ଶବ ଗୃହରେ ଯନ୍ତ୍ରଣାରେ ଛଟପଟ ଯୁବକ ଉଦ୍ଧାର କରି କଟକ ପଠାଇଲା ପ୍ରଶାସନ

LOKKA
ଜିଲା ମୁଖ୍ୟ ଚିକିସôାଳୟ ପରିସରରେ ଥିବା ଶବ ଗୃହ। ଯେଉଁଠାରେ ବ୍ୟବଚ୍ଛେଦ
ପାଇଁ ରୁହେ ଅପ ମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତିଙ୍କ ମୃତ ଦେହ। ସେହି ସ୍ଥାନରେ ପଡିରହି ଯନ୍ତ୍ରଣାରେ ଛଟପଟ
ହୋଇ ଚିକôାର କରୁଥିବା ଜଣେ ଅସହାୟ ଯୁବକକୁ ଆଜି ଜିଲା ପ୍ରଶାସନ ଉଦ୍ଧାର କରି ଚିକିସôା ପାଇଁ କଟକ ପଠାଇଛି
ା ଫୁଙ୍ଗୁଳା ଦେହ, ଖଣ୍ଡେ ଛିଣ୍ଡା କନାକୁ ଗୁଡାଇ ହୋଇ ପଡି ରହିଥିଲା ଏହି ଯୁବକ ଜଣକ। ବାମ ଗୋଡ ଗୋଇଠି
ପାଖରେ ବନ୍ଧା ହୋଇଛି କପଡା। କୈାଣସି ସ୍ଥାନରେ ଦୁର୍ଘଟଣା ଫଳରେ ଗଭିର ଆଘାତ ଲାଗିଛି। ପତଳା ଯୁବକ
ଜଣକ କିଛି ପରିମାଣରେ ମାନସିକ ବିକାର ଗ୍ରସ୍ତ ଭଳି ଜଣା ପଡୁଛି। ଯନ୍ତ୍ରଣା ଅଧିକ ହେଲେ ଚିକôାର କରୁଥିଲା।
ହିନ୍ଦିରେ କଥା ହୋଇ ପାଖ ଲୋକଙ୍କୁ ଡାକ ଛାଡୁଥିଲା। କେତେବେଳେ କେମିତି ଖାଇବାକୁ ମାଗୁଛି। କିଏ ଖାଇବାକୁ
ଦେଲେ ତାକୁ ଅଳ୍ପ ଖାଇ ଫୋପାଡି ଦେଉଥିଲା। ପିନ୍ଧିବାକୁ ଲୁଗା ମାଗୁଥିଲା। ଏହି ଭଳି ଅବସ୍ତାରେ ଶବ ଗୃହରେ କିଛି
ଦିନ ହେଲା ପଡିରହିଥିଲା ଯୁବକ ଜଣକ। ପଚାରିବାରୁ ତା ନାମ ରାହୁଲ ରାୟ ଓ ବାପାଙ୍କ ନାମ ପ୍ରମୋଦ ରାୟ
ବୋଲି କହିବା ସହିତ ଘର ଆସାମ ବୋଲି କହିଥିଲା। ପାଠ ପଢିଥିବା ମଧ୍ୟ କହିଥିଲା। ତାର ହିନ୍ଦି ଓ ଇଂରାଜୀ
ଉଚ୍ଚାରଣ ମଧ୍ୟ ସେ ଶିକ୍ଷିତ ବୋଲି ପ୍ରମାଣିତ କରୁଛି। ଘରେ ତାର ମା’ ଓ ଭଉଣୀ ଥିବା କଥା କହିଥିଲା। ତା ବିଷୟରେ
ପଚାରିବାରୁ ବହୁ କଷ୍ଟ କରି ପିଲାବେଳେ ପାଠ ପଢିଛି ବୋଲି କହିବା ସହିତ ମୁମ୍ବାଇରେ ରହି କାମ କଲାବେଳେ
ଷ୍ଟେସନରେ ଦୁର୍ଘଟଣା ଘଟିବାରୁ ତା ଗୋଡ ଭାଙ୍ଗିଯାଇଥିବା କହିଥିଲା ଗତକାଲି ଡେରି ରାତିରେ। ଖବର ନେବାରୁ
ଜଣା ଯାଇଥିଲା ଆଜକୁ ଆଠ ଦିନ ତଳେ ତାକୁ ରାଜପଥ ଆମ୍ବୁଲାନ୍ସରେ ଆଣି କିଛି ଲୋକ ଡାକ୍ତରଖାନା ପରିସରରେ
ଥିବା ଶିବ ମନ୍ଦିର ନିକଟରେ ଛାଡି ଚାଲି ଯାଇଥିଲେ। ସେଠାରେ ବୁଲିବା ସହିତ ବହୁ ସମୟରେ ନିକଟସ୍ଥ ଡ୍ରେନରେ
ପଶି ଯାଉଥିଲା। ଯାହାକୁ ଦେଖି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରୁଥିବା ବାବୁଲି ବାବୁ ତାକୁ ଗାଧୋଇ ଦେଇ
ତାର ପ୍ରାଥମିକ ଚିକିସôା କରିଥିଲେ। ଏହାପରେ କିଛି ଦିନ ମନ୍ଦିର ବାହାରେ ବସିବା ପରେ ପୁନର୍ବାର ଡ୍ରେନରେ
ପଶିବାରୁ କିଛି ଲୋକ ତାକୁ ଶବ ଗୃହ ଭିତରେ ରଖି ବାହାରୁ ବନ୍ଦ କରି ଦେଇଥିଲେ। ଖବର ପାଇ ଯାଜପୁରର
ସମାଜସେବୀ ଦେବଦତ ଦାସ ତା ନିକଟକୁ ଯାଇ ତାକୁ ବହୁ ସମୟରେ ଖାଇବାକୁ ଦେଇଥିବା ଜଣାଯାଇଛି। ହେଲେ
ଯନ୍ତ୍ରଣାରେ ଛଟପଟ ହୋଇ ଚିକôାର କରୁଥିବା ଯୁବକକୁ ଚିକିସôା ଟିକିଏ ମିଳିନଥିଲା। ଶବ ଗୃହରେ ଅତି ଅସ୍ୱାସ୍ଥ୍ୟକର
ପରିବେଶରେ ପଡି ରହିଥିବା ଏହି ଯୁବକ ଜଣକୁ ଚିକିସôା କରି ତା ବିଷୟରେ ଓ ତା ପରିବାର ବିଷୟରେ ପଚାରି ତା
ପରିବାରକୁ ଖବର ଦେବାର ଆବଶ୍ୟକତା ରହିଥିଲା। ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜିଲାରେ ଅହେଳିତଙ୍କ ପାଇଁ
କାର୍ଯ୍ୟ କରୁଥିଲାବେଳେ ସେମାନଙ୍କର ବି ଦେଖାନଥିଲା ଏହି ଯୁବକ ଜଣକ ନିକଟରେ। ଫଳରେ ଚିକିସôା ଓ ସହାୟତା
ଅଭାବରୁ ଦିନକୁ ଦିନ ଅଧିକ ଯନ୍ତ୍ରଣାରେ ଛଟପଟ ହେଉଥିଲା ଏହି ଯୁବକ ଜଣକ। ଡାକ୍ତରଖାନା ପ୍ରଶାସନ ସହିତ
ସ୍ୱେଚ୍ଛାସେବୀ ଅନୁଷ୍ଠାନ ନଜରରୁ ଦୂରରେ ରହିଥିବା ଏହି ଯୁବକ ପାଇଁ ନିକଟସ୍ଥ ଚା ଦୋକାନୀ ଓ ଯୁବ ସମାଜସେବୀ
ଦେବଦତ ସାହାରା ହୋଇଥିଲା ବେଳେ ସେମାନେ ମଧ୍ୟ ନିରୁପାୟ ହୋଇ ପଡିଥିଲେ। ବହୁ ସମୟରେ ଯନ୍ତ୍ରଣାରେ
ଯୁବକ ଜଣକ ଚିକôାର କଲେ ତାଙ୍କ ପାଖକୁ ଚା ଦୋକାନୀ ଜଣକ ଦୈାଡି ଯାଇ ସାନ୍ୱନା ଟିକିଏ ଦେବାରେ ଅବହେଳା
କରିନାହାନ୍ତି। ଅନ୍ୟପକ୍ଷରେ ବହୁ ସମୟରେ ଯୁବକ ଜଣକୁ ଖାଇବାକୁ ଦେବା ସହିତ ତାଙ୍କ ନିକଟକୁ ଦୈାଡି ଯାଉଥିବା
ଦେବଦତ ଜିଲା ପ୍ରଶାସନ, ଜିଲାରେ ଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ଯୁବକର ଚିକିସôା ବ୍ୟବସ୍ଥା
କରିବାକୁ ଦାବି କରିଥିଲେ ଗତ କାଲି ଡେରି ରାତିରେ। ଆଜି ସକାଳୁ ଯୁବକ ଉପରେ ଭାଗ୍ୟଦେବୀ ପ୍ରସନ୍ନ ହେବା
ସହିତ ତାଙ୍କୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିସôା ପାଇଁ କଟକ ପଠାଯାଇଥିବା ଦେଖିବାକୁ ମିଳିଥିଲା। ସବୁ ଦିନ
ଭଳି ଆଜିବି ସେଠାରେ ପହଂଚି ଥିଲେ ଯୁବ ସମାଜସେବୀ ଦେବଦତ। ଯୁବକ ଜଣକୁ ଏକ ନୂତନ ପ୍ୟାଂଟ ସାର୍ଟ ଦେବା
ସହିତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ କଟକ। ଶେଷ ପର୍ଯ୍ୟନ୍ତ ସାହାଯ୍ୟ କରିବାରେ ହେଳା କରି ନଥିଲେ
ଡାକ୍ତର ଖାନା ପରିସରରେ ଥିବା ଚା ଦୋକାନୀ ଜଣକ। ଯୁବକ ଜଣକୁ ବିଦାୟ ଦେଲାବେଳେ ଉଭୟ ଯୁବକଙ୍କ ସହ
ସମାଜସେବୀ ଡ. ସୁରେଶ ଚନ୍ଦ୍ର ଦଳାଇ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଖୋଲା ପଡିଛି ରନôଗିରି ପ୍ରାଚୀର, ପ୍ରତ୍ନତତ୍ୱ ବିଭାଗ ବେଫିକର
ଯାଜପୁର,(ଅକ୍ଷୟ ରାଉତ)ବିଶ୍ୱ ବୈାଦ୍ଧ କି•ର୍ିରାଜୀ ରନôଗିରିର ପ୍ରାଚୀର ଦୀର୍ଘ ଦିନ ହେଲା ଖୋଲା ପଡିଥିବା ଦେଖିବାକୁ ମିଳିଛି
ା ପ୍ରତ୍ନତତ୍ୱ ବିଭାଗ ଅଧିନରେ ଥିବା ଏହି ସ୍ଥାନର ସୁରକ୍ଷା ପ୍ରତି ଧ୍ୟାନ ଦେବା ବଦଳରେ ବିଭାଗ ବେଫିକର ହୋଇ ଚୁପ ବସିଥିବା
ଦେଖାଯାଇଛି। ଏହି ପର୍ବତରେ ବହୁ ବିରଳ ମୁ•ର୍ି ଥିଲାବେଳେ ଏହାର ସୁରକ୍ଷା ପ୍ରତି ପ୍ରତ୍ନତତ୍ୱ ବିଭାଗ କେତେ ଦାୟିତ୍ୱବାନ
ଏଥିରୁ ସ୍ପଷ୍ଟ ଅନୁମେୟ। ବହୁ ସମୟରେ ଏହି ପର୍ବତ ପାଦ ଦେଶରୁ ବହୁ ବିରଳ ମୁ•ର୍ି ଚୋରି ହୋଇଯାଇଛି। ଯାହାକୁ କି
ବ•ର୍ମାନ ସୁଦ୍ଧା ଉଦ୍ଧାର କରାଯାଇ ପାରିନାହିଁ। ଏହା ସହିତ ଜିଲାରେ ମଧ୍ୟ ବହୁ ବିରଳ ମୁ•ର୍ି ନିକଟ ଅତିତରେ ଚୋରି
ହୋଇଥିବାର ନଜିର ରହିଛି। ଜିଲାରେ ମୁ•ର୍ି ଚୋରଙ୍କ ପାଦୁର୍ଭାବ ବଢୁଥିଲାବେଳେ ପର୍ବତରେ ଥିବା ବହୁ ବିରଳ ମୁ•ର୍ି ମଧ୍ୟ ଏହି
ମୁ•ର୍ି ଚୋରଙ୍କ ଲୋଲୁପ ଦୃଷ୍ଟିରେ ଥିବ ଏହା ନିଶ୍ଚିତ। ଆଗରେ ତାଲା ପଛ ମେଲା ନାୟରେ ଚାଲିଥିବା ଏହି ସ୍ଥାନ ଓ ବିରଳ
ମୁ•ର୍ିର ସୁରକ୍ଷା କିଭଳି ଚାଲିଛି ଏହି ଘଟଣା ତାର ଉଦାହରଣ ପାଲଟିଛି। ଗେଟକୁ ବନ୍ଦ କରି ଏଠାକୁ ଆସୁଥିବା ପର୍ଯ୍ୟଟକ
ମାନଙ୍କ ଠାରୁ ଟିକେଟ ସଂଗ୍ରହରେ ବ୍ୟସ୍ତ ଥିବା କର୍ମଚାରୀମାନେ ସୁରକ୍ଷା ଦୃଷ୍ଟିରୁ ରାତିରେ ମଧ୍ୟ ଗେଟକୁ ତାଲା ପକାଇ
ଦେଉଛନ୍ତି। ହେଲେ ଏହି ପର୍ବତରେ ଥିବା ବହୁ ବିରଳ ବୈାଦ୍ଧ କି•ର୍ିରାଜୀକୁ ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ପ୍ରାଚୀର ଦୀର୍ଘ
ଦିନ ହେଲା ଖୋଲା ପଡିଥିବା ଓ ସେହିବାଟେ ପ୍ରତିଦିନ ସାଧାରଣ ଲୋକ ଗତାଗତ କରିବା ଏହି ସ୍ଥାନର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ
ସୃଷ୍ଟି କରିଛି। ରାତିରେ ଏହି ବାଟ ଦେଇ ମୁ•ର୍ିଚୋର ଜଦି କିଛି ବିରଳ ମୁ•ର୍ିକୁ ଚୋରି କରି ନିଅନ୍ତି ତେବେ ଏଥିପ୍ରତି ପ୍ରତ୍ନତତ୍ୱ
ବିଭାଗ ଦାୟି ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ଏବଂ ସମାଜସେବୀ ଡ. ସୁରେଶ ଚନ୍ଦ୍ର ଦଳାଇ ପ୍ରତ୍ନତତ୍ୱ
ବିଭାଗ ଏହା ପ୍ରତି ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି।
ତେବେ ଏଥିପ୍ରତି ପ୍ରତ୍ନତତ୍ୱ ବିଭାଗ ଦାୟି ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ଏବଂ ସମାଜସେବୀ ଡ. ସୁରେଶ
ଚନ୍ଦ୍ର ଦଳାଇ ପ୍ରତ୍ନତତ୍ୱ ବିଭାଗ ଏହା ପ୍ରତି ଦୃଷ୍ଟି ଦେବାକୁ ଦାବୀ କରିଛନ୍ତ

Share in top social networks!