ଦେଶବ୍ୟାପୀ ଚାଲୁଥିବା “ଆଜାଦୀ ୭୦, ୟାଦ୍ କରୋ କୁର୍ବାନୀ” କାର୍ଯ୍ୟକ୍ରମ ଅବସରରେ ଯୋଗ ଦେବା ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ଆରମ୍ଭ ହେବ। ସ୍ୱାଧୀନତା ପାଇଁ ପ୍ରାଣ ହରାଇଥିବା ଶହୀଦଙ୍କୁ ମନେ ପକାଇ ଦେଶବ୍ୟାପୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ। ଏହି ଉଦେ୍ଦଶ୍ୟରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମକୁ “ଆଜାଦୀ ୭୦, ୟାଦ୍ କରୋ କୁର୍ବାନୀ” ନାମରେ ନାମିତ କରାଯାଇ ଏହାକୁ ୩ ଭାଗରେ ବିଭକ୍ତ କରାଯାଇଅଛି। ପ୍ରଥମରେ ଆସନ୍ତା ଅଗଷ୍ଟ ୯ ତାରିଖର ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମ ସ୍ଥାନ ମଧ୍ୟପ୍ରଦେଶର ଭାୱାଡା ଗ୍ରାମରୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ତାପରେ ଅଗଷ୍ଟ ୧୪ରେ ଯୁବମୋର୍ଚ୍ଚା ତରଫରୁ ସମଗ୍ର ଦେଶରେ ମଶାଲ ଶୋଭାଯାତ୍ରା ଆୟୋଜନ କରାଯିବ। ଅଗଷ୍ଟ ୧୮ରେ ମହିଳା ମୋର୍ଚ୍ଚା ତରଫରୁ ଦେଶର ସମସ୍ତ ସୈନିକମାନଙ୍କୁ ରକ୍ଷା ବନ୍ଧନ ଅବସରରେ ରାକ୍ଷୀ ବନ୍ଧନ କରାଯିବ। ସେହିପରି ଅଗଷ୍ଟ ୯ରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ବରପୁତ୍ର ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହିତ “ଆଜାଦୀ ୭୦, ୟାଦ୍ କରୋ କୁର୍ବାନୀ” କାର୍ଯ୍ୟକ୍ରମ ପାଳନ କରାଯିବ। ଏହି ପରିପେକ୍ଷୀରେ ଓଡିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୬ ଜଣ କେନ୍ଦ୍ରମନ୍ତ୍ରୀ ଯୋଗଦାନ କରିବେ।
ଏହି ଅବସରରେ ଆସନ୍ତା ଅଗଷ୍ଟ ୨୦ ତାରିଖରେ ପୂରୀରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନୋଜ ସିହ୍ନା ଓଡିଶା ଆସୁଛନ୍ତି। ଶ୍ରୀ ସିହ୍ନା ଅଗଷ୍ଟ ୧୯ରେ ଭୂବନେଶ୍ୱର ଆସି ପହଂଚି ରାତ୍ର ଯାପନ କରିବେ। ୨୦ ତାରିଖ ସକାଳେ ପୂରୀ ଯାଇ “ଆଜାଦୀ ୭୦, ୟାଦ୍ କରୋ କୁର୍ବାନୀ” କାର୍ଯ୍ୟକ୍ରମରେ ଯୋଗ ଦେବେ। ପୂରୀରୁ ଭୂବନେଶ୍ୱର ଫେରି ବିମାନ ଯୋଗେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ।

Share in top social networks!