ସ୍ୱରାଜ ଆଶ୍ରମରୁ ନେତାଜୀଙ୍କ ଜନ୍ମସ୍ଥାନକୁ ପଦଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

tirangaaକଟକର ସ୍ୱରାଜ ଆଶ୍ରମରୁ ଓଡିଆବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ପଦଯାତ୍ରା
କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତ୍ରିରଙ୍ଗା ଯାତ୍ରାର ଉଦଯାପନ
କାର୍ଯ୍ୟକ୍ରମରେ ଯୋଗଦେଇ ନେତାଜୀଙ୍କ ଜନ୍ମସ୍ଥାନ ସମେତ ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱାଧୀନତା ସଂଗ୍ରାମ ସହିତ
ଜଡିତ ସ୍ମୁତିର ରକ୍ଷାଣବେକ୍ଷଣ ଦେଶର ଭବିଷ୍ୟତ ପିଢି ମନରେ ଦେଶାତ୍ମକବୋଧର ଭାବନା ସୃଷ୍ଟି କରିପାରିବ
ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ଗତ ଏନଡିଏ ଶାସନ ସମୟରେ ନେତାଜୀଙ୍କ ଜନ୍ମସ୍ଥାନକୁ ଜାତୀୟ ସ୍ମାରକୀର ମାନ୍ୟତା ମିଳିଥିଲା। ଜନ୍ମସ୍ଥାନର
ବର୍ତମାନ ଯେଉଁ ସ୍ଥିତି ରହିଛି ସେଥିରେ ଉନ୍ନତି ଆଣିବାକୁ ସେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗର ଦୃଷ୍ଟିକୁ
ଆଣିବେ ଓ ରାଜ୍ୟ ସରକାରଙ୍କ ସହ ପରାମର୍ଶ ପରେପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପ୍ରଧାନ
କହିଛନ୍ତି।
ସ୍ୱାଧୀନତାର ୭୦ ବର୍ଷ ଅବସରରେ ହାତରେ ତ୍ରିରଙ୍ଗା ଧରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଜନ୍ମସ୍ଥାନ ବୁଲିବା ଓ
ପରିବାର ସହ ସାକ୍ଷାତ କରିବାର ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିଆରି କରିଥିଲେ। ଆଜି ଦିନରେ
ଯେତେବେଳେ ଦେଶର ଏକତା , ଅଖଣ୍ଡତା ଓ ସାର୍ବଭୌମତାକୁ ପ୍ରଶ୍ନ ଚିହ୍ନ ଲଗାଯାଉଛି ତ୍ରିରଙ୍ଗା ଯାତ୍ରା
ଦେଶର ଯୁବପୀଢିଙ୍କୁ ପୁଣି ଦେଶାତ୍ମବୋଧରେ ଅନୁପ୍ରାଣୀତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ତ୍ରିରଙ୍ଗାଯାତ୍ରା ଅବସରରେ ସେ ନେତାଜୀଙ୍କ କଲିକତା ସ୍ଥିତ ଜନ୍ମସ୍ଥାନ , ଶ୍ରୀ
ଅରବିନ୍ଦଙ୍କ କଲିକତା ସ୍ଥିତ ବାସଭବନ , ଶ୍ୟାମପ୍ରସାଦ ମୁର୍ଖାଜୀଙ୍କ ଜନ୍ମସ୍ଥାନ ତଥା ବକ୍ସିଜଗବନ୍ଧୁଙ୍କ ଜନ୍ମସ୍ଥାନକୁ
ଯିବାର ସୁଯୋଗ ମିଳିଛି।
ସ୍ୱରାଜ ଆଶ୍ରମରୁ ପଦଯାତ୍ରା ଆରମ୍ଭ କରି ଓଡିଶାର ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ସେନାନୀ ପଣ୍ଡିତ ଗୋପବନ୍ଧୁ
ଦାସ, ରମାଦେବୀ , ମାଳତୀ ଚୌଧୁରୀ , ଗୋପବନ୍ଧୁ ଚୌଧୁରୀ, ହରେକୃଷ୍ଣ ମହତାବ ପ୍ରମୁଖଙ୍କ ସ୍ୱରାଜ ଆଶ୍ରମ
ସହିତ ସମ୍ପର୍କର ସ୍ମୁତିଚାରଣ କରିଥିଲେ।
ଏହି ପଦଯାତ୍ରାରେ ଶତାଧିକ ଯୁବକ ହାତରେ ତ୍ରିରଙ୍ଗା ପତାକା ଧରି କଟକ ସହର ପରିକ୍ରମା କରି ନେତାଜୀଙ୍କ
ଜନ୍ମସ୍ଥାନରେ ପହଁଚିଥିଲେ।
-

Share in top social networks!