ଚାଷକୁ ନିଜର ନିଶା କରିଛନ୍ତି ପ୍ରଧାନଶିକ୍ଷକ

ଖୁବ ସମୟାନୁବର୍ତିତା ସେ। ଠିକ ସମୟରେ ବିଦ୍ୟାଳୟରେ ପହଂଚିବା ସହିତ ପିଲାମାନଙ୍କୁ ନିଜ ବିଦ୍ୟାଳୟରେ ଭଲ ଶିକ୍ଷାଦାନ କରିବା ହେଉଛି ତାଙ୍କ ପ୍ରାଥମିକତା। ଜଣେ ଛାତ୍ର ବସôଳ ତଥା ଦକ୍ଷ ଶିକ୍ଷକ ଭାବେ ତାଙ୍କର ରହିଛି ଖୁବ କ୍ଷାତି। ଶିକ୍ଷକତା ତାଙ୍କ ପେଶା ହୋଇଥିଲା ବେଳେ ଚାଷ ହେଉଛି ତାଙ୍କ ନିଶା। ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ନିଜ ୫ ଏକର ଜମିରେ ସମୟ ଦେବା ସହିତ ବିଭିନ୍ନ ପ୍ରକାରର ଧାନ, ଚିନାବାଦାମ, ବିରି, ମୁଗ ଚାଷ କରିବା ସହିତ ବର୍ଷକୁ ୫୦ ହଜାର ଟଙ୍କାରୁ ଅଧିକ ଉପାର୍ଜନ ମଧ୍ୟ କରନ୍ତି ବରୀ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ସାର। ଶିକ୍ଷକତା କରି ଭଲ ଛାତ୍ରଛାତ୍ରୀ ଗଢିବା ଯେତିକି ଖୁସି ଦିଏ ନିଜ ବିଲରେ ହସୁଥିବା ଫସଲ ମଧ୍ୟ ସେତିକି ଆନନ୍ଦ ଦିଏ ବୋଲି କହନ୍ତି ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ଧଳ।
prafulla
ବରୀ ବ୍ଲକ ଚନ୍ଦନପୁର ଗ୍ରାମର ସ୍ୱର୍ଗତ ଗୋପିନାଥ ଧଳଙ୍କ ପୁଅ ପ୍ରଫୁଲ୍ଲ କୁମାର ଧଳ। ଶିକ୍ଷକତା ତାଙ୍କର ପେଶା
ହୋଇଥିଲା ବେଳେ ଆଜକୁ ୨୯ ବର୍ଷ ହେଲା ଶିକ୍ଷକତା କରୁଛନ୍ତି। ବର୍ତମାନ ସେ ବରୀ ପଂଚାୟତ ଉଚ୍ଚ ବିଦ୍ୟାଳୟର
ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ। ଜଣେ ଛାତ୍ର ବସôଳ ତଥା କର୍ତବ୍ୟ ନିଷ୍ଠ ଶିକ୍ଷକ ଭାବେ ବ୍ଲକରେ ରହିଛି ତାଙ୍କର କ୍ଷାତି
ା ଶିକ୍ଷକତାକୁ ପେଶା କରିଥିବା ପ୍ରଫୁଲ୍ଲ ସାର କିନ୍ତୁ ଚାଷକୁ ନିଜର ନିଶା କରିଛନ୍ତି। ବାପା ଜଣେ ଦକ୍ଷ କୃଷକ ଥିଲାବେଳେ
ବାପାଙ୍କ ପରେ ମଧ୍ୟ ଚାଷକୁ ଛାଡି ନାହାନ୍ତି ସେ। ନିଜର ୫ ଏକର ଜମିରେ ଆଜିବି ଚାଷ କରନ୍ତି। ପ୍ରତିଦିନ ସକାଳ
୬ଟାରୁ ୯ଟା ପର୍ଯ୍ୟନ୍ତ ତାଙ୍କ ସମୟ କଟେ ଏହି ଜମିରେ। ନିଜ ବିଲରେ ଧାନ, ଚିନାବାଦାମ, ବିରି ଓ ମୁଗ ଚାଷ କରନ୍ତି
ସେ। ବର୍ଷକୁ ୩୦ ହଜାର ଟଙ୍କା ବ୍ୟୟ କରୁଥିଲାବେଳେ ୮୦ ହଜାରରୁ ଅଧିକ ଟଙ୍କା ମଧ୍ୟ ଆୟ ହୁଏ ତାଙ୍କର। ପ୍ରତିଦିନ
ମୁଲିଆଙ୍କ ସହିତ ତିନିଘଂଟା ବିଲରେ କଟାଇବା ସହିତ ଛୁଟିଦିନ ମାନଙ୍କରେ ନିଜ ବିଲରେ ହାଡଭଙ୍ଗା ପରିଶ୍ରମ କରନ୍ତି
ା ବିଭିନ୍ନ ପ୍ରକାର ଧାନ ଚାଷ କରୁଥିଲାବେଳେ ଉଦୟଗିରି, ସହଭାଗୀ, କୁଜା ଓ ଲକ୍ଷ୍ମୀ ଧାନ ଅଧିକ ଅମଳକ୍ଷମ ବୋଲି
କୁହନ୍ତି। ସରକାରୀ ଭାବେ ଜଳସେଚନର ସୁବିଧା ନଥିବାରୁ ଓ ବିଦ୍ୟୁତ ବିଲ୍ ଅଧିକ ହେଉଥିବାରୁ ଡିଜେଲ କଳ
ସାହାଯ୍ୟରେ ନିଜ ଜମିରେ ଜଳ ସେଚନର ସୁବିଧା କରିଛନ୍ତି। ଚାଷ କରୁଥିବାରୁ ନିଜ ଘରେ ସବୁ ବେଳେ ଧାନ
ଚାଉଳ ଓ ଡାଲି ଜାତୀୟ ଶସ୍ୟ ମହଜୁଦ ରହିବା ସହିତ ବଳକା ଶସ୍ୟକୁ ବିକ୍ରି କରନ୍ତି। ଚାଷ କରୁଥିଲେ ମଧ୍ୟ ଚାଷ
ପାଇଁ କେବେବି ଶିକ୍ଷକତାରେ ଅବହେଲା କରିନଥିବା କହିଛନ୍ତି ପ୍ରଫୁଲ୍ଲ ସାର। ଆଜି କାଲି ସମସ୍ତେ ଚାକିରି ପଛରେ
ଗୋଡାଉ ଥିଲାବେଳେ ଜଣେ ଜଦି ନିଷ୍ଠାର ସହିତ ଚାଷ କରିବ ତେବେ ସେ ନିଜେ ସ୍ୱାବଲମ୍ବି ହେବା ସହିତ ତା
ପରିବାରକୁ ଭଲ ଭାବରେ ଚଳାଇ ପାରିଛନ୍ତି ଏବଂ ଏହା ସମାଜରେ ଅନ୍ୟମାନଙ୍କ ପାଇଁ ଏକ ପ୍ରରେଣା ସୃଷ୍ଟି କରିବ
ବୋଲି ସମାଜସେବୀ ଡ. ସୁରେଶ ଚନ୍ଦ୍ର ଦାଳାଇ ମତବ୍ୟକ୍ତ କରିଛନ୍ତି। ଏହା ସହିତ ଚାଷ ପ୍ରତି ଦିନକୁ ଦିନ ସାଧାରଣରେ
ବିମୁଖତା ଦେଖାଦେଉଥିବାକୁ ନେଇ ମଧ୍ୟ ଡ. ଦଳାଇ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟ ରାଜ୍ୟର ଯୁବକମାନେ ଚାକିରି
ବଦଳରେ ଚାଷକୁ ଗୁରୁତ୍ୱ ଦେଇ ନିଜର ତଥା ରାଜ୍ୟର ଆର୍ଥିକ ବିକାଶ କରୁଥିଲାବେଳେ ଆମ ରାଜ୍ୟ ବହୁ ପଛରେ
ପଡିଥିବା କହିଛନ୍ତି। ସରକାର ଚାଷର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲାବେଳେ ଏହି ଯୋଜନା
ଗୁଡିକ ଚାଷୀଙ୍କ ନିକଟରେ କାହିଁକି ପହଂଚି ପାରୁନାହିଁ ତାକୁ ସରକାର ଦୃଢତାର ସହିତ ତଦାରଖ କରିବା ଦରକାର
ବୋଲି ମତ ଦେଇଛନ୍ତି। ଏହା ସହିତ ଚାଷୀଙ୍କୁ ଉନ୍ନତ ମାନର ବିହନ, ସାର ଠିକ୍ ସମୟରେ ପ୍ରଦାନ କରି ପ୍ରାକୃତିକ
ଦୁର୍ବିପାକ ସମୟରେ ସହାୟତାର ହାତ ସରକାର ବଢାଇଲେ ଚାଷ ପ୍ରତି ବିମୁଖ ହେଉଥିବା ଚାଷୀ ପୁଣି ଚାଷ ପ୍ରତି
ଆକର୍ଶିତ ହୁଅନ୍ତେ ବୋଲି ମତ ଦେଇଛନ୍ତି ପ୍ରଫୁଲ୍ଲ ସାର।

Share in top social networks!