ନାଲ୍‌କୋ ପକ୍ଷରୁ ପ୍ରତିଭାବାନ ଶିଶୁ ଫୁଟ୍‌ବଲ ଖେଳାଳୀ ସମ୍ବର୍ଦ୍ଧିତ

nalcooo ଜର୍ମାନୀର ପ୍ରସିଦ୍ଧ ଫୁଟ୍‌ବଲ କ୍ଲବ୍‌ ବାୟର୍ଣ୍ଣ୍‌ ମୁ୍ୟନିକ୍‌ ଠାରେ ୨-ମାସିଆ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଥିବା ପ୍ରତିଭାବାନ୍‌ ଶିଶୁ ଫୁଟ୍‌ବଲ ଖେଳାଳୀ ଚନ୍ଦନ ନାୟକଙ୍କୁ ନବରତ୍ନ ନାଲ୍‌କୋ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି କ୍ଲବ୍‌ଟି ୟୁରୋପ୍‌ର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ କ୍ଲବ୍‌ ଭାବେ ବିବେଚିତ। ଭୁବନେଶ୍ୱରର ଶବର ସାହିରେ ରହୁଥିବା ୧୧-ବର୍ଷୀୟ ଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରି ନାଲ୍‌କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ଓଡ଼ିଶାର ସ୍ୱାଭିମାନର ପ୍ରତୀକ ଭାବେ ପରିଗଣିତ ନାଲ୍‌କୋ, ରାଜ୍ୟ ପାଇଁ ଗୌରବ ଆଣିଥିବା ଏଭଳି ଶିଶୁକୁ ସମ୍ବର୍ଦ୍ଧିତ କରି ଗୌରବାନ୍ୱିତ ମନେ କରୁଛି। ଭବିଷ୍ୟତରେ ଚନ୍ଦନ, କିମ୍ବଦନ୍ତୀ ଫୁଟ୍‌ବଲ ଖେଳାଳୀ ମେସୀଙ୍କ ଭଳି ସଫଳତା ହାସଲ କରିବ ବୋଲି ଡଃ ଚାନ୍ଦ ମତ ବ୍ୟକ୍ତ କରିଛନ୍ତି। ଆଜି କମ୍ପାନୀର ନିଗମ କାର୍ଯ୍ୟାଳୟ ଠାରେ ଡଃ ଚାନ୍ଦ, ଚନ୍ଦନଙ୍କୁ ୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଏହି ଅବସରରେ, କମ୍ପାନୀର ନିଦେ୍ର୍ଦଶକ (ଅର୍ଥ) ଶ୍ରୀ କେ.ସି. ସାମଲ, ନିଦେ୍ର୍ଦଶକ (ମାନବସମ୍ବଳ) ଶ୍ରୀ ବି.କେ. ଠାକୁର ଏବଂ ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ପି.କେ. ମହାନ୍ତି ଉପସ୍ଥିତ ଥିଲେ। ଚନ୍ଦନଙ୍କ ମନୋନୟନ ପାଇଁ କେନ୍ଦ୍ର ଶକ୍ତି, କୋଇଲା, ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ଏବଂ ଖଣି ବିଭାଗର ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଏବଂ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନାଲ୍‌କୋ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି।
ଏହି ଅବସରରେ ଚନ୍ଦନଙ୍କ ମା’ ଦୁହିତା ନାୟକ କହିଲେ ଯେ ଚନ୍ଦନଙ୍କୁ ଆର୍ଥôକ ସହାୟତା ପ୍ରଦାନ କରିବାରେ ନାଲ୍‌କୋ ପ୍ରଥମ ଅନୁଷ୍ଠାନ। ଏଥିପାଇଁ ସେ ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନାଲ୍‌କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ କୋଚ୍‌ ଜୟଦେବ ମହାପାତ୍ରଙ୍କ ଠାରୁ ପ୍ରଶିକ୍ଷଣ ଲାଭ କରୁଥିବା ଚନ୍ଦନ, ଦେଶରୁ ମନୋନୀତ ହୋଇଥିବା ପାଞ୍ଚ ଜଣ ବାଳକଙ୍କ ମଧ୍ୟରେ ସର୍ବକନିଷ୍ଠ ଏବଂ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ଖେଳାଳୀ।

Share in top social networks!