ଫିଡ୍ଷ୍ଟକ୍ ସହିତ ପାରାଦ୍ୱୀପ ପେଟ୍ରୋକେମିକାଲ ରିଜିୟନ୍ରେ ଯୋଗଦାନ ଓ କୋଇଲାର କେମିକାଲ ମୂଲ୍ୟକୁ ଉପଯୋଗ ପାଇଁ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଆହ୍ୱାନ:

chemaମୁମ୍ବାଇଠାରେ ସେପେଫମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ନବମ ୩ ଦିନିଆ କେମିକାଲ ଆନ୍ତର୍ଜାତିକ
ସମ୍ମିଳନୀ ଓ ପ୍ରଦର୍ଶନୀ ଉଦ୍ଯାପିତ ହୋଇଯାଇଛି । ସମ୍ମିଳନୀରେ ଓଡ଼ିଶା ପାର୍ଟନର ରାଜ୍ୟ ଭାବରେ ଯୋଗ ଦେଇଥ#ବା
ବେଳେ ଶିଳ୍ପମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ତାଙ୍କ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ ଅବସରରେ ପାରାଦ୍ୱୀପ ପି.ସି.ପି.ଆଇ.ଆର୍
ଠାରେ ପେଟ୍ରୋକେମିକାଲ୍ସ ଫିଡ୍ଷ୍ଟକ୍ ସହିତ କ୍ରାକରୟୁନିଟ୍ ଓ ଅନ୍ୟାନ୍ୟ ପେଟ୍ରୋରସାୟନ ଶିଳ୍ପ ପ୍ରତିଷ୍ଠା କରାଯାଇ
ଏହାକୁ ପୂର୍ଣ୍ଣ ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥ#ଲେ । ଏଥ# ନିମନ୍ତେ ଭାରତବର୍ଷର ନୂତନ ଆବଶ୍ୟକ
ପେଟ୍ରୋଲିୟମ୍, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଇନ୍ଭେଷ୍ଟମେଣ୍ଟ ରିଜିଅନ୍(ପି.ସି.ପି.ଆଇ.ଆର୍) ନୀତି ପ୍ରଣୟନ
କରିବା ପାଇଁ ଅନୁରୋଧ କରିଥ#ଲେ । ସୂଚନାଯୋଗ୍ୟ ଯେ ଭାରତବର୍ଷର ପୂର୍ବ ଉପକୂଳରେ ପାରାଦ୍ୱୀପଠାରେ ପୂର୍ବାଞ୍ଚଳର
ଏହି ପି.ସି.ପି.ଆଇ.ଆର୍ ପ୍ରାୟ ୨୮୪ ବର୍ଗ କିଲୋମିଟର ଚିହ୍ନଟ ଅଞ୍ଚଳରେ ପ୍ରତିଷ୍ଠା କରାଯାଉଛି । ଇଡ୍କୋ ଦ୍ୱାରା
ଏହି ଅଞ୍ଚଳର ଭିତ୍ତିଭୂମିର ବିକାଶ ସହିତ ଆବଶ୍ୟକ ବିଦୁ୍ୟତ, ଜଳ ଯୋଗାଇଦେବା ସହିତ ପରିବହନ ବ୍ୟବସ୍ଥାର ବିକାଶ
ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଛି । ପି.ସି.ପି.ଆଇ.ଆର୍ର ରୂପାୟନ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ସଂସ୍ଥା ପାରାଦ୍ୱୀପ
ଇନ୍ଭେଷ୍ଟମେଣ୍ଟ ରିଜିୟନ୍ ଡେଭ୍ଲପ୍ମେଣ୍ଟ ଲିମିଟେଡ୍ ପ୍ରତିଷ୍ଠା କରାଯାଇଛି । ପାରାଦ୍ୱୀପଠାରେ ଇଣ୍ଡିଆନ୍ ଅଏଲ୍
କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ବାର୍ଷିକ କ୍ଷମତା ୧୫ ମିଲିୟନ୍ ଟନ୍ ତୈଳ ବିଶୋଧନାଗାର ପ୍ରତିଷ୍ଠା ହେବା ପରେ
ଏଠାରେ ଆନୁଷଙ୍ଗିକ ଏବଂ ମୂଲ୍ୟଯୁକ୍ତ ପେଟ୍ରୋଲିୟମ୍ ଓ ରସାୟନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସୁଯୋଗ ସୃଷ୍ଟି ହୋଇଛି ।
ତୈଳ ବିଶୋଧନାଗାର ସହିତ ଅନ୍ୟାନ୍ୟ ମୂଲ୍ୟଯୁକ୍ତ ପେଟ୍ରୋକେମିକାଲ୍ସ ଶିଳ୍ପ ପ୍ରତିଷ୍ଠା ହେଲେ ଏହି ଅଞ୍ଚଳରେ ସିଧାସଳଖ
ନିଯୁକ୍ତି ସୁଯୋଗ ବହୁଗୁଣିତ ହେବ ବୋଲି ଶିଳ୍ପମନ୍ତ୍ରୀ ମତପ୍ରକାଶ କରିଥ#ଲେ । ଏଥ#ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ
ଘୋଷିତ ଶିଳ୍ପନୀତି ୨୦୧୫ରେ ପେଟ୍ରୋକେମିକାଲ୍ସ ଶିଳ୍ପକୁ ପ୍ରାଥମିକତା ଦିଆଯାଇ ଅନେକଗୁଡିଏ ପ୍ରୋତ୍ସାହନ ଓ
ରିହାତି ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥ#ଲେ । ଏଥ# ସହିତ ବନ୍ଦ ହୋଇ ପଡି ରହିଥ#ବା ତାଳଚେର ସାର
କାରଖାନାର ତୁରନ୍ତ ପୁନରୁଦ୍ଧାର ପାଇଁ ଶ୍ରୀ ମିଶ୍ର ଦାବି କରିଥ#ଲେ । ଓଡ଼ିଶାରେ ପ୍ରଚୁର ପରିମାଣରେ ଉପଲବ୍ଧ
ହେଉଥ#ବା କୋଇଲାକୁ କେବଳ ତାପଜ ଶକ୍ତି ଉତ୍ପାଦନ ଭାବରେ ବ୍ୟବହାର ନ କରି ଏହାର କେମିକାଲ ମୂଲ୍ୟକୁ
ଉପଯୋଗ କରି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସେ ଆହ୍ୱାନ ଦେଇଥ#ଲୋ ଏହା ଦ୍ୱାରା ଓଡ଼ିଶାରେ ଅନେକ ଆନୁଷଙ୍ଗିକ ଶିଳ୍ପ
ପ୍ରତିଷ୍ଠା ହୋଇପାରିବ ଓ ଏହା ଓଡ଼ିଶାର ଆଥ#ର୍କ ପ୍ରଗତିରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥ#ଲେ ।
ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର
ପେଟ୍ରୋକେମିକାଲ୍ସ ଶିଳ୍ପରେ ଅଧ#କ ପୁଞ୍ଜିନିବେଶ ଓ ଏହାର ଉନ୍ନତି ନିମନ୍ତେ ଆବଶ୍ୟକୀୟ ନୂତନ ପି.ସି.ପି.ଆଇ.ଆର୍
ନୀତି କରାଯିବ ବୋଲି ଘୋଷଣା କରିଥ#ଲେ । ସଂପ୍ରତି ଭାରତବର୍ଷ ରସାୟନ ଓ ପେଟ୍ରୋକେମିକାଲ୍ସ ଶିଳ୍ପରେ
ପୃଥ#ବୀରେ ଷଷ୍ଠ ସ୍ଥାନ ଅଧ#କାର କରିଥ#ବା ବେଳେ ଏସିଆ ମହାଦେଶରେ ତୃତୀୟ ସ୍ଥାନ ଅଧ#କାର କରିଛି । ୨୦୨୦
ସୁଦ୍ଧା ଏସିଆରେ ଦ୍ୱିତୀୟ ସ୍ଥାନ ହାସଲ କରିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର
କହିଥ#ଲେ । ରସାୟନ ଶିଳ୍ପ ଭାରତର ଜି.ଡି.ପିରେ ୭ ପ୍ରତିଶତ ଯୋଗଦାନ କରୁଥ#ବା ବେଳେ ୨୦୧୫ରେ ଭାରତର
ମୋଟ ରତ୍ପାନୀର ୧୪ ପ୍ରତିଶତ ଥ#ଲା ବୋଲି ସେ କହିଥ#ଲେ ।
ଭାରତ ସରକାରଙ୍କ ରସାୟନ ଓ ପେଟ୍ରୋକେମିକାଲ୍ସ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର ଅଫ୍
କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀ ଓ ପ୍ରଦର୍ଶନୀରେ ଚୀନ୍, ଜାପାନ, ରୁଷିଆ, ଆମେରିକା,
ଜର୍ମାନୀ, ବାଙ୍ଗଲାଦେଶ ପ୍ରଭୃତି ଦେଶର ତଥା ଭାରତର ବହୁ ପ୍ରତିଷ୍ଠିତ କଂପାନୀମାନେ ଭାଗ ନେଇଥ#ଲେ । ଏହି
ଅବସରରେ ଶିଳ୍ପମନ୍ତ୍ରୀ ଶ୍ରୀ ମିଶ୍ର ଓଡ଼ିଶାରେ ପେଟ୍ରୋକେମିକାଲ୍ସ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ନିମନ୍ତେ ଦୀପକ ଫର୍ଟିଲାଇଜର
ଆଣ୍ଡ ପେଟ୍ରୋକେମିକାଲ୍ସ କର୍ପୋରେସନ୍ ଲିମିଟେଡ୍ ସମେତ ପ୍ରାୟ ୨୦ ଜଣ ପୁଞ୍ଜିନିବେଶକାରୀଙ୍କ ସହ ସିଧାସଳଖ
ଆଲୋଚନା କରିଥ#ଲେ ।
ଏହି ଅଧ#ବେଶନରେ ବାଂଲାଦେଶ ଶିଳ୍ପମନ୍ତ୍ରୀ ଅମୀର ହୁସେନ୍ ଆମୁଙ୍କ ସମେତ କେନ୍ଦ୍ର ରସାୟନ ଓ ସାର
ରାଜ୍ୟମନ୍ତ୍ରୀ ଶ୍ରୀ ମନ୍ସୁଖଲାଲ ମାଣ୍ଡିଭ୍ୟ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ସଚିବ ଅନୁଜ କୁମାର ବିଷ୍ଣୋଇ, ଫିକିର
ନ୍ୟାସନାଲ କେମିକାଲ କମିଟିର ଅଧ୍ୟକ୍ଷ ଦୀପକ ମେହେଟ୍ଟା ଏବଂ ଶ୍ରୀ ସଂଜୀବ ଗାନ୍ଧୀ ପ୍ରମୁଖ ଯୋଗଦେବା ଅବସରରେ
ଉଦ୍ବୋଧନ ଦେଇଥ#ଲେ ।

Share in top social networks!