“ସୁଗମ୍ୟ ଭାରତ ଅଭିଯାନ’ ଉପରେ କର୍ମଶାଳା

scstସମସ୍ତଙ୍କ ପାଇଁ ସବୁଠାରେ ପହଞ୍ଚ#ବା ସୁବିଧା ଉପଲବ୍ଧ କରାଇବା ହେଉଛି ସାର୍ବଜନୀନ ସୁଗମ୍ୟା ଏହା ସାମାଜିକ ବ୍ୟବସ୍ଥାର ଏକ ମୁଖ୍ୟ ଅଂଶା ଏକ ଅନ୍ତର୍ଭୁକ୍ତ ସମାଜରେ ସମସ୍ତଙ୍କୁ ସମାନ ସୁଯୋଗ ଦେବା ନିମନ୍ତେ ସାର୍ବଜନୀନ ସୁଗମ୍ୟ ଅତ୍ୟନ୍ତ ଜରୁରୀା ଆମ ଦୈନନ୍ଦିନ ଜୀବନରେ ଆମେ ଦୋକାନ, ବ୍ୟାଙ୍କ, ପୋଷ୍ଟ ଅଫିସ୍, ସରକାରୀ କାର୍ଯ୍ୟାଳୟ ଆଦି ଯାଇଥାଉା କିନ୍ତୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ସ୍ୱାଧୀନ ଭାବରେ ଯାତାୟତ କରିବା ଓ ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ସ୍ୱତନ୍ତ୍ର ଗଡନ୍ତା ବାଟ-ର୍ୟାମ୍ପ୍, ସ୍ୱତନ୍ତ୍ର ଲିଫଫ, ସ୍ୱତନ୍ତ୍ର ଶୌଚାଳୟ ଆଦିର ଆବଶ୍ୟକତା ରହିଥାଏା କିନ୍ତୁ ସଂପୃକ୍ତ ନିର୍ମାଣକାରୀ ସଂସ୍ଥା, ଯନ୍ତ୍ରୀ, ରାସ୍ତା ଓ କୋଠାବାଡି ନିର୍ମାଣ ସଂସ୍ଥା ଆଦି ଏ ସଂପର୍କରେ ସେତିକି ସଚେତନ ନୁହଁନ୍ତିା
ଏଥ# ନିମନ୍ତେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅନ୍ତର୍ଗତ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ସାର୍ବଜନୀନ ସୁଗମ୍ୟ ଉପଲବ୍ଧ କରାଇବା ପାଇଁ ୨୦୧୫ ମସିହା ଡିସେମ୍ବର ୩ ତାରିଖରୁ ସୁଗମ୍ୟ ଭାରତ ଅଭିଯାନ ଆରମ୍ଭ କରିଛନ୍ତିା ଭିନ୍ନକ୍ଷମମାନଙ୍କ ପାଇଁ ପ୍ରତିବନ୍ଧକହୀନ ଯାତାୟତର ସୁବିଧା, କୋଠାବାଡିରେ ସୁଗମ୍ୟ, ଯାନବାହନ ବ୍ୟବହାରରେ ସୁବିଧା ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାରରେ ସହାୟତା ଉପଲବ୍ଧ କରାଇବା ନିମନ୍ତେ ଏହି ଅଭିଯାନ ଆରମ୍ଭ ହୋଇଛିା ଏ ସଂପର୍କରେ ଏକ ସଚେତନତା ସୃଷ୍ଟି ନିମନ୍ତେ ଆଜି ସ୍ଥାନୀୟ ଏକ ସମ୍ମିଳନୀ କକ୍ଷରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ନିତେନ୍ ଚନ୍ଦ୍ର ଏହି କର୍ମଶାଳାକୁ ଉଦ୍ଘାଟନ କରି କହିଲେ ଯେ ସ୍ଥପତି, ଯନ୍ତ୍ରୀ, ନିର୍ମାଣକାରୀ ସଂସ୍ଥାମାନେ ଭିନ୍ନକ୍ଷମମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକା ସମସ୍ତ ନୂତନ ନିର୍ମାଣରେ ଭିନ୍ନକ୍ଷମମାନଙ୍କ ପ୍ରତି ସୁଗମ୍ୟ ଉପଲବ୍ଧ କରାଇବା ନିମନ୍ତେ ଶ୍ରୀ ନିତେନ୍ ଚନ୍ଦ୍ର ଅନୁରୋଧ କରିଥ#ଲୋ ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଓ ଦିବ୍ୟାଙ୍ଗ ସଶକ୍ତିକରଣ ମନ୍ତ୍ରାଳୟର ଯୁଗ୍ମ ସଚିବ ମୁକେଶ ଜୈନ ତାଙ୍କ ସ୍ୱାଗତ ଭାଷଣରେ କହିଲେ ଯେ, ସୁଗମ୍ୟ ଭାରତ ଗଠନ ଦିଗରେ ଦେଖା ଦେଉଥ#ବା ପ୍ରତିବନ୍ଧକ ଦୂର କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟା ଏହି ଅଭିଯାନର ତିନୋଟି ମୁଖ୍ୟ ଭାଗ ହେଉଛି ନିର୍ମିତ ପରିବେଶର ସୁଗମ୍ୟ(ର୍ୟାମ୍ପ୍, ପାର୍କିଂ, ଶୌଚାଳୟ, ଜରୁରୀକାଳୀନ ପ୍ରସ୍ଥାନ ଇତ୍ୟାଦି), ପରିବହନ ପ୍ରଣାଳୀରେ ସୁଗମ୍ୟ(ରେଳ ଷ୍ଟେସନ୍, ରେଳ ବଗି, ବିମାନବନ୍ଦର, ଟ୍ରାଫିକ୍ରେ ଭିନ୍ନକ୍ଷମଙ୍କ ପାଇଁ ସୂଚନା), ସୂଚନା ଓ ସଂଚାର ପ୍ରଣାଳୀରେ ସୁଗମ୍ୟ(ସର୍ବସାଧାରଣ େଓ୍ୱବ୍ସାଇଟ୍, ସର୍ବସାଧାରଣ ଡକୁ୍ୟମେଣ୍ଟ, କ୍ୟାପ୍ସନ୍ ବ୍ୟବସ୍ଥା, ସଂକେତ ବ୍ୟବସ୍ଥା ଇତ୍ୟାଦି)ା ବିଭାଗୀୟ ନିର୍ଦ୍ଦେଶିକା ମାନସୀ ନିମ୍ବାଲ ଅନ୍ୟତମ ଅତିଥ# ଭାବେ ଯୋଗଦେଇ କହିଲେ ଯେ ଭୁବନେଶ୍ୱରର ୫୦ଟି ମହତ୍ତ୍ୱପୂର୍ଣ୍ଣ ସରକାରୀ କୋଠାକୁ ପରୀକ୍ଷଣ ସହିତ ସଂପୂର୍ଣ୍ଣ ସୁଗମ୍ୟରେ ପରିଣତ କରାଯାଉଛିା ଏହି କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ଏନ୍.ଆଇ.ସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଆର୍.ଏନ୍. ବେହେରା, ଦିବ୍ୟାଙ୍ଗମାନେ େଓ୍ୱବ୍ ଜରିଆରେ କିପରି ବିଭିନ୍ନ ସୂଚନା ପାଇପାରିବେ ସେ ବିଷୟରେ ଆଲୋଚନା କରିଥ#ଲୋ ସ୍ୱାମୀ ବିବେକାନନନ୍ଦ ଜାତୀୟ ପୁନର୍ବାସ ଗବେଷଣା ଓ ତାଲିମ ସଂସ୍ଥାନ, କଟକର ନିର୍ଦ୍ଦେଶକ ଏସ୍.ପି. ଦାସ ଧନ୍ୟବାଦ ଅର୍ପଣ କରିଥ#ଲୋ ଏହି ଅବସରରେ ବିଭିନ୍ନ ନିର୍ମାଣକାରୀ ସଂସ୍ଥାର ପ୍ରତିନିଧ#, ପୌର ପରିଷଦର କର୍ମକର୍ତ୍ତା, ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧ#କାରୀ, ଯନ୍ତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥ#ଲୋ କର୍ମଶାଳାରେ ସୁଗମ୍ୟ ଭାରତ ଉପରେ ନିବନ୍ଧ ଉପସ୍ଥାପନ ସହିତ ଏହି ଅଭିଯାନ ସଂପର୍କିତ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥ#ଲାା
ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅନ୍ତର୍ଗତ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଓ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ତାଲିମ ଓ ଗବେଷଣା ସଂସ୍ଥାନର ମିଳିତ ସହଯୋଗରେ “ସୁଗମ୍ୟ ଭାରତ ଅଭିଯାନ’ ଉପରେ ଏହି ଦିନିକିଆ କର୍ମଶାଳା ଆୟୋଜିତ ହୋଇଥ#ଲାା

Share in top social networks!