ଆଦିବାସୀ ଛାତ୍ରୀଛାତ୍ରଙ୍କୁ ନେଇ ନାଲ୍‌କୋର ‘ଇନ୍ଦ୍ରଧନୁଷ’ କାର୍ଯ୍ୟକ୍ରମ

nalcoo“ମାଓବାଦୀ ପ୍ରଭାବିତ ତଥା ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାର ବିଭିନ୍ନ ସୁବିଧାସୁଯୋଗରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନାଲ୍‌କୋ ପ୍ରତିଶ୍ରୁତିବଦ୍ଧ। ଆହୁରି ମଧ୍ୟ, ସେମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ବାର୍ଷିକ ପୁରସ୍କାର ବ୍ୟବସ୍ଥା ମଧ୍ୟ କରାଯିବ।” ରବିବାର ଦିନ ନବରତ୍ନ କମ୍ପାନୀ ନାଲ୍‌କୋ ପକ୍ଷରୁ ଆୟୋଜିତ ‘ଇନ୍ଦ୍ରଧନୁଷ’ କାର୍ଯ୍ୟକ୍ରମ ଅବସରରେ କମ୍ପାନୀର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏହି ଘୋଷଣା କରିଥିଲେ। ନାଲ୍‌କୋ ଫାଉଣ୍ଡେସନ୍‌ର ପ୍ରୋସôାହନ ଓ ସହାୟତାରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ (କିସ୍‌) ରେ ପଢୁଥିବା ୧୬୨ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ ନାଲ୍‌କୋ ଫାଉଣ୍ଡେସନ୍‌ ପକ୍ଷରୁ ଦାମନଯୋଡ଼ି ପାଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରୁ ୬୫୫ ଜଣ ଶିଶୁଙ୍କୁ ଭୁବନେଶ୍ୱରର କିସ୍‌, ଜୟପୁରର କୋରାପୁଟ ଡେଭେଲପ୍‌ମେଣ୍ଟ ଫାଉଣ୍ଡେସନ୍‌ ଏବଂ କୋରାପୁଟର ବିକାଶ ବିଦ୍ୟାଳୟ ଠାରେ ଆବାସିକ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ କିସ୍‌ରେ ପଢୁଥିବା ୧୬୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପାରସ୍ପରିକ ଭାବ ଆଦାନପ୍ରଦାନଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଚଳିତ ଶିକ୍ଷା ବର୍ଷ ଠାରୁ ପଟ୍ଟାଙ୍ଗୀ ଅଞ୍ଚଳର ଆହୁରି ୧୦୦ ଜଣ ପିଲାଙ୍କୁ ଏହି ବ୍ୟବସ୍ଥାରେ ସାମିଲ କରାଯିବ ବୋଲି ଡଃ ଚାନ୍ଦ ସୂଚନା ଦେଇଥିଲେ। ଏହି ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଉଭୟ ଶିକ୍ଷା ଓ ଆନୁଷଙ୍ଗିକ ବିଷୟରେ ଉକôର୍ଷତା ହାସଲ କରୁଥିବା ୪ ଜଣଙ୍କୁ ପ୍ରତି ବର୍ଷ ନାଲ୍‌କୋର ପ୍ରତିଷ୍ଠା ଦିବସ ଅବସରରେ ପୁରସ୍କୃତ କରାଯିବ। ଏହି କ୍ରମରେ, ପ୍ରତି ବିଜେତାଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଦିଆଯିବ।
ଏହି ଅବସରରେ, କମ୍ପାନୀର ନିଦେ୍ର୍ଦଶକ (ମାନବସମ୍ବଳ) ଶ୍ରୀ ବସନ୍ତ କୁମାର ଠାକୁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ଉସôାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ନାଲ୍‌କୋର ନିଦେ୍ର୍ଦଶକ (ପି ଆଣ୍ଡ୍‌ ଟି) ଶ୍ରୀ ଏନ୍‌.ଆର୍‌. ମହାନ୍ତି, ନିଦେ୍ର୍ଦଶିକା (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ, ନିଦେ୍ର୍ଦଶକ (ଉତ୍ପାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ, ନାଲ୍‌କୋ ମହିଳା ସମିତିର ସଦସ୍ୟା ଏବଂ କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ନାଲ୍‌କୋ ଫାଉଣ୍ଡେସନ୍‌ର ସି.ଓ.ଓ. ଶ୍ରୀ ପ୍ରତାପାଦିତ୍ୟ ମିଶ୍ରଙ୍କ ସଂଚାଳନାରେ ପିଲାମାନେ ଅଧ୍ୟକ୍ଷ ଡଃ ଚାନ୍ଦ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପିଲାମାନଙ୍କ ମନୋରଞ୍ଜନ ପାଇଁ ସଙ୍ଗୀତ, ନୃତ୍ୟ ଏବଂ ମ୍ୟାଜିକ୍‌ ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Share in top social networks!