ଧର୍ମଶାଳା ମଣ୍ଡଳ ସ୍ତରୀୟ ଗୁରୁଦିବସ ପାଳିତ

dassଧର୍ମଶାଳା ବ୍ଲକ ସ୍ଥିତ କଳ୍ପତରୁ ଦାସ ଫାଉଣ୍ଡେସନ ପକ୍ଷରୁ ମଣ୍ଡଳସ୍ତରୀୟ ଗୁରୁ ଦିବସ ଆଜି କଳ୍ପତରୁ ଦାସ
ମିନିଷ୍ଟାଡିୟମଠାରେ ସାଂସଦଙ୍କ ଜିଲା ପ୍ରତିନିଧି ଡକ୍ଟର ପ୍ରିୟନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉସôବକୁ ଯାଜପୁର ସାଂସଦ
ରୀତା ତରାଇ କରିଉଦ୍ଘାଟନ କରି ଗୁରୁଙ୍କ ପ୍ରେରଣାରେ ଛାତ୍ରଛାତ୍ରୀମାନେ ଭଲ ମଣିଷ ହୋଇପାରିବେ। ବାପା ଓ ମା’ ହେଉଛନ୍ତି ପ୍ରଥମ ଶିକ୍ଷକ
ଓ ପରେ ଶ୍ରେଣୀ ଗୃହରେ ଶିକ୍ଷକ ହେଉଛନ୍ତି ଦ୍ୱିତୀୟ ଗୁରୁ , ତେଣୁ ଶିକ୍ଷକମାନେ ସକରାତ୍ମକ ଭାବେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ
ଦେଇଥିଲେ। ଏହି ଉସôବରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍
ଜଣେ ଆଦର୍ଶ ଶିକ୍ଷକଭାବେ କାର୍ଯ୍ୟକରି ଭାରତବର୍ଷର ରାଷ୍ଟ୍ରପତି ହୋଇପାରିଥିଲେ। ତାଙ୍କ ଜୟନ୍ତୀ ଦିବସକୁ ସାରା ଭାରତ ବର୍ଷ ଗୁରୁ ଦିବସ
ଭାବେ ତାଙ୍କ ଜୀବନକାଳ ଠାରୁ ଏଯାବତ୍ ପାଳନ କରିଆସୁଅଛି। ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରି କହିଲେ ଯେ ଉଚ୍ଚ ଶିକ୍ଷା ପାଇଁ
ମେଧାବୀ ଛାତ୍ରମାନଙ୍କୁ ନବଗଠିତ କଳ୍ପତରୁ ଦାସ ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ କରାଯିବ। ଯେଉଁ ଶିକ୍ଷକମାନେ ଉ•ମ ଛାତ୍ର ଗଠନ
କରନ୍ତି ସେମାନେ ନିଜକୁ ଧନ୍ୟ ମନେ କରିବା ସହିତ ଅ•ଳପାଇଁ ଗର୍ବ ସୃଷ୍ଟି କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଜିଲା
ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ଅତିଥିଭାବେ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଡିପିସି ବିଷ୍ଣୁ ଚରଣ ସୁତାର୍,ବିଇଓ ଭାଗ୍ୟଧର ବିଶ୍ୱାଳ, ବ୍ଳକ ଉପାଧ୍ୟକ୍ଷ
ଜଳଧର ମହାନ୍ତି, ସମାଜସେବୀ ଡ.ସୁରେଶ ଚନ୍ଦ୍ର ଦାଳାଇ ପ୍ରମୁଖ ଯୋଗଦେଇ ଗୁରୁଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି
ଅବସରରେ ଅତିଥିମାନେ ୨୪ଜଣ ଆଦର୍ଶ ଶିକ୍ଷକ ଓ ୪ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଧର୍ମଶାଳା ବ୍ଲକ ଏ.ବି.ଇ.ଓ ବଳରାମ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଜାରକା ହାଇସ୍କୁଲର ଛାତ୍ରୀ କଣ୍ଠଶିଳ୍ପୀ ଶ୍ରୀୟା ଶତାଦ୍ଦୀ
ଗୁରୁବନ୍ଦନା ଗାନ କରିଥିଲେ। ଗୁରୁଦିବସ ପାଳନ ପୂର୍ବରୁ ଦିବଂଗତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିୟୋଗରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ଶେଷରେ ସିଆରସିସି ନାରାୟଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Share in top social networks!