ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ, ସ୍ନାତକୋତ୍ତର ପ୍ରଥମ ବର୍ଷ ଏବଂ ଏମ୍. ଫିଲ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରୀମାନଙ୍କର ଏକ ପ୍ରତିଷ୍ଠାପନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପଦ୍ମଦା ମିଶ୍ର, ଯୋଗ ଦେଇ ଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ମା ରମା ଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଆହ୍ମାନ ଦେଇଥିଲେ। ପି.ଜି. କାଉନ୍ସିଲ୍ ଚେୟାରମ୍ୟାନ୍ ଡ଼ଃ ବାଣୀ ସେନଗୁପ୍ତ ଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ପରାମର୍ଶ ଦେଇଥିବାବେଳେ କୁଳସଚିବ ଶୀ୍ରମତୀ ଚିତ୍ରାଙ୍ଗଦା ସାମନ୍ତସିଂହାର କର୍ତ୍ତବ୍ୟପରାୟଣତା ସଂପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତିପା୍ରପ୍ତ ପାଠ୍ୟକ୍ରମ, ପରୀକ୍ଷା ପରିଚାଳନା, ଉପଲବ୍ଧ ସେବା ସମୁହ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ବିଭାଗୀୟ ଅଧିକାରୀମାନେ ଆଲୋକପାତ କରିଥିଲେ। ଉକ୍ତ ଉସôବରେ ବିଶ୍ୱବିଦ୍ୟାଳୟର ସମସ୍ତ ପଦାଧିକାରୀଙ୍କ ସମେତ ବହୁ ପ୍ରଧ୍ୟାପକ, ପ୍ରଧ୍ୟାପିକା, ଛାତ୍ରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ।