କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ଗୁରୁଣ୍ଡିଆ ଓ ହେମଗିରି ବ୍ଳକରେ ଉଜ୍ଜଳା ଯୋଜନାର ଶୁଭାରମ୍ଭ

jualoramକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଅବସରରେ ଆଜି ବୁଧବାର ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓ ହେମଗିରି ବ୍ଳକରେ ଉଜ୍ଜଳା ଯୋଜନାର ଶୁଭାରମ୍ଭ କରିଥିଲେ। ପୂର୍ବାହ୍ନରେ ଶ୍ରୀ ଓରାମ ବଣାଇ ସବ୍ଡ଼ିଭିଜନର ଗୁରୁଣ୍ଡିଆ ଠାରେ ଆଇଓସିଏଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩୦ ଜଣ ହିତାଧିକାରୀମାନଙ୍କୁ ଏଲ.ପି.ଜି ଗ୍ୟାସ ବଂଟନ କରିଥିଲେ। ଏହି ବ୍ଳକରେ ମୋର ୬୦୦ ଜଣ ଉପଭୋକ୍ତାଙ୍କୁ ଚୟନ କରାଯାଇଛି। ପରବର୍ତୀ ସମୟରେ ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ ବୋଲି ଶ୍ରୀ ଓରାମ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ, ବଣାଇ ବିଜେପି ସାଂଗଠନିକ ଜିଲ୍ଲା ସଭାପତି ରାହାସ ବିହାରି ପ୍ରଧାନ, ପୂର୍ଣ୍ଣ ପ୍ରଧାନ, ରମେଶ ଅଗ୍ରୱାଲ,ଧନେଶ୍ୱର ମହନ୍ତ, ଖଗେଶ୍ୱର ମହାନ୍ତ, ଡ଼େଙ୍ଗୁରା ଓରାମ, ନିରଞ୍ଜନ ସିଂହ ଏବଂ ବାସୁଦେବ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତି ଥିଲେ।
ଅପରାହ୍ନରେ ଶ୍ରୀ ଓରାମ ସୁନ୍ଦରଗଡ଼ର ହେମଗିରି ବ୍ଳକରେ ଉଜ୍ଜଳା ଯୋଜନାର ଶୁଭାରମ୍ଭ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ସଭାପତି ଶ୍ରୀ ବଟକିଶୋର ମିଶ୍ରଙ୍କ ନେତୃତ୍ୱରେ ୩୦୦ରୁ ଉଦ୍ଧ୍ୱର୍ ଏକ ମୋଟର ସାଇକେଲ ର୍ୟାଲିରେ ଶ୍ରୀ ଓରାମ ହେମଗିରି ବଜାର ପରିକ୍ରମା କରିଥିଲେ। ପରେ ହେମଗିରି ପଂଚାୟତ କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ୩୦ ଜଣ ହିତାଧିକାରୀଙ୍କୁ ଏଲପିଜି ଗ୍ୟାସ ବଂଟନ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଓରାମ ବିଗତ ଅଢ଼େଇ ବର୍ଷରେ କେନ୍ଦ୍ରରେ ମୋଦି ସରକାର ନେଇଥିବା ବିଭିନ୍ନ ଲୋକହିତକର ଯୋଜନା ବିଷୟରେ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିଜେପି ଜିଲ୍ଲା ସଭାପତି ଶ୍ରୀ ବଟକିଶୋର ମିଶ୍ର, ସହଦେବ ଖାଖା,ପ୍ରେମସାଗର ଓରାମ, ଶାନ୍ତି ସରାଫ, ନେତ୍ରମଣି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଭଉୟ କାର୍ଯ୍ୟକ୍ରମକୁ ଆଇଓସିଏଲର ଆଂଚଳିକ ଅଧିକାରୀ ପୱନ କୁମାର ଏବଂ ଡ଼େପୁଟି ମ୍ୟାନେଜର ସୁରଜ ଶର୍ମା ପରିଚାଳନା କରିଥିଲେ।

Share in top social networks!