ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀର ଅବିବୃଦ୍ଧି ; ୨୦୧୬-୧୭ ବର୍ଷରେ ୩୦୦୦ କୋଟି ଟଙ୍କା ମୂଲ୍ୟର ରପ୍ତାନୀ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ରାଜ୍ୟରେ ସମନ୍ୱିତ ମସ#୍ୟ ନିୟାମକର କାର୍ଯ୍ୟାନ୍ୱୟନ ଫଳରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀରେ କ୍ରମାଗତ ଅବିବୃଦ୍ଧି ଘଟୁଛି ବୋଲି ମସ#୍ୟ ଓ ପଶୁ ସଂପଦ ବିଭାଗ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଜଣାଇଛନ୍ତି । ଏକ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସେଠୀ କହିଛନ୍ତି ଯେ ୨୦୦୭-୦୮ ମସିହାରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀର ପରିମାଣ ପ୍ରାୟ ୧୪,୧୬୧ ମାଟ୍ରିକ୍ ଟନ୍ ଥ#ଲାବେଳେ ୨୦୧୫-୧୬ ବର୍ଷରେ ଏହା ୩୫,୬୩୦ ମାଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି । ୨୦୧୫-୧୬ ବର୍ଷରେ ରପ୍ତାନୀ କରାଯାଇଥ#ବା ଖାଦ୍ୟର ମୂଲ୍ୟ ପ୍ରାୟ ୧୭୮୭.୮୪ କୋଟି ଥ#ବାବେଳେ ୨୦୧୬-୧୭ ଆଥ#ର୍କ ବର୍ଷରେ ୩୦୦୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ସାମୁଦ୍ରିକ ମାଛ, ଚିଙ୍ଗୁଡ଼ି, କଙ୍କଡା, ‘ସ୍କୁଇଡ୍ଦ ଆଦି ସାମୁଦ୍ରିକ ଖାଦ୍ୟର ବାହାର ଦେଶ ମାନଙ୍କରେ ଅଧ#କ ଚାହିଦା ରହିଛି । ବିଶେଷତଃ ଦକ୍ଷିଣ-ପୂର୍ବ ଏସିଆ, ଯୁକ୍ତରାଷ୍ଟ୍ର ଆମେରିକା,ୟୁରୋପ, ଜାପାନ ଆଦି ଦେଶକୁ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥାଏ । ଶ୍ରୀ ସେଠୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଚିଲିକାରୁ ଉପ#ାଦିତ ମାଛର ବିଦେଶ ବଜାରରେ ଅଧ#କ ଚାହିଦା ରହିଛି । ଚଲିକାରୁ ବାର୍ଷିକ ପ୍ରାୟ ୧୩,୧୩୭ ମାଟ୍ରିକ୍ ଟନ୍ ମାଛ, କଙ୍କଡ଼ା, ଚିଙ୍ଗୁଡି ଆଦି ଉପ#ାଦନ କରାଯାଉଛି ।
ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମୀ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମଧ୍ୟ ଶ୍ରୀ ସେଠୀ କହିଛନ୍ତି । ଏଥ# ନିମନ୍ତେ ଭାରତ ସରକାରଙ୍କ ସଂପୃକ୍ତ ବିଭାଗ ସହ ଯୋଗାଯୋଗ କରାଯାଇଛି । ଏହି ଭିତ୍ତିଭୂମି ପ୍ରତିଷ୍ଠା ହେଲେ ବିଦେଶକୁ ଜିବନ୍ତ ମାଛ, କଙ୍କନା, ଚିଙ୍ଗୁଡ଼ି ଆଦି ପଠାଯାଇ ପାରିବ ଯାହାକି ଆମ ରାଜ୍ୟର ମସ#୍ୟ ଜିବୀମାନଙ୍କ ପାଇଁ ଅଧ#କ ଲାଭଦାୟୀ ହେବ ।

Share in top social networks!