ଅଭିଯୁକ୍ତ ବିଧାୟକଙ୍କୁ କ୍ଲିନ୍ ଚିଟ୍ ଦେବାର ଦାୟୀତ୍ୱ ସ୍ୱୟଂ ମୁଖ୍ୟମନ୍ତ୍ରୀ ନେଲେ : ସମୀର ମହାନ୍ତିି

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରାଇଦେବାକୁ କହି ଶାସକ ବିଜେଡି ଦଳର ୪ ବିଧାୟକଙ୍କ ବିଭିନ୍ନ ଶିଳ୍ପ ସଂସ୍ଥାଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟର କଳା କାର୍ନାମା ପର୍ଦ୍ଦାଫାଶ ହେବା ପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଅସଲ ମୁଖା ପଦାରେ ପଡିଯାଇଛି। ରାଜ୍ୟରେ କୈାଣସି ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ଅଭ୍ୟାସଗତ ଭାବେ ଏହାର ତଦନ୍ତ ଦାୟୀତ୍ୱ କ୍ରାଇମବାଂଚ ଓ ଭିଜିଲାନ୍ସକୁ ଦେଇ ଆସୁଛନ୍ତି। ସେହିପରି ଏହି କଳା କାରନାମାରେ ଅଭିଯୁକ୍ତ ବିଧାୟକଙ୍କୁ ଯଥାଶୀଘ୍ର ଗିରଫ କରି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ଜନତା ପାର୍ଟି ସହ ବିଭିନ୍ନ ମହଲରୁ ଦାବୀ ଜୋର୍ ଧରିବା ପରେ ମୁଖ୍ୟମନ୍ତ୍ରୀ ଅଭ୍ୟାସଗତ ଭାବେ ଏହି ଘଟଣାର ତଦନ୍ତ ଦାୟୀତ୍ୱ ପୁଣି ଭିଜିଲାନ୍ସକୁ ଦେଇ “କପି ପେଷ୍ଟ୍” କୁ ଆପାଣାଇଛନ୍ତି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀ ନିଜ ଦଳର ୪ ବିଧାୟକମାନଙ୍କ କଳାକାରନାମାକୁ ଘଂଟ ଘୋଡାଇବା ପାଇଁ ପ୍ରୟାସ ଆରମ୍ଭ କରିବା ସହ ଅଭିଯୁକ୍ତ ବିଧାୟକଙ୍କୁ କ୍ଲିନ୍ଚିଟ୍ ଦେବାର ଗ୍ୟାରେଂଟିର ଦାୟୀତ୍ୱ ସ୍ୱୟଂ ନିଜେ ମୁଖ୍ୟମନ୍ତ୍ରୀ ନେଇଛନ୍ତି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ପରିହାସ ଛଳରେ ବକ୍ତବ୍ୟ ଦେଇଛନ୍ତି।
ନିଜକୁ ସ୍ୱଚ୍ଛ ବୋଲାଉଥିବା ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ବିଧାୟକମାନଙ୍କୁ ଗିରଫ କରାଇ ସେମାନଙ୍କୁ ବିଧାୟକ ପଦରୁ ଯଥାଶୀଘ୍ର ଇସ୍ତଫା ଦେବାକୁ ପରାମର୍ଶ ଦିଅନ୍ତୁ ଏବଂ ଆଉ ଥରେ ସାଧାରଣ ଜନତାଙ୍କ ପାଖକୁ ଯାଇ ନିର୍ବାଚନ ସାମ୍ନା କରିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି।

Share in top social networks!