟିଏ ଷ୍ଟୁଲ ଉପରେ ଟେଲିଫୋନଟିଏ ଥୁଆ ହୋଇଥାଏା ନିଜେ ନିଜେ ଟେଲିଫୋନ କଲୋ ନମ୍ବର ଲଗାଇଲୋ କହିଲେ “ପ୍ରଫୁଲ୍ଲ (ଶ୍ରୀ ପ୍ରଫୁଲ୍ଲ ରଥ ଥାଆନ୍ତି ପୋଲିସ ଡିଜି) ମୁଁ ତ ଏହି ଆଦିବାସୀ ଝିଅମାନଙ୍କୁ କହିଥ#ଲି ମେଳି ବାନ୍ଧି ମଦଭାଯି ଭାଙ୍ଗିବା ପାଇାଁ ଏହି ମଦ ପାଇଁ ଆଜି ଆଦିବାସୀମାନଙ୍କୁ ଦୁର୍ଦ୍ଦଶା ବଢି ବଢି ଚାଲିଛିା ସେଥ#ପାଇଁ ମୁଁ କହିଥ#ଲିା ମା’ମାନେ ମେଳି ବାନ୍ଧି ତୁମେ ମଦଭାଟି ଭାଙ୍ଗା ଭାଟିବାଲାର ଏତଲା ପାଇଁ ତୁମ ପୁଲିସି ତାଙ୍କୁ ଗିରଫ କରି ଜେଲ ପଠାଇବ ବୋଲି କହୁଛିା ସେଥ#ପାଇଁ ସେମାନେ ମୋ ପାଖରେ ଗୁହାରୀ କରୁଛନ୍ତିା ଉଞ୍ଚn’ଟ୍ଟ ଅrreଟଟ୍ଟ ଟ୍ଟhem. ଐiଠe ଟ୍ଟhem Pଞ୍ଚଝice Pଞ୍ଚwer (ତାଙ୍କୁ ଗିରଫ କର ନାହିଁ ବରଂ ତାଙ୍କୁ ପୋଲିସ କ୍ଷମତା ଦେଇଦିଅ)ା’ ଏତିକି କହି ଟେଲିଫୋନ ରଖ#ଦେଲୋ କହିଲେ ମା’ମାନେ ତମେ ଯାଆ ତମ କାମରେ ଲାଗା ମୁଁ ପୋଲିସ କଥା
ବୁଝୁଛିା ନିଶାପାଣି ନ କମିଲେ ତୁମର କିମ୍ବା ତୁମ ପିଲାଙ୍କର ଭବିଷ୍ୟତ ବଦଳିବ ନାହିାଁ
ବିଜୁବାବୁଙ୍କର ପୋଲିସ ଡିଜି ପ୍ରତି ଏହି ଉକ୍ତିରୁ କ’ଣ ବୁଝିବାକୁ ହେବା ମୁଖ୍ୟମନ୍ତ୍ରୀ କିମ୍ବା ପୋଲିସ ଡିଜି ଭାରତୀୟ ପିଙ୍ଗଳ କୋର୍ଡ(ଆଇପିସି) କିମ୍ବା ସିଆର୍ପିସିରେ ଯେଉଁ ବ୍ୟବସ୍ଥା ଅଛି ଓ ପୋଲିସକୁ ଯେଉଁ କ୍ଷମତା ଦିଆଯାଇଛି ସେହି କ୍ଷମତା କ’ଣ ଆଦିବାସୀ ମହିଳାଙ୍କୁ ଦିଆଯାଇପାରିବ? ବିଜୁବାବୁଙ୍କ କଥାରୁ ଯୋଡିଏ ଅର୍ଥ ବାହାରିପାରୋ ପୋଲିସ ଡିଜି ବୁଝିଲେ ଯେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଐଞ୍ଚ ଗଝଞ୍ଚw ଏବଂ ଆଦିବାସୀ ମହିଳାମାନେ ବୁଝିଲେ ବିଜୁବାବୁ ତାଙ୍କୁ ଅଭୟବାଣୀ ଶୁଣାଇଲୋ ସାହସ ଯୋଗାଇଦେଲୋ
ସେହିଦିନ ଅପରାହ୍ନରେ ସଚିବାଳୟ ଦପ୍ତରକୁ ଆସିଲେ, ଉଚ୍ଚ ପଦାଧ#କାରୀମାନଙ୍କୁ ଡାକିଲୋ ଆଦେଶ ଦେଲୋ ସମଗ୍ର ଆଦିବାସୀ ଜିଲ୍ଲାମାନଙ୍କରେ ଭାଟିମଦକୁ ନିଷେଧ କରାଯାଉା କୌଣସିଠାରେ ମଦଭାଟି ରହିବ ନାହିାଁ ଏବଂ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ କହିଲେ ସାତଜଣ ଆଦିବାସୀ ମହିଳାଙ୍କୁ ନେଇ ମୋର ଗୋଟିଏ ପରାମର୍ଶଦାତା କମିଟି ଗଠନ କରା
ବହୁ ପରୀକ୍ଷାନିରୀକ୍ଷା ପରେ ୭ ଜଣ ଆଦିବାସୀ ମହିଳାଙ୍କୁ ବାଛି ଗୋଟିଏ ପରାମର୍ଶଦାତା କମିଟି କରାଗଲାା ସେମାନେ ପ୍ରତିମାସରେ ନିର୍ଦ୍ଦିଷ୍ଟ ତାରିଖରେ ନବୀନ ନିବାସରେ ପହଞ୍ଚନ୍ତିା ମୁଖ୍ୟମନ୍ତ୍ରୀଙ୍କ ନାଲିବତୀ ଲାଗିଥ#ବା ଗାଡିରେ ସେମାନଙ୍କୁ ନବୀନ ନିବାସରୁ ଆଣନ୍ତିା ଲିଫଫରେ ଚଢି ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଆନ୍ତି ଏବଂ ସାମ୍ନାରେ ପଡିଥ#ବା ଚେୟାରରେ ବସନ୍ତିା ଆଦିବାସୀମାନଙ୍କ ଜୀବନଚର୍ଯ୍ୟା ସଂପର୍କରେ ବିଭିନ୍ନ କଥା ବିଜୁବାବୁ ପ୍ରଶ୍ନ କରନ୍ତିା ସେମାନେ ଉତ୍ତର ଦିଅନ୍ତିା ନିତିଦିନ ସେମାନେ ସମ୍ମୁଖୀନ ହେଉଥ#ବା ବିଭିନ୍ନ ସମସ୍ୟା ସଂପର୍କରେ ସେମାନେ ନିଜ ନିଜର ମତ ଦିଅନ୍ତିା ବିଜୁବାବୁ ଧ୍ୟାନର ସହିତ ଶୁଣନ୍ତିା ତାଙ୍କ ଡାହାଣ ପଟେ ନୋଟ୍ଖାତା ଧରି ଛିଡା ହୋଇଥ#ବା ତାଙ୍କର ବ୍ୟକ୍ତିଗତ ସହାୟକ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପଏଣ୍ଟ ସବୁ ଟିପି ନିଅନ୍ତିା ଏବଂ ତାହାରି ଆଧାରରେ କ’ଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ପରେ ବିଚାର ଆଲୋଚନା କରି ସ୍ଥିର କରିଥାଆନ୍ତିା
ବହୁ ଆଲୋଚନା ପରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଆଇନ ବିଭାଗ ପର୍ଯ୍ୟନ୍ତ ପରାମର୍ଶ କଲା ପରେ ୧୯୯୪ ମସିହାରୁ ଦେଶୀ ମଦ ଭାଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରୁ ସଂପୂର୍ଣ୍ଣ ବନ୍ଦ କରାଗଲା ଏବଂ ଲୋକେ କହିଲେ ଯେ ବିଜୁବାବୁ ହେଉଛନ୍ତି ନିରୀହ ଆଦିବାସୀମାନଙ୍କ ନିଶାମୁକ୍ତି ଆନ୍ଦୋଳନର ପ୍ରବକ୍ତାା ମାତ୍ର ଦୁଃଖର କଥା ୧୯୯୫ ମସିହାରେ ବିଜୁବାବୁ ରାଜ୍ୟ ଶାସନରୁ ଅପସରି ଗଲୋ ପୁଣି ୧୯୯୬ ମସିହାରେ ଦେଶୀ ମଦଭାଟି ପ୍ରଚଳନ କରାଗଲାା ଏବଂ ସେହି ମଦ୍ୟପାନର ବିଷ ପ୍ରକ୍ରିୟାରେ ଆଦିବାସୀମାନଙ୍କର ବିକାଶର ସମସ୍ତ କାର୍ଯ୍ୟ ସାମାନ୍ୟ ସଫଳତାକୁ ସ୍ପର୍ଶ କରିପାରିଲା ନାହିାଁ ସେହି ସବୁ ଆଦିବାସୀମାନଙ୍କର କର୍ମାଭ୍ୟାସ, ଖାଦ୍ୟାଭ୍ୟାସ, Cଶ୍ୱର ବିଶ୍ୱାସ, ସାମାଜିକ ଚଳଣିକୁ ନେଇ ଯୋଜନା କରିବା ପାଇଁ ଦୀର୍ଘମିଆଦୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ(କେବିକେ) ହାତକୁ ନେଇଥ#ଲୋ ସେ ଯୋଜନା ଏବେ ବି ଚାଲିଛିା ବିଭିନ୍ନ ସୂତ୍ରରୁ ଅର୍ଥ ପରିମାଣ ବଢି ବଢି ଚାଲିଛିା କିନ୍ତୁ ଆଦିବାସୀମାନେ ଯେଉଁ ତିମିରକୁ ସେହି ତିମିରରୋ ଏହା କ’ଣ ଅସ୍ୱୀକାର କରିହେବ ?
ଆଜି ଓଡ଼ିଶାରେ ଦେଶୀ ବିଦେଶୀ ମଦର ପ୍ରଚଳନ ବଢି ବଢି ଚାଲିଛିା ସରକାର ଅଧ#କରୁ ଅଧ#କ ଅବକାରୀ ରାଜସ୍ୱ ଅର୍ଜନ କରୁଛନ୍ତି, କିନ୍ତୁ ମଦ୍ୟପାନର ସଂପ୍ରସାରଣ ସାଙ୍ଗେ ସାଙ୍ଗେ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସାମାଜିକ ଜୀବନର ଯେଉଁ ବିଷ ପ୍ରକ୍ରିୟା ସୃଷ୍ଟି ହେଉଛି ତାକୁ ଦୂର କରିବା ସମ୍ଭବ ହେଉନାହିାଁ ପ୍ରତିଦିନ ସମ୍ବାଦପତ୍ରର ପୃଷ୍ଠା ଓଲଟାଇଲେ ଆଇନ ବେଆଇନ୍ ମଦପାନ କି୍ରୟାପ୍ରକି୍ରୟାର ସମ୍ବାଦ ପରିବେଷିତ ହେଉଛିା ବିଜୁବାବୁଙ୍କର ସେଦିନର ମହିଳାମାନଙ୍କର ମେଳି ବାନ୍ଧି ମଦଭାଟି ଭାଙ୍ଗିବାର ଘଟଣା ପରେ ଏବେ ବି ଆଦିବାସୀ ଅଞ୍ଚଳଠାରୁ ଆରମ୍ଭ କରି ଅଣଆଦିବାସୀ, ସଭ୍ୟ ଶିକ୍ଷିତ ସମାଜରେ ମହିଳାମାନେ ବେଳେ ବେଳେ ମଦ ଦୋକାନ ଭାଙ୍ଗୁଛନ୍ତିା ମନକୁ ଆସେ ଏ ମଦ ବିରୋଧୀ ଆନ୍ଦୋଳନ ସମାଜର ହିତକଳ୍ପେ ସ୍ୱତଃ ନା ପ୍ରାୟୋଜିତ ତାହା ନିରୀକ୍ଷଣ କରିବାର କଥାା ମହାତ୍ମାଗାନ୍ଧୀଙ୍କ ଜନ୍ମସ୍ଥାନ ଗୁଜୁରାଟ ରାଜ୍ୟରେ ସଂପୂର୍ଣ୍ଣ ନିଶା ନିବାରଣ କେଉଁ କାଳରୁ ରହି ଆସିଛିା କୌଣସିଠାରେ ଦେଶୀବିଦେଶୀ ମଦ ଦୋକାନ ନାହିାଁ ମାତ୍ର ସେଠି ବିଷାକ୍ତ ମଦ୍ୟ ପାନକରି ଶତାଧ#କ ଲୋକ ମୃତୁ୍ୟବରଣ କରୁଛନ୍ତିା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ରାଜ୍ୟରେ ନିଶାନିବାରଣ ଘୋଷଣା କରିଛନ୍ତିା କିନ୍ତୁ ଦୁଇଦିନ ତଳେ ତାଙ୍କ ରାଜ୍ୟରେ ୧୩ ଜଣ ବ୍ୟକ୍ତି ବିଷାକ୍ତ ମଦ୍ୟ ପାନ କରି ପ୍ରାଣ ହରାଇଥ#ବା ସମ୍ବାଦ ପରିବେଷଣ ହୋଇଛିା ଗତ ୩/୪ ଦିନ ତଳେ ରାଜଧାନୀର ଶିଖରଚଣ୍ଡୀ ପବିତ୍ର ଧାର୍ମିକ ସ୍ଥାନ ନିକଟରେ ଜଣ୍ଡିସ୍ରେ ଆକ୍ରାନ୍ତ ଜଣେ ବ୍ୟକ୍ତି ଦେଶୀ ମଦ ପାନ କରି ମୃତୁ୍ୟବରଣ କରିଥ#ବା ଖବର ସମ୍ବାଦପତ୍ରର ପୃଷ୍ଠାମଣ୍ଡନ କରିଛିା ରାସ୍ତା ଉପରେ ଶବ ରଖ# ଲୋକେ ସରକାରକୁ ସମାଲୋଚନା କରୁଛନ୍ତିା ଏ ସାମାଜିକ ବ୍ୟାଧ#କୁ ନିଶା ନିବାରଣ ଆଇନ ବଳରେ ରୋଧ କରିବା ଏକ ବାସ୍ତବବାଦୀ ଅଭୀପ୍ସା ବୋଲି କହିପାରିବା କି? ନା ଏଥ#ପାଇଁ ଜନସଚେତନତାର ଆବଶ୍ୟକତା ରହିଛିା ସେ ବାବଦରେ ଚିନ୍ତା କରିବା ଉଚିତ ହେବ ନା ନାହିାଁ ଏହା ହିଁ ପ୍ରଶ୍ନ ଆଜିର ଦିନରୋ

Share in top social networks!