ବକ୍ସି ଜଗବନ୍ଧୁଙ୍କ ଜନ୍ମମାଟି ଗଡ଼ରୋଡ଼ଙ୍ଗରେ ତି୍ରରଙ୍ଗା ଯାତ୍ରାରେ ଧର୍ମେନ୍ଦ୍ର ପ୍ରଧାନ ସାମିଲ

14067480_1086132124803699_5144367944937284975_n
- ୧୮୧୭ ପାଇକ ବିଦ୍ରୋହ ଭାରତର ପ୍ରଥମ ବି୍ରଟିଶ ବିରୋଧି ଶସସ୍ତ୍ର ସଂଗ୍ରାମ
- ୨୦୧୭ ପାଇକ ବିଦ୍ରୋହର ୨୦୦ ବର୍ଷ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରାଯିବ ନିମନ୍ତ୍ରଣ
- ବିଶ୍ୱମାନର ପାଇକ ବିଦ୍ରୋହ ମୁ୍ୟଜିୟମ୍, ପୁରୀରୁ ସାତପଡ଼ା ୪ ଥାକିଆ ବକ୍ସି ଏକ୍ସପ୍ରେସୱେ ଓ ରୋଡ଼ଙ୍ଗଗଡ଼କୁ
ଆଦର୍ଶ ଗ୍ରାମ ପ୍ରତିଶ୍ରୁତି
ଭାରତର ସ୍ୱାଧିନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ ଅତୁଳନୀୟ ଓ ଓଡ଼ିଶାର
ଏହି ମହାସଂଗ୍ରାମୀମାନଙ୍କୁ ସାରାଦେଶ ଓ ଓଡ଼ିଶାରେ ସମ୍ମାନ ଓ ସ୍ୱୀକୃତି ମାଧ୍ୟମରେ ଉତର ପିଢ଼ୀକୁ ପ୍ରେରଣା
ଯୋଗାଇ ଦିଆଯାଇ ପାରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତି୍ରରଙ୍ଗା
ଯାତ୍ରାରେ ଅଂଶଗ୍ରହଣ କରି ପ୍ରକାଶ କରିଛନ୍ତି।
ରବିବାର ଦିନ ପୁରୀ ଠାରୁ ପାଇକ ବିଦ୍ରୋହର ମହାନ ସେନାନୀ ବକ୍ସି ଜଗବନ୍ଧୁଙ୍କ ଜନ୍ମମାଟି ଗଡ଼ରୋଡ଼ଙ୍ଗକୁ
ଏକ ବିଶାଳ ମଟର ସାଇକେଲ୍ ଶୋଭାଯାତ୍ରାରେ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଓଡ଼ିଶା ଜାତି ନିଜର
ସମ୍ମାନ ଓ ପରିଚୟ ପାଇଁ କିଛିବି କରିପାରେ ବୋଲି ଇତିହାସ ତା’ର ପ୍ରମାଣ ବୋଲି ଶ୍ରୀ ପ୍ରଧାନ କହିଥିଲେ।
ପୁରୀ ଜିଲ୍ଲାକୁ ଓଡ଼ିଆ ଅସ୍ମିତାର ପ୍ରାଣକେନ୍ଦ୍ର ଭାବରେ ବର୍ଣ୍ଣନା କରି ଦୟାନଦୀ କୂଳରେ ଲକ୍ଷେ ଓଡ଼ିଆ ପ୍ରାଣବଳି
ଦେଇ ଥକି ନଥିବାବେଳେ ସମ୍ରାଟ ଅଶୋକ ଯୁଦ୍ଧର ବିଭୀଷିକା ଦେଖି ଧର୍ମାଶୋକରେ ପରିଣତ ହୋଇଥିଲେ।
ସାରା ବିଶ୍ୱ ଶାନ୍ତିର ପ୍ରତୀକ ଭାବେ ଭଗବାନ ବୁଦ୍ଧଙ୍କୁ ଗ୍ରହଣ କରିଥିବାବେଳେ ବିଶ୍ୱରେ ବୌଦ୍ଧମତର ପ୍ରଚାର
ପାଇଁ ଓଡ଼ିଆଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ।
ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ୧୮୧୭ ମସିହାରେ ପାଇକ ବିଦ୍ରୋହ ଦେଶର ପ୍ରଥମ ବି୍ରଟିଶ ବିରୋଧି ସଶସ୍ତ୍ର
ସଂଗ୍ରାମ ବୋଲି ଶ୍ରୀ ପ୍ରଧାନ କହିଥିଲେ।
ଏହି ସଂଗ୍ରାମର ୨୦୦ ବର୍ଷ ପୁର୍ତୀ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବର୍ଷ ଯୋଗଦେବା
ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ।
ପୁରୀରୁ ସାତପଡ଼ା ଜାତୀୟ ରାଜପଥକୁ ୪ଥାକିଆ କରାଯିବା ସହ ଏହାକୁ ବକ୍ସି ଏକ୍ସପ୍ରେସ୍ୱେ ଭାବରେ ନାମିତ
କରାଯିବ ବୋଲି ସେ କହିଥିଲେ। ଯଦି ବିଜୁ ଏକ୍ସପ୍ରେସ୍ୱେ ହେଉଛି ତା’ହେଲେ ବକ୍ସି ଏକ୍ସପ୍ରେସୱେ କାହିଁକି
ହୋଇପାରିବେ ନାହିଁ ବୋଲି କହିଥିଲେ। ପାଇକ ବିଦ୍ରୋହର ସ୍ମୃତି ବହନ କରି ଏକ ଅନ୍ତରାଷ୍ଟ୍ରୀୟ ସ୍ତରୀୟ
ମୁ୍ୟଜିୟମ୍ ପ୍ରତିଷ୍ଠା ପାଇଁ ଭାରତ ସରକାର ଯୋଜନା କରିବେ ବୋଲି ଶ୍ରୀ ପ୍ରଧାନ ଦେଇଥିଲେ।
ବକ୍ସିଙ୍କ ଜନ୍ମସ୍ଥାନ ଗଡ଼ରୋଡ଼ଙ୍ଗ ଗ୍ରାମକୁ ଏକ ଆଦର୍ଶ ଗ୍ରାମ କରିବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ସେ
ଅନୁରୋଧ କରିବେ ବୋଲି କହିଥିଲେ।

Share in top social networks!