ଜଙ୍ଗଲ ମନ୍ତ୍ରୀ ଶ୍ରୀ ଆରୁଖ ଓ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଶ୍ରୀ ଡାଭେଙ୍କ ସାକ୍ଷାତ-ଆଲୋଚନା

envରାଜ୍ୟ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ନୂଆଦିଲ୍ଲୀ ଗସ୍ତ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଅନୀଲ ମାଧବ ଡାଭେଙ୍କ ସହ ସାକ୍ଷାତ-ଆଲୋଚନା କରିଛନ୍ତି । ରାଜ୍ୟର ଜଙ୍ଗଲ ସୁରକ୍ଷା ଏବଂ ବନୀକରଣଠାରୁ ଆରମ୍ଭ କରି ବନ୍ୟପ୍ରାଣୀ ସଂରକ୍ଷଣ ଆଦି ସମସ୍ତ ବିଷୟରେ ବ୍ୟାପକ ଆଲୋଚନା ହୋଇଛି ।
ଓଡ଼ିଶା ସରକାର କ୍ଷତିପୂରକ ବନୀକରଣ ପା=ି ପରିଚାଳନା ଓ ଯୋଜନା କର୍ତ୍ତୃପକ୍ଷ (କାମ୍ପା)ର ବାର୍ଷିକ ଯୋଜନା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କୁ ୫୧୬ କୋଟି ୯୩ ଲକ୍ଷ ଟଙ୍କା ଦେବା ପାଇଁ ଅପ୍ରେଲ ୨୦୧୬ରେ ପତ୍ର ଲେଖ#ଥ#ଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ ଅଗଷ୍ଟ ୫, ୨୦୧୬ରେ ଏକ ପତ୍ର ମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥ#ଲୋ ଏହି ଟଙ୍କା ଏ ପର୍ଯ୍ୟନ୍ତ ନମିଳିବା ଯୋଗୁଁ ଅନେକଗୁଡିଏ ପ୍ରକଳ୍ପ ବାଧାପ୍ରାପ୍ତ ହେଉଛିା ରାଜ୍ୟ କାମ୍ପା ପା=ିକୁ ଉକ୍ତ ଅର୍ଥରାଶି ତୁରନ୍ତ ମଞ୍ଜୁର ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଡାଭେଙ୍କୁ ଅନୁରୋଧ କରିଥ#ଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଡାଭେ ରାଜ୍ୟ କାମ୍ପା ପା=ିକୁ ୨୩୬ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଆଜି ମଞ୍ଜୁର କରିଛନ୍ତି ।
କ୍ଷତିପୂରକ ବନୀକରଣ ପାଇଁ ଉପଯୁକ୍ତ, ସମ୍ପୂର୍ଣ୍ଣ ଅନୁର୍ବର ଓ ଦଖଲମୁକ୍ତ ଅଣ-ଜଙ୍ଗଲ ଜମି ମିଳୁ ନ ଥ#ବାରୁ ଏଥ#ନିମିତ୍ତ ଅଣ-ଜଙ୍ଗଲ ବା ଅଳ୍ପ ବୃକ୍ଷଲତା ଥ#ବା ଜଙ୍ଗଲ ଜମିକୁ ଉପଯୋଗ କରିବା ପାଇଁ ଆବଶ୍ୟକ ମାର୍ଗଦର୍ଶିକା ଖୁବ ଶୀଘ୍ର କେନ୍ଦ୍ର ସରକାର ପଠାଇବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଶ୍ରୀ ଡାଭେଙ୍କୁ ଭେଟିବା ସମୟରେ ଅନୁରୋଧ କରିଛନ୍ତି ।
ପ୍ରକଳ୍ପ ମୂଲ୍ୟ ମଧ୍ୟରେ ପ୍ରକଳ୍ପ ସନ୍ନିକଟ ଉଜୁଡ଼ା ଜଙ୍ଗଲ ଜମିରେ କ୍ଷତିପୂରକ ବନୀକରଣ କାର୍ଯ୍ୟ ସମାହିତ କରିବା ପାଇଁ କେନ୍ଦ୍ର ସରକାରୀ ସଂସ୍ଥା ଓ ରାଷ୍ଟ୍ରାୟତ୍ତ ସାଧାରଣ ଉଦ୍ୟୋଗଗୁଡ଼ିକୁ ଅନୁମତି ଦିଆଯାଇଥ#ବା ସ୍ଥଳେ ରାଜ୍ୟ ସରକାରୀ ସଂସ୍ଥା ଓ ରାଜ୍ୟ ସାଧାରଣ ଉଦ୍ୟୋଗଗୁଡ଼ିକୁ ଅନୁମତି ମିଳିନାହିଁ । ଏହି ଅନୁରୋଧକୁ କେନ୍ଦ୍ର ସରକାର ନିକଟ ଅତୀତରେ ଗ୍ରହଣ କରିନାହାନ୍ତି । ଏଣୁ ଏ ସଂକ୍ରାନ୍ତୀୟ ନିଷ୍ପତ୍ତିର ପୁନର୍ବିଚାର କରାଯାଇ ଶୀଘ୍ର ରାଜ୍ୟ ସରକାରୀ ସଂସ୍ଥା ଓ ରାଜ୍ୟ ସାଧାରଣ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ର ସରକାରୀ ସଂସ୍ଥା ଓ ରାଷ୍ଟ୍ରାୟତ୍ତ ସାଧାରଣ ଉଦ୍ୟୋଗଗୁଡ଼ିକ ସହ ସମତୁଲ ଭାବରେ ଅନୁମତି ଦେବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ରାଜ୍ୟ ଜଙ୍ଗଲ ବିଭାଗର କାର୍ଯ୍ୟାନ୍ୱୟନ ଯୋଜନା ୨୦୧୬-୧୭କୁ ଶୀଘ୍ର ମଞ୍ଜୁରୀ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ସାବକ ରାଜସ୍ୱ ଜଙ୍ଗଲ ଜମିରେ ଅଣ-ଜଙ୍ଗଲ ବ୍ୟବହାର ପାଇଁ ବଦଳ ପ୍ରସ୍ତାବ (ଉiଠerଟiଞ୍ଚn Prଞ୍ଚଞ୍ଛଞ୍ଚଟଚ୍ଚଝ) ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୧୬ ନିର୍ଦ୍ଧାରିତ ହୋଇଥ#ଲାା ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବା ସମୟ ସାପେକ୍ଷ ହୋଇଥ#ବାରୁ ଏହାର ଅବଧ# ଆଉ ଏକ ବର୍ଷ ବୃଦ୍ଧି କରି ୩୧ ଜୁଲାଇ ୨୦୧୭ କରିବା ନିମନ୍ତେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ଅନୁରୋଧ କରିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ଭାରତୀୟ ବନସେବା ଅଧ#କାରୀଙ୍କ ଅନୁମୋଦିତ ପଦବୀ ୧୪୧ ହୋଇଥ#ବା ବେଳେ ୯୪ ଜଣ ଭାରତୀୟ ବନସେବା ଅଧ#କାରୀ ବିଭିନ୍ନ ପଦ ପଦବୀରେ କାର୍ଯ୍ୟରତ ଓ ୪୭ଟି ପଦବୀ ଖାଲି ରହିଛିା ଏହା ଦ୍ୱାରା ଜଙ୍ଗଲ ସୁରକ୍ଷା ଏବଂ ବନୀକରଣଠାରୁ ଆରମ୍ଭ କରି ଜଙ୍ଗଲ ସଂରକ୍ଷଣ ଇତ୍ୟାଦି ପ୍ରଭାବିତ ହେଉଛିା ଏହାକୁ ଖୁବ ଶୀଘ୍ର ପୂରଣ ପାଇଁ ପ୍ରତିବର୍ଷ ଅନ୍ତତଃ ୭/୮ ଜଣ ଭାରତୀୟ ବନସେବା ଅଧ#କାରୀ ଓଡିଶାକୁ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
କେନ୍ଦ୍ର ସରକାର ପୂର୍ବରୁ ଦେଉଥ#ବା କେନ୍ଦ୍ର ଅଂଶ ୧୦୦ରୁ କମାଇ ଦେଇ ଶତକଡ଼ା ୫୦ ବା ସ୍ଥଳ ବିଶେଷରେ ଶତକଡ଼ା ୬୦କୁ ଖସାଇଦେବା ଫଳରେ ଓଡ଼ିଶାର ବହୁ ଯୋଜନା କାର୍ଯ୍ୟକାରୀ ହେବାରେ ଘୋର ପ୍ରତିବନ୍ଧକ ସୃଷ୍ଟି ହୋଇଛି । ତେଣୁ ଓଡ଼ିଶାକୁ ଅତିରିକ୍ତ ସହାୟତା ଯୋଗାଇ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଯୁକ୍ତି
ବାଢିଛନ୍ତି । ଓଡ଼ିଶାର ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ଅଗ୍ରଗତି ହାସଲ ପାଇଁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଡାଭେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Share in top social networks!