ଅନୁଭବରୁ ଅନୁଭୂତି- ସେଦିନରୁ ଆଜି ଯାଏାଁ ଛତିଶଗଡ ଜଳବିବାଦ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଦାୟୀ : ଡା. ଦାମୋଦର ରାଉତ

10410264_867336326617544_5806172387195789857_nଡା. ଦାମୋଦର ରାଉତ
ଦେଶ ସ୍ୱାଧୀନ ହେଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରୋ ଭାରତର ସମ୍ବିଧାନ ଗୃହୀତ ହେଲା ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ । ୧୯୫୨ ମସିହାରେ ହେଲା ଦେଶରେ ପ୍ରଥମ ସାଧାରଣ ନିର୍ବାଚନ । ଆରମ୍ଭ ହେଲା ପଞ୍ଚବାର୍ଷିକ ଯୋଜନା । ସେତେବେଳକୁ ଦେଶରେ ଖାଦ୍ୟାଭାବ, ଅନାହାର ଏବଂ ନିରକ୍ଷରତା ଭରପୁର ହୋଇ ରହିଥ#ଲା । ଏମିତି ଏକ ଅଭାବନୀୟ ପରିସ୍ଥିତିରେ ସମ୍ମୁଖୀନ ହେଲେ କେନ୍ଦ୍ରର ସଂଘୀୟ ସରକାର । ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଆମେରିକା ସହିତ Pକ୪୮୦ ଚୁକ୍ତି କରି ଆମେରିକାରୁ ଭଙ୍ଗା ଗହମ ଗୁଣ୍ଡ ଆଣି ଆମ ଦେଶର ଲୋକଙ୍କୁ ଖାଇବାକୁ ଦେଲେ । CଅRଊ ନାମକ ବେସରକାରୀ ସେବା ସଂସ୍ଥା ଜରିଆରେ ବହୁ ଉନ୍ନତ ଦେଶରୁ ମାଗଣାରେ “CଅRଊ ଏeeଛinଜ୍ଜ” ସମୁଦ୍ରର ସେପାରିରୁ ଆଣି ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ବିତରଣ କଲେ । ଆଥ#ର୍କ ଅନଟନ ସତ୍ତେ୍ୱ କେନ୍ଦ୍ର ସରକାର ପଞ୍ଚୟତିରାଜ ବ୍ୟବସ୍ଥା ଜରିଆରେ ନିରକ୍ଷରତା, ବ୍ୟାଧ# ଏବଂ ଅନାହାର ମୃତୁ୍ୟକୁ ରୋଧ କରିବା ପାଇଁ ସୁଚିନ୍ତିତ କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ । ହନୁମନ୍ତ ରାଓ ମେହେଟାଙ୍କ ଅଧ୍ୟକ୍ଷତାରେ ତି୍ର-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ନିମିତ୍ତ ପରାମର୍ଶ ଦେବାକୁ କମିଶନ ବସାଇଲେ ।
ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ଏକ ଇସ୍ପାତ କାରଖାନା ଏବଂ ମହାନଦୀ ଜଳ ସ୍ରୋତକୁ ଉପଯୋଗ କରି ଏକ ଜଳ ବିଦୁ୍ୟତ୍ ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥିର କଲେ । ସେତେବେଳେ ସରକାରଙ୍କ ପାଖରେ ଯଥେଷ୍ଟ ସମ୍ବଳର ଅଭାବ । ତା’ସତ୍ତେ୍ୱ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଡକାଇ ତାଙ୍କ ସରକାରୀ ବାସଭବନରେ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ବାବଦରେ ଆଲୋଚନା କଲେ । ସେତେବେଳେ ଦେଶର ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ । ତାଙ୍କ ଘର ବିହାର ରାଜ୍ୟରେ । ବିହାରର ମୁଖ୍ୟମନ୍ତ୍ରୀ କଂଗ୍ରେସ ରାଜନୀତିରେ ଅତ୍ୟନ୍ତ ପ୍ରଭାବଶାଳୀ । ସେତେବେଳେ ଓଡ଼ିଶାର ସରଳ ଋଷିପ୍ରତୀମ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓଡ଼ିଶା ପକ୍ଷରୁ ପ୍ରତିନିଧ#ତ୍ୱ କରି ଯୁକ୍ତି ନ କରି ପ୍ରଧାନମନ୍ତ୍ରୀଙ୍କୁ କହିଲେ -””ଆପଣ ସଂଘୀୟ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି । ମୁଁ ଆପଣଙ୍କୁ କ’ଣ ବା କହିବି ? ମୋ ରାଜ୍ୟ ଓଡ଼ିଶାରେ ଲୁହା ପଥର ସମେତ ଅନ୍ୟାନ୍ୟ ଖଣିଜ ପଦାର୍ଥ ବିପୁଳ ପରିମାଣରେ ଗଚ୍ଛିତ ରହିଛି । ମାତ୍ର ଓଡ଼ିଶା ଦେଶର ସବୁଠାରୁ ଦରିଦ୍ର ରାଜ୍ୟ । ଅନାହାରକ୍ଳିଷ୍ଟ ରାଜ୍ୟ ଭାବେ ପରିଚିତ । ବିଚାର ଆପଣଙ୍କ ଉପରେ । ସବୁ ରାଜ୍ୟର ସମବିକାଶ କେନ୍ଦ୍ରରେ ପ୍ରତିଷ୍ଠିତ ସଂଘୀୟ ସରକାରର ଆପଣ ହେଉଛନ୍ତି ମୁଖ୍ୟ । ଆପଣଙ୍କ ବିଚାର ଏବଂ ନିଷ୍ପତ୍ତି ମୋର ଶିରୋଧାର୍ଯ୍ୟ” । ଅବଶେଷରେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ଦେଲେ ଓଡ଼ିଶାର ରାଉରକେଲାଠାରେ ଇସ୍ପାତ ପ୍ରକଳ୍ପ ହେବ । ବିହାର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ନେତାମାନଙ୍କୁ ସୌହାର୍ଦ୍ଦ୍ୟର ସହିତ ବୁଝାଇ ରାଜି
କରାଇଲେ । ଏ ନିଷ୍ପତ୍ତିର ପୁନରାବୃତ୍ତି ହେଲା ଓଡ଼ିଶାରେ ଜଳବିଦୁ୍ୟତ୍ ପ୍ରକଳ୍ପକୁ ନେଇ । ମଧ୍ୟପ୍ରଦେଶର ଅମରକଣ୍ଟକ ପାହାଡ଼ ହେଉଛି ମହାନଦୀର ଉତ୍ପତ୍ତିସ୍ଥଳ ଏବଂ ସମୁଦ୍ରରେ ମିଶିଯାଇଛି ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ । ମହାନଦୀର ଜଳସ୍ରୋତ ତା’ର ଶାଖା ମେଲେଇ ଛଅଟି ନଦୀ ମୁହାଣ ଦେଇ ନିଷ୍କାସିତ ହେଉଛି ସମୁଦ୍ରକୁ । ଦେବୀ ମୁହାଣ, ଗଡ଼ହରିଶପୁର ମୁହାଣ, ବୋଦାହଣା ମୁହାଣ, ଜଟାଧାର ମୁହାଣ, ଷ„କୁଦ ମୁହାଣ ଏବଂ ମହାନଦୀ ମୁହାଣ । ଏ ଛଅଟି ଯାକ ମୁହାଣ ପ୍ରାୟ ୩୦୦୦ ବର୍ଷ ତଳେ ଥ#ଲା ଗୋଟିଏ ଗୋଟିଏ ସାମୁଦି୍ରକ ବନ୍ଦର । ସେ ଯାହା ହେଉ, ମହାନଦୀର ଜଳସ୍ରୋତକୁ ନେଇ କେଉଁଠାରେ ପ୍ରକଳ୍ପ ନିର୍ମାଣ କରାଯିବ ସେଥ#ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନେଇ ପଣ୍ଡିତ ନେହେରୁ ଆଲୋଚନା
କଲେ । ଇସ୍ପାତ କାରଖାନା ଭଳି ଜଳବିଦୁ୍ୟତ୍ ପ୍ରକଳ୍ପ ମଧ୍ୟପ୍ରଦେଶ ସୀମା ମଧ୍ୟରେ ହେଉ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦୃଢ଼ ଦାବି କଲେ । ପୂର୍ବ ଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କର ଯୁକ୍ତି ଉପସ୍ଥାପନ କଲେ ଏବଂ ସଂଘୀୟ ସରକାରର ମୁଖ୍ୟ ଭାବେ ନେହେରୁ ଓଡ଼ିଶାର ହୀରାକୁଦକୁ ଉପଯୁକ୍ତ ସ୍ଥାନ ବୋଲି ନିଷ୍ପତ୍ତି ଘୋଷଣା କଲେ । ହୀରାକୁଦରେ ଆନିକଟ ନିର୍ମାଣ କରାଇଲେ । ଏହା ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଜରିଆରେ ଦେଶର ଦରିଦ୍ରତମ ରାଜ୍ୟ ଓଡ଼ିଶାର ଅର୍ଥନୀତିରେ ଗୁଣାତ୍ମକ ପରିବର୍ତ୍ତନ ଆଣିବ ଏବଂ ଏଥ#ରେ ମଧ୍ୟପ୍ରଦେଶର କିଛି କ୍ଷତି ହେବ ନାହିଁ ବୋଲି ନେହେରୁ ଘୋଷଣା କଲେ । ଉଭୟ ରାଜ୍ୟ ସହମତିରେ ହୀରାକୁୁଦ ଜଳ ବିଦୁ୍ୟତ୍ ପ୍ରକଳ୍ପ ନିର୍ମାଣ ହେଲା । ତେବେ ଆଜି ହେଉଛି କ’ଣ ? ଯେକୌଣସି ନଦୀସ୍ରୋତ ଏକାଧ#କ ରାଜ୍ୟ ଦେଇ ପ୍ରବାହିତ ହେଉଥ#ଲେ ଏହି ଜଳସ୍ରୋତକୁ ନେଇ କୌଣସି ପ୍ରକଳ୍ପ ନିର୍ମାଣ କରାଗଲେ ତାହା କେଉଁଠାରେ ନିର୍ମାଣ କରାଯିବ ତାହା ସଂପୃକ୍ତ ରାଜ୍ୟମାନଙ୍କ ସହ ପରାମର୍ଶ ଏବଂ ସହମତିରେ ପ୍ରକଳ୍ପ ସ୍ଥାନ ନିରୂପଣ କରିଥାନ୍ତି । କେନ୍ଦ୍ରର ସଂଘୀୟ ସରକାର ସେଥ#ପାଇଁ ଗଠନ କରିଛନ୍ତି କେନ୍ଦ୍ରୀୟ ଜଳ କମିଶନ । ତଥ୍ୟ ସଂଗ୍ରହ କରି ଜଳ ପ୍ରକଳ୍ପ ନିର୍ମାଣର ଅନୁକୂଳ, ପ୍ରତିକୂଳ ଦିଗ ସଂପର୍କରେ କେନ୍ଦ୍ରରେ ଜଳ କମିଶନ ହିଁ ତଥ୍ୟ ଯୋଗାଇଥାନ୍ତି । ସଂପୃକ୍ତ ରାଜ୍ୟମାନଙ୍କ ମଧ୍ୟରେ ସହମତି ନ ଆସିଲେ ସେହି ବିବାଦ ଉପରେ ପ୍ରଧାନମନ୍ତ୍ରୀ ହିଁ ମଧ୍ୟସ୍ଥତା କରିଥାନ୍ତି । ଏହାର ସଦ୍ୟତମ ଉଦାହରଣ ତାମିଳନାଡ଼ୁ ଏବଂ କର୍ଣ୍ଣାଟକ ରାଜ୍ୟ ମଧ୍ୟରେ ଲାଗି ରହିଥ#ବା କାବେରୀ ଜଳ ବିବାଦକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟସ୍ଥତା କରି ଅବସାନ ଘଟାଇଥ#ଲେ । ମାତ୍ର ଆନ୍ଧ୍ରର କଂଗ୍ରେସ ସରକାର ପୋଲାଭରମରେ ଯେଭଳି ମାରାତ୍ମକ ଭାବେ ପ୍ରକଳ୍ପ ନିର୍ମାଣ କଲେ ଏବଂ ଛତିଶଗଡ଼ ଏବଂ ଓଡ଼ିଶାର ମତ ଲୋଡ଼ିଲେ ନାହିଁ, ଏ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ସବୁ ଆପତ୍ତି ଅଭିଯୋଗକୁ ନା କେନ୍ଦ୍ରର ଜଳ କମିଶନ ନା ପ୍ରଧାନମନ୍ତ୍ରୀ କର୍ଣ୍ଣପାତ କଲେ ? ନିରୂପାୟ ହୋଇ ଓଡ଼ିଶା ସରକାର ମାନ୍ୟବର କୋର୍ଟର ଦ୍ୱାରସ୍ଥ ହେଲେ । କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ କାର୍ଯ୍ୟ କରୁଥ#ବା ପ୍ରଧାନମନ୍ତ୍ରୀ ମନମୋହନ ସିଂହ କିମ୍ବା ଏହାର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିରୁଦ୍ବେଗ ରହିଲେ । ପରୋକ୍ଷରେ ରାଜନୈତିକ ସ୍ୱାର୍ଥ ପାଇଁ ଆନ୍ଧ୍ରକୁ ସମର୍ଥନ କଲେ ଏବଂ ମାତ୍ର କେଇ ସପ୍ତାହ ଭିତରେ ପୋଲାଭରମ୍ ପ୍ରକଳ୍ପକୁ ଜଙ୍ଗଲ ଏବଂ ପରିବେଶ ମଂଜୁରୀ ଦେଇଦେଲେ । ୧୯୭୯ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏବଂ ଛତିଶଗଡ଼ର ମିଳିତ ରାଜିନାମାରେ ସଂପୃକ୍ତ ନଦୀର ଜଳାଧାରକୁ ନେଇ କେଉଁଠାରେ ପ୍ରକଳ୍ପ ହେବ, ସେଠାରେ ବନ୍ଧର ଉଚ୍ଚତା କେତେ ହେବ, ଯାହାଦ୍ୱାରା ଉପର ମୁଣ୍ଡରେ ଥ#ବା ଓଡ଼ିଶା ଏବଂ ଛତିଶଗଡ଼ର କିଛି ହେବ ନାହିଁ, ସେଥ#ନିମିତ୍ତ ବିଶେଷଜ୍ଞମାନଙ୍କ ପରାମର୍ଶରେ ଏକ ଚୁକ୍ତିନାମା କରାଯାଇଥ#ଲା । ମାତ୍ର ୨୩ ବର୍ଷ ଧରି ଏହା ଶୀତଳଭଣ୍ଡାରରେ ରହିଗଲା । ପୁଣି ୨୦୦୩ ମସିହାରେ ଆନ୍ଧ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀ ରାଜଶେଖର ରେzୀ ଓଡ଼ିଶା କିମ୍ବା ଛତିଶଗଡ଼ର ପରାମର୍ଶ ନ ନେଇ ଏକତରଫା ଭାବେ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କଲେ । ଏବେ ଆଶଂକା ଉପୁଜିଛି ଓଡ଼ିଶାର ମାଲକାନାଗିରି ଜିଲ୍ଲାର ପ୍ରାୟ ୧୦,୦୦୦ ଆଦିମ ଅଧ#ବାସୀ ଏହି ପ୍ରକଳ୍ପ ନିର୍ମାଣ ଯୋଗୁଁ ବିସ୍ଥାପିତ ହେବେ, ବିସ୍ତୃତ ଅଞ୍ଚଳ ଜଳାର୍ଣ୍ଣବ ହେବ ଏବଂ ଓଡ଼ିଶାର ପ୍ରଭୁତ କ୍ଷତି ହେବ । ଏହା ସତ୍ତେ୍ୱ କେନ୍ଦ୍ରର ଉପା ସରକାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଆନ୍ଧ୍ରର ଏକତରଫା ପ୍ରକଳ୍ପ ନିର୍ମାଣକୁ ସମର୍ଥନ ଏବଂ ସହଯୋଗ ଯୋଗାଇ ଦେଲେ । ଓଡ଼ିଶାର ସକଳ ପ୍ରତିବାଦ ଅରଣ୍ୟରୋଦନରେ ପରିଣତ ହେଲା । ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ ଯେ, ଗତ ୨୦୧୪ ମସିହାରେ ବି.ଜେ.ପି. ନେତୃତ୍ୱରେ କେନ୍ଦ୍ରରେ ଏନ୍.ଡି.ଏ. ସରକାର ହେଲା ଏବଂ ପ୍ରଧାନମନ୍ତ୍ରୀ ହେଲେ ବି.ଜେ.ପି. ଦଳର ନେତା ଶ୍ରୀ ନରେନ୍ଦ୍ର ମୋଦି । କ୍ଷମତାକୁ ଆସୁ ଆସୁ ଆମ ସମ୍ବିଧାନର ସଂଘୀୟ ଚରିତ୍ର ଏବଂ ପରମ୍ପରା ପ୍ରତି ଧୋକାବାଜୀ କଲେ । ଏ ସମ୍ପର୍କିତ ଓଡ଼ିଶାର ରହି ଆସିଥ#ବା ଆପତ୍ତି ଅଭିଯୋଗ ପ୍ରତି ସାମାନ୍ୟ ଦୃଷ୍ଟିପାତ ନ କରି ପୋଲାଭରମ୍ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରି ଦେଲେ । ଏବେ ଆସିବା ମଧ୍ୟପ୍ରଦେଶରୁ ବିଚ୍ଛିନ୍ନ ହୋଇ ଗଠିତ ହୋଇଥ#ବା ଛତିଶଗଡ଼ ରାଜ୍ୟର ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ଠାରେ ଏକତରଫା ଭାବେ ମହାନଦୀ ଜଳକୁ ନେଇ ଏକାଧ#କ ପ୍ରକଳ୍ପ ନିର୍ମାଣ । ଏଥ#ପାଇଁ ବେଶ୍ କିଛିଦିନ ହୋ-ହାଲ୍ଲା ବନ୍ଦ ପ୍ରତିବାଦର ପାହାଡ଼ ସୃଷ୍ଟି ହେଲାଣି । ଉଭୟ ରାଜ୍ୟ ଭିତରେ ତଥ୍ୟ ଆଦାନ ପ୍ରଦାନ କ୍ଷେତ୍ରରେ ହିଁ ନାହିଁର ନାଟକବାଜୀ ଲାଗି ରହିଛି । ଛତିଶଗଡ଼ କହୁଛି-””ତଥ୍ୟ ଦେଇଛି, ଚିଠି ଦେଇଛି, ଓଡ଼ିଶା ସରକାର କହୁଛନ୍ତି ତଥ୍ୟ କି ଚିଠି କିଛି ପାଇ ନାହୁଁ” । ଏହାକୁ ନେଇ ଗଣମାଧ୍ୟମକୁ ବେଶ୍ ଖୋରାକ୍ ମିଳିଯାଇଛି । ବିଶେଷକରି ଓଡ଼ିଶାରେ ବୈଦୁ୍ୟତିକ ଗଣମାଧ୍ୟମ ଓ ଛପା ଗଣମାଧ୍ୟମ ନିଜ ନିଜର ମତ ରଖ# ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରୁଛନ୍ତି ଏବଂ ନିଜ ନିଜ ଦାୟିତ୍ୱ ନ ତୁଲାଇ ବିରୋଧ# କଂଗ୍ରେସ ଦଳ ଏବଂ କେନ୍ଦ୍ରରେ ଶାସନ କରୁଥ#ବା ବି.ଜେ.ପି. ରାଜ୍ୟ ଶାଖା ପାଳି ଧରୁଛନ୍ତି ।
ଓଡ଼ିଶା ଲୋକଙ୍କ ପତିଆରା ହରାଇଥ#ବା ଉଭୟ କଂଗ୍ରେସ ଏବଂ ବି.ଜେ.ପି. ମଉକା ଦେଖ# ରାଜ୍ୟ ବି.ଜେ.ଡି. ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିନ୍ଦିତ କରିବା ପାଇଁ ରଙ୍ଗବେରଙ୍ଗର ଆରୋପ ଆଣିବାରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । କେନ୍ଦ୍ରରେ ଉପା ସରକାର ଥ#ଲା ବେଳେ ଛତିଶଗଡ଼ ତା’ର ଏକତରଫା ପ୍ରକଳ୍ପ ନିର୍ମାଣ କରିଥ#ଲା । ସେତେବେଳେ ଉପା ସରକାର ନୀରବ ରହିଥ#ଲା । ଛତିଶଗଡ଼ରେ ବି.ଜେ.ପି. ନେତୃତ୍ୱାଧ#ନ ରାଜ୍ୟ ସରକାରଙ୍କୁ ଉପା ସରକାର ସମର୍ଥନ ଜ୍ଞାପନ ଯୋଗୁଁ ପୋଲାଭରମ୍ କ୍ଷେତ୍ରରେ ଉପା ସରକାରର ଆନ୍ଧ୍ରର ଓଡ଼ିଶା ସ୍ୱାର୍ଥ ବିରୋଧ# କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥନ ଜଣାଇ ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କଲେ । ଉଭୟ କଂଗ୍ରେସ ଏବଂ ବି.ଜେ.ପିର ଏହି ଆଚରଣକୁ ଦେଖ#ଲେ ମନେ ହୁଏ- “”ଭିତରେ ଭିତରେ କୋଳାକୋଳି, ବାହାରେ ଖେଳନ୍ତି ଲୁଚକାଳି ” ।
ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ଖଣିଜ ସମ୍ପଦ ଏବଂ ସମୁଦ୍ର ବେଳାଭୂମିରେ ଭରି ରହିଥ#ବା ପ୍ରାକୃତିକ ସମ୍ପଦଗୁଡ଼ିକ ଜାତୀୟ ସମ୍ପଦ, କୌଣସି ରାଜ୍ୟର ନୁହେଁ । ଏହା ସମ୍ବିଧାନରେ ସ୍ପଷ୍ଟ ଭାବେ ନିର୍ଣ୍ଣୟ ହୋଇଛି । ଏ କ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁ ଦାୟିତ୍ୱ ତୁଲାଇବାର କଥା ତାହା କରୁ ନାହାଁନ୍ତି କାହିଁକି ? ରାଜ୍ୟ ରାଜ୍ୟ ଭିତରେ ଯେଉଁ ବାଦପ୍ରତିବାଦ ଚାଲିଛି ଉଭୟ ରାଜ୍ୟର ଜନସାଧାରଣଙ୍କର ପାରସ୍ପରିକ ସୌହାର୍ଦ୍ଦ୍ୟ ପରିବର୍ତ୍ତେ ଯେଭଳି ତିକ୍ତତା ବୃଦ୍ଧି ପାଉଛି ଏହା ଦେଶର ଅଖଣ୍ଡତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ନା ନାହିଁ ? ଛତିଶଗଡ଼ର ଏକ ପାଖ#ଆ ପ୍ରକଳ୍ପ ନିର୍ମାଣ ସମ୍ବିଧାନ ବିରୋଧ# କାର୍ଯ୍ୟ ନା ନାହିଁ ? ତେବେ ଛତିଶଗଡ଼ର ଏଭଳି ମନମୁଖୀ କାର୍ଯ୍ୟ ଓଡ଼ିଶାର ସ୍ୱାର୍ଥ ଉପରେ ଯେତେବେଳେ ଗଭୀର କ୍ଷତ ସୃଷ୍ଟି କରୁଛି, ଓଡ଼ିଶାରେ ଶାସକ ବି.ଜେ.ଡି. ଦଳ ଏବଂ ସରକାର ବିଭିନ୍ନ ପ୍ରକାର ପ୍ରତିବାଦ କରି ଚାଲିଛନ୍ତି । ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ, ଗଣଦୌଡ଼ ଏବଂ ଏବେ କଳସ ଯାତ୍ରା ଚାଲିଛି । ଅପର ପକ୍ଷରେ ଓଡ଼ିଶାର ସାମୁହିକ ସ୍ୱାର୍ଥ ପ୍ରତି ଦୃଷ୍ଟି ନ ଦେଇ କଂଗ୍ରେସ ଦଳ ଓଡ଼ିଶା ବନ୍ଦ ଡାକରା ଦେଉଛି । ରାଜ୍ୟର ବି.ଜେ.ପି. ଦଳ “”ସ୍ୱାମୀ ପଛେ ମରୁ, ସଉତୁଣୀ ବିଧବା ହେଉ” ନୀତିରେ ଛତିଶଗଡ଼ କାର୍ଯ୍ୟକୁ ନୀରବ ସମର୍ଥନ ଦେଇ ରାଜ୍ୟର ବି.ଜେ.ଡି. ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରୁଛି । ପରନ୍ତୁ, ଛତିଶଗଡ଼ରେ ରାଜ୍ୟ ସ୍ୱାର୍ଥର ଦ୍ୱାହି ଦେଇ ବିରୋଧ# ଦଳମାନେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ପ୍ରତି ନୀରବ ସମର୍ଥନ ଜଣାଉଛନ୍ତି । ଓଡ଼ିଶାର ବିରୋଧ#ଦଳମାନଙ୍କର କି ବିଚିତ୍ର ଚରିତ୍ର ତାହା ଓଡ଼ିଶା ଲୋକଙ୍କୁ ବୁଝାଇବା ପରିବର୍ତ୍ତେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଘୀୟ ପରମ୍ପରାର ନଗ୍ନ ଉଲ୍ଲଂଘନ ପାଇଁ ଉପଯୁକ୍ତ ଭାବେ ସ୍ୱର ଉତ୍ତୋଳନ ହେଉ ନାହିଁ । ଏ କ୍ଷେତ୍ରରେ ମୋର ବିନମ୍ର ମତ ହେଲା-ଦଳ ମତ ନିର୍ବିଶେଷରେ ନିଜମାଟିର ସ୍ୱାର୍ଥ ପାଇଁ ଓଡ଼ିଶାର ଜନସାଧାରଣ ବି.ଜେ.ପି.ର ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରନ୍ତୁ । ଦଳମତ ନିର୍ବିଶେଷରେ ଓଡ଼ିଶାର ଜନସାଧାରଣ ଯଦି ସ୍ୱର ଉତ୍ତୋଳନ କରି କହିବେ ଆମ ରାଜ୍ୟର କୋଇଲାକୁ ଅନ୍ୟ ରାଜ୍ୟର ତାପଜ ବିଦୁ୍ୟତ୍ ଶକ୍ତି ଉତ୍ପାଦନ ପାଇଁ ଆମେ ଦେବୁ ନାହିଁ କିମ୍ବା ଆମ ରାଜ୍ୟର କୋଇଲା ବ୍ଲକ୍ ନେଇଥ#ବା ମହାରାଷ୍ଟ୍ର ଏବଂ ଗୁଜୁରାଟ ସରକାରଙ୍କ ମିଳିତ ଚୁକ୍ତିନାମା ଉପରେ ଶିଳ୍ପପତି ଆଦାନୀ ଶିଳ୍ପ ସଂସ୍ଥାକୁ ଓଡ଼ିଶା ମାଟିରେ ମେଗା ତାପଜ ବିଦୁ୍ୟତ୍ ଉତ୍ପାଦନ ପାଇଁ ଅନୁମତି ଦେବୁ ନାହିଁ, ଓଡ଼ିଶାର କୋଇଲା ପୋଡ଼ିବ, ଓଡ଼ିଶା ଲୋକେ ଧୂଆଁ ଖାଇବେ, ପରିବେଶ ପ୍ରଦୂଷଣରେ ବ୍ୟାଧ#ଗ୍ରସ୍ତ ହେବେ ଏବଂ ଗୁଜୁରାଟ ଓ ମହାରାଷ୍ଟ୍ର ବିଦୁ୍ୟତ୍ ଶକ୍ତି ନେଇ ତାଙ୍କର ଅର୍ଥନୈତିକ ସମୃଦ୍ଧି ପାଇଁ ଉପଯୋଗ କରିବେ କାହିଁକି ? ଏଇ କେତେ ବର୍ଷ ତଳେ ବ୍ରାଜିଲ ପାର୍ଲାମେଣ୍ଟରେ ସର୍ବସମ୍ମତ ଆଇନ୍ ପ୍ରଣୟନ କରାଗଲା ଯେ, ସେ ଦେଶର ଉଚ୍ଚମାନର ଲୁହାପଥର ଅନ୍ୟ କାହାକୁ ଦେବେ ନାହିଁ । ସେଥ#ପାଇଁ ପୋସ୍କୋ ଇଣ୍ଡିଆ କମ୍ପାନୀ ଆଠ ମିଳିୟନ ଟନ୍ ନିକୃଷ୍ଟ ମାନର ଲୁହାପଥର ବ୍ରାଜିଲକୁ ରପ୍ତାନୀ କରି ବ୍ରାଜିଲରୁ ଆଠ ମିଲିୟନ ଟନ୍ ଉଚ୍ଚମାନର ଳୁହାପଥର ଓଡ଼ିଶାକୁ ଆଣି ୧୨ ମିଲିୟନ ଟନ୍ର ଇସ୍ପାତ ଉତ୍ପାଦନ ନିମିତ୍ତ ଇସ୍ପାତ ପ୍ରକଳ୍ପ ନିର୍ମାଣ ପାଇଁ ଜଟାଧାର ମୁହାଣ ନିକଟରେ ଏକ Cଚ୍ଚଞ୍ଛଟ୍ଟiଠe ବନ୍ଦର ନିର୍ମାଣକୁ ବନ୍ଦ କରିଦେଲେ । ଅବଶେଷରେ ଏଥ#ପାଇଁ କେବଳ ନିଜ ଉଦ୍ୟମରୁ ରହିତ ହେଲେ ଏବଂ ଏକ ପ୍ରକାର ଓଡ଼ିଶା ସହିତ ପ୍ରକଳ୍ପ ନିର୍ମାଣର ଚୁକ୍ତିରୁ ଓହରି ଗଲେ । ତେବେ ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ଯେଉଁ ବିବାଦ ଲାଗି ରହିଛି ସେଥ#ରେ ଆମେ ଯେଉଁ ଢାଞ୍ଚାର ପ୍ରତିବାଦ କରୁଛୁ ତାହା ସମାଧାନ ପାଇଁ ସହାୟକ ହେବ କି? ଓଡ଼ିଶାର ସବୁ ରାଜନୈତିକ ଦଳମାନଙ୍କ ଭିତରେ ଏ ପ୍ରଶ୍ନ ଉଠୁନାହିଁ କାହିଁକି ? ଓଡ଼ିଶାର ମାଟି ହେଉଛି ଆମର ମାଆ, ମାଟି ମାଆର ସ୍ୱାର୍ଥକୁ ବାହାରୁ କେହି ଆକ୍ରମଣ କି ଖ#ନ୍ଭିନ୍ କରିବାକୁ ପ୍ରୟାସ କରୁଥାଏ, ମାଟି ମାଆ କୋଳରେ ଆତଯାତ ହେଉଥ#ବା ସବୁଲୋକ ଏବଂ ରାଜନୈତିକ ଦଳ ମିଳିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଉଚିତ୍ ହେବ ନା ନାହିଁ ? ଆଗେ ମାଟି- ପରେ ପାର୍ଟି । ମାଟି ଆମର ମାଆ, ଗଣତାନ୍ତ୍ରିକ ବିଧ# ବ୍ୟବସ୍ଥା ମଧ୍ୟରେ ପାର୍ଟି କେବଳ ରାହା । ଏ କଥା ଆମେ ଭୁଲିଯବା ଉଚିତ୍ ହେବ କି? ଏହି ପ୍ରଶ୍ନ ହିଁ ମୋ ମନକୁ ଆନ୍ଦୋଳିତ କରୁଛି । ଅମରକଣ୍ଟକ ପାହାଡ଼ରୁ ନିର୍ଗତ ମହାନଦୀ ସ୍ରୋତ ଉପରେ ଯେତେବେଳେ କୌଣସି ବନ୍ଧବାଡ଼ ନ ଥ#ଲା ସେତେବେଳ ମହାନଦୀ ଜଳସ୍ରୋତର ଲଗାତର କରାଳ ବନ୍ୟା ଏବଂ ମରୁଡ଼ି ୧୮୬୬ ମସିହାରେ ଯେଉଁ ନ’ଅଙ୍କ ଦୁର୍ଭିକ୍ଷ ଯୋଗୁଁ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଭୋକ ଉପାସରେ ମୃତୁ୍ୟବରଣ କରିଥ#ଲେ ତା’ର କରୁଣ କାହାଣୀ ଏବେ ମନକୁ ଆସିଯାଉଛି ।
ହୀରାକୁଦ ବନ୍ଧର ନିମ୍ନ ଭାଗରେ ବର୍ଷକୁ ପ୍ରାୟ ୧୪୮୨ ମିଲିମିଟର ବର୍ଷା ହେଉଛିା ଓଡ଼ିଶା ଭିତରେ ପାହାଡପର୍ବତରୁ ପାଞ୍ଚ-ପାଞ୍ଚଟି ନଦୀର ସ୍ରୋତ ବହୁଛିା ସେହି ଜଳସ୍ରୋତକୁ ନେଇ ବାହାର ରାଜ୍ୟମାନେ ପ୍ରକଳ୍ପ ନିର୍ମାଣ କରି ଉପଭୋଗ କରୁଛନ୍ତିା ଓଡ଼ିଶାର ଇନ୍ଦ୍ରାବତୀ ପ୍ରକଳ୍ପ ସ୍ୱତନ୍ତ୍ର ଯୋଜନା ଜରିଆରେ ଛତିଶଗଡକୁ ଜଳ ଯୋଗାଇ ଦିଆଯାଉଛିା ମାତ୍ର ବହୁ ବର୍ଷ ହେଲାଣି ସୁବର୍ଣ୍ଣରେଖା ପ୍ରକଳ୍ପକୁ ସଂପୂର୍ଣ୍ଣ କରାଯାଉନାହିାଁ ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ୱାରା ବିହାର ଏବଂ ପଶ୍ଚିମବଙ୍ଗ ରାଜ୍ୟ ଉପକୃତ ହେଉଥ#ବା ବେଳେ ୩ ରାଜ୍ୟର ସହମତିରେ ସୁବର୍ଣ୍ଣରେଖା ଜଳର ଉପଯୋଗ ପାଇଁ ପ୍ରକଳ୍ପ ନିର୍ମାଣ କରିବା ପରିବର୍ତ୍ତେ ଏହାର ଜଳସ୍ରୋତର ତାଣ୍ଡବ ଲୀଳା ଉତ୍ତର ବାଲେଶ୍ୱରବାସୀ ଭୋଗ କରୁଛନ୍ତିା ସ୍ୱାଧୀନତାର ୬୯ ବର୍ଷ ପରେ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ୩ ଲକ୍ଷ ୨୭ ହଜାର ହେକଫର ଜମି ଜଳସେଚନରୁ ବଞ୍ଚ#ତ ହେଉଛିା ସ୍ୱର୍ଗତ ବିଜୁବାବୁଙ୍କ ଦ୍ୱାରା ନିର୍ମିତ ଖରଖାଇ ମଧ୍ୟମ ଜଳସେଚନ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ମାଧ୍ୟମରେ ମାତ୍ର ୮୮ ହଜାର ହେକଫର ଜମିକୁ ପାଣିି ଯୋଗାଇ ଦିଆଯାଉଛି ଏବଂ ତାହା ପୁଣି ବର୍ଷାଧାର ଉପରେ ନିର୍ଭର କରୁଛିା ସୁବର୍ଣ୍ଣରେଖା ପ୍ରକଳ୍ପ ହେଲେ ମୟୁରଭଞ୍ଜ ଜିଲ୍ଲାର ୫୦ରୁ ୬୦ ପ୍ରତିଶତ ଜମି ଜଳସେଚିତ ହୋଇପାରିବା ଉତ୍ତର ବାଲେଶ୍ୱର ବ୍ଲକ୍ଗୁଡିକରେ ବନ୍ୟା ନିୟନ୍ତ୍ରଣ ସହ ଜଳସେଚନ ହୋଇପାରିବା ମାତ୍ର ଜଙ୍ଗଲ ଓ ପରିବେଶ ନୀତି ଆଳରେ କେନ୍ଦ୍ର ସରକାର ଆବଶ୍ୟକ ମଞ୍ଜୁରୀ ପ୍ରଦାନ ନିମନ୍ତେ ଟାଳଟାଳ କରୁଛନ୍ତିା ତା’ସତ୍ତେ୍ୱ ସବୁ କ୍ଷେତ୍ରରୁ ଓଡ଼ିଶାରେ ଉପଲବ୍ଧ ହେଉଥ#ବା ଜଳ ପରିମାଣର ୬୭-୭୦ ପ୍ରତିଶତ ଜଳ ବିନା ବ୍ୟବହାରରେ ସମୁଦ୍ରକୁ ଚାଲିଯାଉଛିା ଏହି ପର୍ଯ୍ୟାପ୍ତ ଜଳକୁ ବିଭିନ୍ନ ପ୍ରକଳ୍ପ ଜରିଆରେ ଓଡ଼ିଶାରେ ଜଳସେଚନ ନିମନ୍ତେ ସଦ୍ବ୍ୟବହାର କରିବା ଉଚିତ ନୁହେଁ କି? ଏଥ# ପ୍ରତି ଓଡ଼ିଶାର ବୁଦ୍ଧିଜୀବୀ, ବିଶେଷଜ୍ଞ, ବୈଷୟିକ ଜ୍ଞାନ ସଂପନ୍ନ ଜନସାଧାରଣ ସଂକୀର୍ଣ୍ଣ ରାଜନୀତିର ଦ୍ୱାହି ଦେଇ ନୀରବ ରହିବା ଅନୁଚିତ କିମ୍ବା ଓଡ଼ିଶା ରାଜ୍ୟ ସରକାର ପ୍ରତିବାଦର ସ୍ୱର ଉତ୍ତୋଳନ ନକରି ଆଭ୍ୟନ୍ତରୀଣ ଜଳରାଶିକୁ ଉପଯୋଗ କରିବା ପାଇଁ ପ୍ରୟାସ କରିବା ଉଚିତ ବୋଲି ମୋର ଏକାନ୍ତ ବିଶ୍ୱାସା ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଘୀୟ ପରମ୍ପରା ବିରୋଧୀ ଦୃଷ୍ଟିଭଙ୍ଗୀ ବିରୁଦ୍ଧରେ ଓଡ଼ିଶାରୁ ସମ୍ମିଳିତ ସ୍ୱର ନିର୍ଗତ ହେଉ ବୋଲି ମୁଁ ନିବେଦନ କରୁଛି ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ନେତା ବୋଲାଉଥ#ବା କେତେକ ନେତା ସଂପ୍ରତି ବ୍ରହ୍ମଗିରିରେ ବକ୍ସି ଜଗବନ୍ଧୁଙ୍କ ଜନ୍ମସ୍ଥାନକୁ ଯାଇ ତାଙ୍କ ବଂଶଜ ଲୁଲୁ ମହାପାତ୍ରଙ୍କ ପାଖରେ ପହଞ୍ଚ#ବା ଏବଂ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେବା ଏକ ପ୍ରବଞ୍ଚନା ନୁହେଁ କି? ସେ ଭୁଲିଯିବା ଉଚିତ ନୁହେଁ, ପୂଜ୍ୟପୂଜାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଗ୍ରାଧ#କାର ଦିଅନ୍ତିା ରାଜଧାନୀ ଭୁବନେଶ୍ୱର ଏକ ପ୍ରମୁଖ ସ୍ଥାନରେ ଯେଉଁଠି ରାଜରାସ୍ତା ଦୁଇଭାଗ ହୋଇ ଗୋଟିଏ ଲିଙ୍ଗରାଜ ମନ୍ଦିର ଏବଂ ଅନ୍ୟଟି ମୁ୍ୟଜିୟମ୍-ବିଜେବି କଲେଜ-ପାନ୍ଥନିବାସ ହୋଇ ପୁରୀ ଯାଇଛି, ସେହି ଛକରେ ଓଡ଼ିଶାର ସ୍ୱାଭିମାନର ରନ# ବକ୍ସି ଜଗବନ୍ଧୁଙ୍କର ଅଶ୍ୱାରୋହଣ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ଏବଂ ବକ୍ସି ଜଗବନ୍ଧୁଙ୍କ ଦାୟାଦ କଂଗ୍ରେସର ଲୁଲୁ ମହାପାତ୍ରଙ୍କ ପିତା ନିମନ୍ତ୍ରିତ ହୋଇ ତାହାକୁ ଉଦ୍ଘାଟନ କରିଛନ୍ତିା ଏବେ ପ୍ରବଞ୍ଚନାର ରାଜନୀତିକୁ ଓଡ଼ିଶାବାସୀ କେତେ ଦୂର ଗ୍ରହଣ କରିବୋ ଆଜିର ସ୍ଥିତି ପାଇଁ କେବଳ କେନ୍ଦ୍ର ସରକାର ଏବଂ ନରେନ୍ଦ୍ର ମୋଦି ହିଁ ଦାୟୀ ।

Share in top social networks!