22ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍ ଘାଟନି ଉତ୍ସବରେ ଅରୁଣା ମହାନ୍ତି, ମିରା ଦାସ ଓ ସୁଜାତା ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ

keluu୨୨ତମ ଗୁରୁକେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଏକ ମନୋଜ୍ଞ ଓ ଭାବୋଦ୍ଦୀପକ ପରିବେଶ ଭିତରେ ଆଜି ସଂଧ୍ୟାରେ ଉଦ୍ ଘାଟିତ ହୋଇଥିଲା । ଉଦ୍ଘାଟନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ତିନି ଜଣ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ଓ କୋରିଓଗ୍ରାଫର ଶ୍ରୀମତୀ ଅରୁଣା ମହାନ୍ତି, ଶ୍ରୀମତୀ ମିରା ଦାସ ଓ ଶ୍ରୀମତୀ ସୁଜାତା ମହାପାତ୍ରଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ । ସେମାନଙ୍କର ପ୍ରଥମ ପ୍ରସ୍ତୁତି ଥିଲା ମଙ୍ଗଳା ଚରଣ ପରେ ପରେ ହଂସଧ୍ବନୀ ପଲ୍ଲବୀ । ଶେଷ ପରିବେଶଣ ଥିଲା ନାରୀ ଯେଉଁଥିରେ ତିନିଗୋଟି ପୌରାଣିକ ଚରିତ୍ର ସୀତାଙ୍କର ସହନିୟତା, ଶବରୀଙ୍କର ସମର୍ପଣ ଏବଂ ମୀରାଙ୍କର ପ୍ରେମକୁ ତାଙ୍କ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିଥିଲେ । ସେମାନଙ୍କର ନୃତ୍ୟାଭିନୟକୁ କଣ୍ଠ ପ୍ରଦାନ କରିଥିଲେ ରୂପକ କୁମାର ପରିଡ଼ା ଏବଂ ଯନ୍ତ୍ରାଶଂରେ ସହଯୋଗ କରିଥିଲେ ମର୍ଦଳରେ ଗୁରୁ ରତିକାନ୍ତ ମହାପାତ୍ର ଓ ବିଜୟ କୁମାର ବାରିକ୍, ବେହେଲାରେ ରମେଶ ଚନ୍ଦ୍ର ଦାସ ଓ ଅଗ୍ନିମିତ୍ର ବେହେରା, ବଂଶୀରେ ଶ୍ରୀନିବାସ ଶତପଥୀ ଏବଂ ମଞ୍ଜିରାରେ ଏକଲବ୍ୟ ମୁଦୁଲି ।

ସଂଧ୍ୟାର ଦ୍ବିତୀୟ କାର୍ଯ୍ୟକ୍ରମ ଥିଲା ଏ. କନ୍ୟାକୁମାରୀଙ୍କ ଦ୍ବାରା କର୍ଣ୍ଣାଟକି ଶାସ୍ତ୍ରୀୟରେ ବେହେଲା ବାଦନ । ତାଙ୍କୁ ଯନ୍ତ୍ରାଂଶରେ ସାହାଯ୍ୟ କରିଥିଲେ ମୃଦଙ୍ଗରେ ଟି. କେ. ସେଖର ଏବଂ ତବଲାରେ ରାଜେନ୍ଦ୍ର ନକଡ଼ ।

ଉତ୍ସବର ଅତିଥିମାନେ ଥିଲେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆର. ବାଲକ୍ରୀଷ୍ଣନ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରିଯୁକ୍ତ ଅମରେନ୍ଦ୍ର କୁମାର ପଟ୍ଟନାୟକ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା ଓ ସଂଯୋଜନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ଓ ନାଜିଆ ଆଲାମ।

Share in top social networks!