ଓଡିଶାରେ ରାଜପଥ ଓ ରେଳପଥ ବିକାଶ ପାଇଁ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

dpji
• ୩ ଟି ରାଜପଥ ପାଇଁ ମଞ୍ଜୁରୀ ୭୪୨ କୋଟି
• ରେଳପଥ ପାଇଁ ମଞ୍ଜୁରୀ ୨୨୬୮ କୋଟି
ଓଡିଶାରେ ୩ଟି ଜାତୀୟ ରାଜପଥର ବିଭିନ୍ନ ଭାଗ ତଥା ରେଳପଥର ଉନ୍ନତି କରଣ ପାଇଁ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ଅର୍ଥନୈତିକ ବ୍ୟାପର କମିଟି ଅନୁମତି ଦେଇଥିବାରୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ମନ୍ତ୍ରୀ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବୁଧବାର ଦିନ ନୂଆଦିଲ୍ଲୀ ଠାରେ କ୍ୟାବିନେଟର ଅର୍ଥନୈତିକ ବ୍ୟାପାର କମିଟି ବୈଠକରେ ବିଭିନ୍ନ ରାଜପଥ ଯଥା ନୂଆପଡା – ବୋଙ୍ଗମୁଣ୍ଡା (୬୮କି.ମି) ଭୋଜପୁର – ଛତାବର (୬୧ କି.ମି) ଏବଂ ନବରଙ୍ଗପୁର – କୋକସରା (୫୫ କି.ମି) ରାସ୍ତାର ଉନ୍ନତି କରଣ ପାଇଁ ୭୪୨ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଏହି ତିନୋଟି ରାଜପଥ ଯଥାକ୍ରମେ ଏନ୍‌ଏଚ୍‌ ୨୧୭, ୨୦୦, ଏବଂ
୨୦୧ ରେ ଅନ୍ତର୍ଭୁକ୍ତ ।

ଏହା ଛଡା ଝାରସୁଗୁଡା-ରାଇଗଡ–ଚମ୍ପା-ବିଳାସପୁର ରେଳ ଲାଇନର ଚତୁର୍ଥ ଲାଇନ ନିର୍ମାଣ
ପାଇଁ କ୍ୟାବିନେଟର ଅର୍ଥନୈତିକ ବ୍ୟାପାର କମିଟି ମଞ୍ଜୁରୀ ଦେଇଥିବାରୁ ଶ୍ରୀ ପ୍ରଧାନ ମଧ୍ୟ
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିରେ ୨୨୬୮ କୋଟିର ବ୍ୟୟ ବରାଦ
କରାଯାଇଛି। ରାଜପଥର ଉନ୍ନତି କରଣର କାମ ବିଶେଷ ଭାବରେ ନୂଆପଡା, ବଲାଙ୍ଗିର,
ସମ୍ବଲପୁର, ଦେଓଗଡ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ଲାଭ ଦେବ ବୋଲି ଶ୍ରୀ ପ୍ରଧାନ
କହିଛନ୍ତି।
ରେଳଲାଇନର ୪ର୍ଥ ଲାଇନ ଯାତ୍ରୀ ଯାତାୟତକୁ ସୁଗମ କରିବା ସହ ଓଡିଶାର ବ୍ୟବସାୟ ଓ
ଶିଲ୍ପାୟନ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Share in top social networks!