ବେଗୁନିଆ ବିଧାୟକଙ୍କ ଗୁଣ୍ଡାରାଜ ଗଣତନ୍ତ୍ର ପ୍ରତି ବିପଦ୍ଜନକ : ବିଜେପି

adityamohapatraଖୋର୍ଦ୍ଧା ଜିଲ୍ଲା ସ୍ଥିତ ତରତୁଆ ଠାରେ ଜଣେ ସଂଖ୍ୟଲଘୁ ସଂପ୍ରଦାୟର ସାଧାରଣ ବ୍ୟକ୍ତିଙ୍କ ଉପରେ ବୋଲଗଡ-ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ। ନିଜର ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କ ସହିତ ଶୋଭାଯାତ୍ରରେ ଯାଉଥିବା ବେଳେ ସାଧାରଣ ପଥଚାରୀଙ୍କ ଉପରେ ଆକ୍ରମଣ କରିବା ଏବଂ ଯାନବାହନରେ ଯାତ୍ରାକରୁଥିବା ନିଦେ୍ର୍ଦାଶ ଜନତାଙ୍କୁ ଗାଳିଗୁଲଜ କରିବା ବିଜେଡି ବିଧାୟକଙ୍କ ଅହଂକାର ଏବଂ ଗୁଣ୍ଡାଚରିତ୍ରକୁ ଆଜି ଲୋକଲୋଚନକୁ ଆଣିଛି ବୋଲି ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ.ଯତୀନ କହିଛନ୍ତି ଯେ, ଗତ କିଛିଦିନ ତଳେ ବୈାଦ୍ଧ ଜିଲ୍ଲାର ମନୋମୁଣ୍ଡାଠାରେ ବିରୋଧ ପ୍ରର୍ଦଶନ କରୁଥିବା କିଛି ନିଦେ୍ର୍ଦାଶ ଦଳିତ, ଆଦିବାସୀ ଯୁବକଙ୍କ ଉପରେ ବିଜେଡି ବିଧାୟକ ଶ୍ରୀ ଜଗଦେ୍ଦବ ବ୍ୟକ୍ତିଗତ ଭାବରେ ଯେଉଁ ଭଳି ଆକ୍ରମଣ କଲେ ତାହା ବ୍ୟାପକ ଭାବରେ ଗଣ ମାଧ୍ୟମରେ ପ୍ରସାରିତ ହୋଇଛି। ସେହିପରି ଗତ ବର୍ଷ ମଧ୍ୟ ବୋଲଗଡ ପଂଚାୟ୍ତରେ ଜଣେ ପୂର୍ବତନ ଦଳିତ ସରପଂଚଙ୍କୁ ସେ ସର୍ବସାଧାରଣରେ ମାଡମାରି ଜାତିିଆଣ ଗାଳିଗୁଲଜ କରିଥିବାର ଏକ କେସ ବୋଲଗଡ ଥାନାରେ ରୁଜୁ ହୋଇଛି। ଏହଭଳିି ସବୁ ଘଟଣାମାନ ପାଇଁ ତାଙ୍କ ଉପରେ ପୂର୍ବରୁ ଅନେକ ଏତଲା ମଧ୍ୟ ଦିଆଯାଇଛି।
ବିଜେଡି ବିଧାୟକ ଜଗଦେ୍ଦବଙ୍କ ଏଭଳି ଆତଙ୍କରାଜ ତାଙ୍କ ଆଦିବାସୀ, ଦଳିତ ଏବଂ ସଂଖ୍ୟଲଘୁ ବିରୋଧୀ ମନୋଭାବକୁ ଦର୍ଶାଉଥିବା ବେଳେ କୈାଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପରିବର୍ତେ ସୁରକ୍ଷା ଯୋଗାଇଦେବା ଆଦି ନବୀନ ସରକାରର ଅହଂକାର, ଅପାରଗତା ଏବଂ ହତାଶାକୁୁ ପ୍ରଦର୍ଶିତ କରୁଛି। ସେହିପରି ଗତ ବର୍ଷ ପୁରୀ ଶ୍ରୀମନ୍ଦିର ବେଢାରେ କର୍ତବ୍ୟରତ ପୁଲିସ୍ ଏସ୍.ପିଙ୍କ ଉପରେ ଆକ୍ରମଣ କରି ଶ୍ରୀ ଜଗଦେ୍ଦବ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ସରକାରି ଚାପରେ ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନନିଆଯାଇ ଘଟଣାକୁ ଚପେଇ ଦିଆାଯାଇ ଯାଉଥିବାବେଳେ ଗତ କିଛି ମାସ ତଳେ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ସାନପଦର ପଂଚାୟତର ଜଣେ ପୂର୍ବତନ ସରପଂଚଙ୍କୁ ସର୍ବସାଧାରଣରେ ମାଡ ମାରିବା ଭଳି ଅନେକ ଘଟଣା ଅନେକ ମାମଲା ଥାନାରେ ପଡିରହିଛି ବୋଲି ଡ.ଯତୀନ ମହାନ୍ତି କହିଛନ୍ତି।
ବିଧାୟକ ଶ୍ରୀ ଜଗଦେ୍ଦବଙ୍କ ଏହିଭଳି ଗୁଣ୍ଡାରାଜ ପରିପେକ୍ଷୀରେ ରାଜ୍ୟ ସରକାର ତୁରନ୍ତ ତାଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଏତାଦୃଶ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ତୁରନ୍ତୁ ଗିରଫ କରିବାକୁ ଭାରତୀୟ ଜନତା ପାର୍ଟି ଦାବୀ କରିଛି। ଦଳିତ ଆଦିବାସୀ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ନିରୀହ ଜନତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଦଳ ପକ୍ଷରୁ ଡ.ଯତୀନ ମହାନ୍ତି ଦାବୀ କରିଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ଏବଂ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share in top social networks!