ଓଡ଼ିଶା କଳା ସଂସ୍କୃତିର ଦୁତଙ୍କୁ ହରାଇଲା : ଧର୍ମେନ୍ଦ୍ର ପ୍ରଧାନ

11225159_1691040791111700_6889303908396720680_nବିଶିଷ୍ଠ ଚିତ୍ରଶିଳ୍ପୀ ଡଃ ଦୀନନାଥ ପାଠୀଙ୍କ ବିୟୋଗରେ କେନ୍ଦ୍ର ପ୍ରେଟ୍ରୋଲିୟମ ଓ ପା୍ରକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୀନନାଥ ପାଠୀଙ୍କ ବିୟୋଗରେ ଓଡ଼ିଶା ତାର କଳା ସଂସ୍କୃତିର ଦୂତକୁ ହରାଇଲା
ବୋଲି ଶୋକ ବାର୍ତାରେ ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀପ୍ରଧାନ କହିଛନ୍ତି କଳ୍ପନାକୁ ରଙ୍ଗ ତୁଳୀରେ ରୁପ ଦେଇ ଏହାକୁ ଜୀବନ୍ତ କରାଇବାରେ ଡଃ ପାଠୀଥିଲେ ସିଦ୍ଧ ହସ୍ତ।
ଜଣେ ଚୀତ୍ର ଶିଲ୍ପୀ, ଚୀତ୍ର ଶିଳ୍ପର ଇତିହାସକାର, କବି, ଲେଖକ, ଶିକ୍ଷକ ତଥା ପ୍ରସାଶକ ଭାବରେ ସେ ଅନନ୍ୟ ଛାପ ଛାଡିଯାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ୱାନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Share in top social networks!