ସୁଶ୍ରୀ ପି.ଭି ସିନ୍ଧୁଙ୍କୁ ୭୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା; ସୁଶ୍ରୀ ସିନ୍ଧୁ ଭାରତୀୟ ଯୁବଗୋଷ୍ଠୀ ପାଇଁ ପ୍ରେରଣାର ଉତ୍ସ – ଧର୍ମେନ୍ଦ୍ର ପ୍ରଧାନ

14045764_139465993163946_4605143296941633186_nରିଓ ଅଲମ୍ପିକରେ ରୋପ୍ୟ ପଦକ ପାଇ ଭାରତ ପାଇଁ ଗର୍ବ ଆଣିଥିବା ସୁଶ୍ରୀ ପି.ଭି
ସିନ୍ଧୁଙ୍କୁ ପେଟ୍ରୋଲିୟମ ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ବିପିସିଏଲ ତରଫରୁ ୭୫ ଲକ୍ଷ ଟଙ୍କାର ନଗଦ ରାଶି
ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ
ନିର୍ଦେଶ କ୍ରମେ ବିପିସିଏଲ ତରଫରୁ ଏହି ଘୋଷଣା କରାଯାଇଛି।
ସୁଶ୍ରୀ ସିନ୍ଧୁ ଭାରତ ପେଟ୍ରୋଲିୟମର କ୍ରୀଡା ବିକାଶ ପାଇଁ ଆସିଷ୍ଟାଂଟ ମ୍ୟାନେଜର ଭାବେ କମ୍ପାନୀର ହାଇଦ୍ରାବାଦ
ଅଫିସରେ କାର୍ଯ୍ୟରତ। ସୁଶ୍ରୀ ସିନ୍ଧୁ ଅଲମ୍ପିକରେ ତାଙ୍କର ଅନନ୍ୟ ସଫଳତା ପୂର୍ବରୁ ଜଣେ ସଫଳ ଖେଳାଳୀ ଭାବେ
୨୦୧୫ରେ ପଦ୍ମଶ୍ରୀ ସମ୍ମାନ ଓ ୨୦୧୩ରେ ଅର୍ଜୁନ ପୁରସ୍କାର ପ୍ରାପ୍ତ କରି ସାରିଛନ୍ତି। ୨୦୧୩ ମସିହାରେ ସୁଶ୍ରୀ
ସିନ୍ଧୁ ଭାରତର ପ୍ରଥମ ମହିଳା ଭାବେ ବିଶ୍ୱ ବ୍ୟାଡମିଂଟନ ପ୍ରତିଯୋଗିତାରେ ମେଡାଲ ଲାଭ କରିଥିଲେ।

Share in top social networks!