ବୌଦ୍ଧ କୀର୍ତିରାଜି ଲାଙ୍ଗୁଡି ଏବେବି ଅବହେଳିତ

langudi
ଯାଜପୁର-(ଅକ୍ଷୟ ରାଉତ) ଧର୍ମଶାଳା ବ୍ଲକ ମିର୍ଜାପୁର ଓ ପାଟପୁର ପ•ାୟତ ମଧ୍ୟରେ ବୌଦ୍ଧ କୀ•ିର୍ରାଜ ଲାଙ୍ଗୁଡି ପାହାଡ ଅବସ୍ଥିତ। ୧୯୮୦ ମସିହାରେ ଲାଙ୍ଗୁଡିର ବୌଦ୍ଧକୀ•ିର୍ ସଂପର୍କରେ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶିତ ହେବାପରେ ଏହା ଐତିହାସିକ ଓ ଗବେଷକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୧୯୯୬ ମସିହାରେ ରାଜ୍ୟ ସ୍କୃତି ବିଭାଗ ପକ୍ଷରୁ ଖନନ କରାଯାଇ ବହୁ ମୂଲ୍ୟବାନ ବୌଦ୍ଧ କୀ•ିର୍ରାଜ ଉଦ୍ଧାର ହୋଇଥିଲା।

କେତେକ ଆବିଷ୍କୃତ ଗୁଡିକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ରାଜ୍ୟ ସଂଗ୍ରାହଳରେ ରଖିଥିଲାବେଳେ ଅନେକ ଏଠାରେ ପଡିରହିଛି। ଫଲରେ ବହୁ
ମୂଲ୍ୟବାନ କୀ•ିର୍ରାଜ ପାଣି, କାକର ଓ ଖରା ଖାଇ ନଷ୍ଟ ହେବାକୁ ବସିଲାଣି। ଏଗୁଡିକର ରକ୍ଷଣା ବେକ୍ଷଣା ପାଇଁ ସଂଗ୍ରାହଳୟ ନିର୍ମାଣ କାର୍ଯ୍ୟ ୧୦ ବର୍ଷ ହେବ ଶେଷ ହେଉଥିଲେ ମଧ୍ୟ ସେଗୁଡିକ ଅବହେଳିତ ଭାବେ ଭଙ୍ଗା ଚାଳଘରେ ପଡିରହି ନଷ୍ଟ ହେବାକୁ ଯାଉଅଛି। ଏଠାରୁ ଆବିଷ୍କାରପ୍ରତ୍ନତା•୍ୱିକ ଉପାଦାନଗୁଡିକର ଗୁରୁତ୍ୱ ଐତିହାସିକ ଗବେଷକମାନଙ୍କ ଚର୍ଚ୍ଚାର ପରିସରକୁ ଆସି ବିଶ୍ୱ ପ୍ରସାରୀ ହୋଇପାରିଛି।

ପ୍ରତ୍ନତା•୍ୱିକ ଉପାଦାନ ସଂଗ୍ରହ ଭି•ିରେ କଳିଙ୍ଗ ବିଜୟୀ ସମ୍ରାଟ ଅଶୋକଙ୍କ ସଂପୃକ୍ତି ବୋଲି ଅନୁମାନ କରାଯାଇଛି। ଏଠାରୁ ଆବିଷ୍କୃତ ଲିପିକୁ ଆଧାର କରି ଏହା ପୁଷ୍ପଗିରି ବୋଲି ଗବେଷକମାନେ ମତବ୍ୟକ୍ତ କରିଛନ୍ତି। ଦୀର୍ଘ ୧୭ ବର୍ଷ ପରେ ଲାଙ୍ଗୁଡି ରାଜ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପାଇଛି। ରାଜ୍ୟପର୍ଯ୍ୟଟନ ତାଲିକାରେ ୩୨୬ ସ୍ଥାନ ପାଇଥିଲାବେଳେ ଜିଲ୍ଲାର ୧୪ ତମ ସ୍ଥାନ ହାସଲ କରିଛି। ଲାଙ୍ଗୁଡି ପାହାଡ ଉକ୍ରଳ ସାସ୍କୃତିକ ଓ ଐତିହାସିକ ଭାବେ ଖାଲି ଭାରତ ବର୍ଷରେ ନୁହେଁ ଏହା ବିଶ୍ୱରେ ମଧ୍ୟ ପର୍ଯ୍ୟଟନ ଗବେଷକ ଓ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି। ଭାରତ ସରକାରଙ୍କ ପ୍ରତ୍ନତା•୍ୱିକ ସର୍ବେକ୍ଷଣ ସଂସ୍ଥା ଏହାକୁ ଅଧିଗ୍ରହଣ କରିଥିଲେ ମଧ୍ୟ ଏବେ ଏହା ଅବହେଳିତ ହୋଇ ପଡିରହିଛି। ଅନୁସନ୍ଧାନର ଜଣାଯାଇଛି ଯେ ୧୧୯ ଏକର ଜମି ରାଜ୍ୟ ସଂସ୍କୃତି ବିଭାଗ ରାଜସ୍ୱ ବିଭାଗ ଠାରୁ ହସ୍ତାନ୍ତର କରିଛି। ଗତ ୧୦ବର୍ଷ ହେବ ଏଠାରେ ଏକ ସଂଗ୍ରାହଳୟ ଓ ପ୍ରାନ୍ଥଶାଳ ନିର୍ମାଣ ହୋଇଥିଲେ ମଧ୍ୟ ଅସୁରକ୍ଷିତ ଭାବେ ପଡିରହିଥିବା କୀ•ିର୍ରାଜ ଗୁଡିକପ୍ରତି କାହାର ନଜର ନାହିଁ। ସଂଗ୍ରାହଳୟ ଓ ପ୍ରାନ୍ଥଶାଳା ତୁରନ୍ତ ଉଦ୍ଘାଟନ ପାଇଁ ସ୍ଥାନୀୟ ଜନସାଧାରଣ ଦୃଢଦାବି କରିଛନ୍ତି। ଜିଲା ପ୍ରର୍ଯ୍ୟଟନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ ସଂଗ୍ରାହଳୟ ଓ ପାନ୍ଥଶାଳା କେବେ ଉଦ୍ଘାଟନ ହେବ ସେଥିପାଇଁ ଦିନ ସ୍ଥିର ହୋଇନାହିଁ। ଏ ବୈାଦ୍ଧ କୀ•ିର୍ରାଜ ସୁରକ୍ଷିତ ସରକାରଙ୍କ ଦାଇତ୍ୱ ବେଲି କହିଛନ୍ତି ସମାଜସେବୀ ଡ. ସୁରେଶ ଚନ୍ଦ୍ର ଦଳାଇ

Share in top social networks!
Powered By Indic IME