ମଶ୍ଚ୍ୟ ଓ ପଶୁ ସଂପଦ ବିକାଶ ବିଭାଗ ମାଧ୍ୟମରେ ୪୩୩୦ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ।

ରାଜ୍ୟ କୃଷି ବିକାଶ ନିୟାମକର କାର୍ଯ୍ୟାନ୍ୱୟନ ଫଳରେ ମସ#୍ୟ ଓ ପଶୁ ସଂପଦ ବିକାଶ ବିଭାଗ ମାଧ୍ୟମରେ ୪୩୩୦ ଲୋକଙ୍କ ପାଇଁ ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ବୋଲି ମସ#୍ୟ ଓ ପଶୁସଂପଦ ବିକାଶ ବିଭାଗ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଛନ୍ତି ।
ଶାସନ ସଚିବ ଶ୍ରୀ ସେଠୀ ସୂଚନା ଦେଇଛନ୍ତି ଯେ ୨୦୦୮-୦୯ ରୁ ୨୦୧୫-୧୬ ଆଥ#ର୍କ ବର୍ଷ ମଧ୍ୟରେ ଆପିକଲ୍ ମାଧ୍ୟମରେ ସମୁଦାୟ ୧୩୭ ଟି ଗୋପାଳନ ଫାର୍ମ ପ୍ରତିଷ୍ଠା କରାଯାଇଛି । ପ୍ରାୟ ୧୮.୧୬ କୋଟି ଟଙ୍କା ବ୍ୟୟରେ ସ୍ଥାପିତ ଏହିସବୁ ଫାର୍ମରେ ୩,୪୧୯ ଟି ଉଚ୍ଚଉପ#ାଦିକତା ଗୁଣ ସଂପନ୍ନ ସଙ୍କର ଜାତୀୟ ପଶୁ ପାଳନ କରାଯାଉଛି । ଠିକ୍ ସେହିପରି ଭାବେ ଉକ୍ତ ସମୟ ମଧ୍ୟରେ ୧୧୨.୪୧ କୋଟି ଟଙ୍କା ବିନିଯୋଗରେ ୬୧୪ଟି ବ୍ୟବସାୟିକ ବଏଲର ଫାର୍ମ ପ୍ରତିଷ୍ଠା କରାଯାଇଛି । ଯେଉଁଥ#ରେକି ପ୍ରାୟ ୩୫.୩୮ ଲକ୍ଷ କୁକୁଡ଼ା ଚାଷ କରାଯାଇଛି ।
ଶ୍ରୀ ସେଠୀ ଆହୁରି ମଧ୍ୟ ଜଣାଇଛନ୍ତି ଯେ, ଏହି ସମୟ ମଧ୍ୟରେ ପ୍ରାୟ ୨୨.୪୯ କୋଟି ଟଙ୍କା ବିନିଯୋଗରେ ୧୬ଟି ବ୍ୟବସାୟିକ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରାଯାଇଛି । ଏହି ଫାର୍ମ ମାନଙ୍କରେ ପ୍ରାୟ ୪.୯୫ ଲକ୍ଷ ଅଣ୍ଡାଦିଆ କୁକୁଡ଼ା ଚାଷ କରାଯାଉଛି । ମେ„ା ଏବଂ ଛେଳି ସଂପଦର ବିକାଶ ପାଇଁ ୪.୯୨ କୋଟି ଟଙ୍କା ବିନିଯୋଗରେ ୫୧ଟି ଫାର୍ମ ପ୍ରତିଷ୍ଠା କରାଯାଇଛି ।
ଏହିସବୁ ଫାର୍ମ ପ୍ରତିଷ୍ଠା ନିମନ୍ତେ ୮୧୮ ଜଣ ହିତାଧ#କାରୀ କୃଷକଙ୍କୁ ପ୍ରାୟ ୩୨.୩୨ କୋଟି ଟଙ୍କାର ରିହାତି ଯୋଗାଇ ଦିଆଯାଇଛି । ଫାର୍ମ ମାଧ୍ୟମରେ ୪୩୩୦ ଲୋକଙ୍କ ପାଇଁ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି । ୨୦୧୬-୧୭ ବର୍ଷରେ ନୂତନ ଫାର୍ମମାନ ପ୍ରତିଷ୍ଠା କରି ଅଧ#କ ୨୦୦୦ ଲୋକଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ମସ#୍ୟ ଓ ପଶୁ ସଂପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!