ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ।

dengueredcrossସମଗ୍ର ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ ମହାମାରୀ ରୂପ ନେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସମାଜର ଜନସାଧାରଣଙ୍କୁ ଡେଙ୍ଗୁ ସଂମ୍ପର୍କରେ ଅବଗତ କରାଇବା ପାଇଁ ଭାରତୀୟ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଭୂବନେଶ୍ୱର ଏବଂ ଏହାର ଆଖପାଖ ଅଂଚଳରେ ଯୁବ ରେଡ଼କ୍ରସ୍ ଏବଂ ଜୁନିୟର ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କୁ ୮ ଗୋଟି ଭାଗରେ ବିଭକ୍ତ କରାଯାଇ ପରାମର୍ଶଦାତାମାନଙ୍କ ଦାଇତ୍ୱରେ ଡେଙ୍ଗୁ ନ ବ୍ୱାପିବା ପାଇଁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ନିକଟସ୍ଥ ବସ୍ତିରେ ଯୁବ ରେଡ଼କ୍ରସ୍ ଏବଂ ଜୁନିୟର ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପରାମର୍ଶଦାତାମାନଙ୍କ ତତ୍ୱାବଧାନରେ ସଫେଇ, ରାଲି ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାପାଇଁ ପଦକ୍ଷେପ ନିଆଯାଇଛିା

ଏହି ଅବସରରେ ଏକ ସାଧାରଣ ସଭା ସ୍ଥାନୀୟ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ-୨, ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଥିଲା। ଏଥିରେ ମହର୍ଷି କଲେଜ ଅଫ୍ ନାଚ୍ୟୁରାଲ ଲ, ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ-୨, ଭୁବନେଶ୍ୱର ର ଯୁବ ଓ ଜୁନିୟର ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ସହଯୋଗିତାରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତିନିକ ସଚିବ ଡ. ଚକ୍ରଧର ପଣ୍ଡାଙ୍କ ପୌରହିତରେ ଏକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସ୍ୱେଚ୍ଛାସେବୀମାନଙ୍କୁ ଡେଙ୍ଗୁରୋଗର କାରଣ ଓ ନିରାକରଣ ସମ୍ପର୍କରେ ଅବଗତ କରାଇଥିଲେ। ବିଦ୍ୟାଳୟଠାରେ ଡେଙ୍ଗୁ ସଂମ୍ବନ୍ଧୀୟ ଏକ ବୃତ୍ତଚିତ୍ର ଉପସ୍ଥାପନା କରାଯାଇଥିଲା। ତତ୍ ସହିତ ବିଦ୍ୟାଳୟ ପରିଷରରେ ବୃକ୍ଷରୋପଣ କରାଯାଇଥିଲା।

ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ-୨, ଭୁବନେଶ୍ୱର ପ୍ରଧାନ ଶିକ୍ଷୟତ୍ରୀ ଶୀ୍ରମତି ସରୋଜିନୀ ରାଉତରାଏ, ସ୍ୱାଗତ ଭାଷଣ ଦେବା ସହିତ ଯୁବ ରେଡକ୍ରସ୍ ଅଧିକାରୀ ଡଃ. ମେଜର. କଳ୍ପନା ଦାସ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ଦିଲ୍ଲୀପ କୁମାର ମହାନ୍ତି, ପ୍ରୋଗ୍ରାମ ଅଫିସର୍, ହେଲ୍ଥ ଏବଂ ଶ୍ରୀମତୀ ଗୌøରିମଣୀ ବିଶ୍ୱାଳଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉଦ୍ଧ୍ୱର୍ ଯୁବ ରେଡ଼କ୍ରସ୍ ଏବଂ ଜୁନିୟର ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ଓ ପରାମର୍ଶଦାତା ଯୋଗଦେଇଥିଲେ।

Share in top social networks!