ଆଜି ମୁକ୍ତିଲାଭ କଲା ବାଏ ବାଏ ଦୁବାଇ

dubaiiପ୍ରଯୋଜକ ଅକ୍ଷୟ ପରିଜାଙ୍କ ବାଏ ବାଏ ଦୁବାଇ ଆଜି ଶୁଭମୁକ୍ତି କଲା। ଏହା ଏକ ହାସ୍ୟତ୍ମକ ଫିଲ୍ମ। ଏଥିରେ ମୁଖ୍ୟ ଭୂମିକାରେ ସବ୍ୟସାଚ୍ଚୀ, ଅଚ୍ଚି ର୍ତା ଓ ବୁଦ୍ଧ୍ୟାଦିତ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଗୀତ ଓ ଫିଲ୍ମ ସିକୁୟୋନସ ସୁଂଟି ପ୍ରଥମ ଥର ପାଇଁ ଦୁବାଇରେ ହୋଇଛି। ଆଜି ଭୁବନେଶ୍ୱରରେ ଶ୍ରିୟା ହଲରେ ତାରକାଙ୍କ ସହ ପି୍ରମିୟମ ଶୋ ସହ ବିଭିନ୍ନ ଗଣମାଧ୍ୟମକୁ ନିମନଣ କରାଯାଇଛି ଏହାର ସମୀକ୍ଷା କରିବାପାଇଁ। ଏହି ଫିଲ୍ମଟି ଓଲିଉଡରେ ଏକ ନୂଆମୋଡ ଆଣିବ ବୋଲି ଅକ୍ଷୟ ପରିଜାଙ୍କ ମତ। ଏହି ଫିଲରେ ଷ୍ଟାର କାଷ୍ଟ ଯୋଡି ଭାବେ ପରିଚିତ ସବ୍ୟସୀଚ୍ଚୀ ଓ ଅଚ୍ଚି ର୍ତାଙ୍କ ଯୋଡି ଦର୍ଶକଙ୍କୁ ଆକର୍ଷିତ କରିବ। ଏହି ଫିଲ୍ମର ଗୀତ ଗୁଡିକ ସୋସିଆଲ ସାଇଡରେ ଅଫଲୋଡ ହେବା ପରେ ଦର୍ଶକଙ୍କ ମନକୁ ଛୁଇଛି।

ଏହାଛଡା ଫିଲ୍ମର ମୁ୍ୟଜିକ ରିଲିଜ ସପିଂମଲରେ ହୋଇଥିଲା ବେଳେ ଲାଇଫ ଭିଡିଓ କୁ ସୋସିଆଲ ମିଡିଆ ଫେସବୁକ ପେଜରେ ଅପଲୋଡ କରାଯାଇଥିଲା ଯାହାକି ଓଲିଉଡରେ ଏହା ପ୍ରଥମ ଥର ପାଇଁ ହୋଇଛି । ନିଦେ୍ର୍ଦର୍ଶକ ବସନ୍ତ ସାହୁ କହିଛନ୍ତି ଏହି ଫିଲ୍ମଟି ଲୋକଙ୍କୁ ହସାଇବ ବୋଲି ତାଙ୍କର ଆତ୍ମବିଶ୍ୱାସ ରହିଛି। ଅକ୍ଷୟ ପରିଜା କହିଛନ୍ତି ମନିପାଲ ୟୁନିଭରସିଟିର ପିଲାମାନେ ଓ ତାଙ୍କ ପ୍ରଫେସର ସମଭ୍ରମ ପଟ୍ଟନାୟକ ଫିଲ୍ମ ସୁଂଟି ପାଇଁ ସହଯୋଗ ଦେଇଥିଲେ। ଦୁବାଇ ଫିଲ୍ମ ଓ ଟେଲିଭିଜନ ବିଭାଗର ସହଯୋଗରେ ଫିଲ୍ମର ସୁଟିଂ ସଫଳ ହୋଇଛି। ଆଶା କରାଯାଉଛି ଦର୍ଶକ ମାନଙ୍କୁ ମଧ୍ୟ ଏହି ଫିଲ୍ମ ମନମୁଗଧ କରିବ।

ଏଥିରେ ସହ କଳାକାର ଭାବେ ମିହିର ଦାସ, ବିଜୟ ମହାନ୍ତି , ଅନିତା ଦାସ, ଜୀବନ ଓ ହାସ୍ୟକଳାକାର ପପୁ ପମ୍ ପମ୍ ଅଭିନୟ କରିଛନ୍ତି।

Share in top social networks!