ତାଳଚେର ସାର କାରଖାନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ;୨୦୧୬-୧୭ ଆର୍ଥିକ ବର୍ଷରୁ କାର୍ଯ୍ୟ ଆରମ୍ଭ ଲକ୍ଷ୍ୟ

dpji ତାଳଚେର ସାର କାରଖାନା କ୍ରିୟାନ୍ୱୟନ ନେଇ ନୂଆଦିଲ୍ଲୀ ଠାରେ ଏକ ଉଚ୍ଚସ୍ତରିୟ ବୈଠକରେ କାର୍ଯ୍ୟ ପ୍ରଗତିର ସମୀକ୍ଷା କରାଯାଇଛି ।
କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାର ଓ ରସାୟନ ବିଭାଗ ମନ୍ତ୍ରୀ ଅନନ୍ତ କୁମାର ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ମନମୁଖ ମଣ୍ଡାଭିଆ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

ଉଭୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ତଥା ସାର ଓ ରସାୟନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତାଳଚେର ଫଟିଲାଇଜର କମ୍ପାନୀ ପାଇଁ ଟେକନୋଲୋଜି ଚୟନ ପ୍ରକ୍ରିୟା ତୁରନ୍ତ ଶେଷ କରାଯିବ । ଏହାସହ ୨୦୧୬-୧୭ ଆର୍ଥିକ ବର୍ଷରେ ହିଁ ଏହି ସାର କାରଖାନାର କାର୍ଯ୍ୟ ଆରମ୍ଭ କରାଯିବା ନେଇ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ତାଳଚେର ସାର କାରଖାନାର ଖର୍ଚ୍ଚକୁ କମ୍ କରିବା ଏବଂ ପର୍ଯ୍ୟାବରଣ ଉପରେ କମ୍ରୁ କମ୍ ପ୍ରତିକୂଳ ପ୍ରଭାବ ପାଇଁ ବ୍ୟବସ୍ଥା ଦିଗରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଛି । କୋଇଲାରୁ ଗ୍ୟାସ୍ ପ୍ରସ୍ତୁତ କରିବା ପ୍ରକ୍ରିୟାରେ ପାରାଦ୍ୱୀପ ରିଫାଇନାରୀରୁ ପେଟକୋକ୍ ଆଣି ମିଶ୍ରଣ
ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା
ଦେଇ କହିଛନ୍ତି ।

Share in top social networks!