ନିରାମୟ ସଂପର୍କରେ ସମୀକ୍ଷା: ଗତ ଜୁନ୍ ମାସ ଶେଷସୁଦ୍ଧା ୮୬ ଲକ୍ଷ ୬୮ ହଜାରରୁ ଉଦ୍ଧ୍ୱର୍ ରୋଗୀ ଉପକୃତ

nirmyyyaaରାଜ୍ୟରେ ସରକାରୀ ଚିକିତ୍ସାଳୟ ମାନଙ୍କରେ ରୋଗୀଙ୍କୁ ମାଗଣାରେ ଔଷଧ ଉପଲବ୍ଧ ଯୋଜନା ନିରାମୟ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସମୀକ୍ଷା କରିଛନ୍ତି।
ସମୀକ୍ଷାରୁ ପ୍ରକାଶ ଯେ ନିରାମୟ ଯୋଜନା ଆରମ୍ଭ ହେବା ଦିନରୁ ଗତ ଜୁନ ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନଡାକ୍ତରଖାନା ମାନଙ୍କରେ ୮୬,୬୮,୫୭୧ ଜଣ ରୋଗୀ ଉପକୃତ ହୋଇଛନ୍ତି। ଦୈନିକ ହାରାହାରି ୧୫ ହଜାରରୁ ଅଧିକ ରୋଗୀ ବିଭିନ୍ନ ଡାକ୍ତରଖାନାର ବର୍ହି ବିଭାଗରେ ଏହି ସେବା ପାଇପାରିଛନ୍ତି। କର୍କଟ ରୋଗୀମାନଙ୍କ ପାଇଁ ମଧ୍ୟ ମାଗଣାରେ କେମୋ ଆଦି ନିରାମୟ ଯୋଜନାରେ ମାଗଣାରେ ଉପଲବ୍ଧ କରାଯାଇଛି। ତେବେ ନିରାମୟ ଯୋଜନା ଆରମ୍ଭ ହେବା ଦିନରୁ ଏ ପର୍ଯ୍ୟନ୍ତ ପରିଲିଖିତ ହେଉଥିବା ଅସୁବିଧା ସବୁକୁ ତୁରନ୍ତ ଦୁରକରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡିଶା ମେଡିକାଲ ନିଗମ ପକ୍ଷରୁ ନିୟମିତ ଏହାକୁ ସମୀକ୍ଷା କରାଯାଉଛି। ଡାକ୍ତରଖାନା ମାନଙ୍କରେ ଭର୍ତି ହେଉଥିବା ରୋଗୀଙ୍କ ପାଇଁ ପ୍ରଦାନ କରାଯାଉଥିବା ଔଷଧର ପ୍ରକୃତ ଉପେଯାଗ ଉପରେ ସତର୍କ ଦୃଷ୍ଟି ରଖାଯାଇଛିି। ନିଦାନ ଚିଠାର ଅଡିଟ୍ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନିରାମୟ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ନିଗମ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଗୁଣାତ୍ମକ ଔଷଧ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିବା ପ୍ରକାଶ। ତେବେ ନିଗମର କାର୍ଯ୍ୟଧାରାକୁ ଅଧିକ କ୍ରିୟାଶିଳ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଡାକ୍ତରଖାନା ମାନଙ୍କରେ ପ୍ରକୃତ ଆବଶ୍ୟକତା ଅନୁଯାୟି ଔଷଧ ଯୋଗାଣ କରାଯିବା ଦିଗରେ ଆବଶ୍ୟକ ଦକ୍ଷେପ ଗ୍ରହଣ କରାଯାଇଛି। ଔଷଧ କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ନିତ କରାଯାଇଛି। ବର୍ତମାନ ଟେଣ୍ଡର ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି। ଚଳିତ ମାସ ଶେଷ ସୁଦ୍ଧା ଆବଶ୍ୟକୀୟ ଔଷଧ ପହଂଚିଯିବ। ସେହିପରି ବିଭିନ୍ନ ଡାକ୍ତରୀ ଯନ୍ତ୍ରପାତି କ୍ରୟ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ନିତ କରାଯାଇଛି।
ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ନିଗମ ପରିଚାଳନା ନିଦେ୍ର୍ଦଶକ ଆର.ପି.ସିଂହ , ଯୁଗ୍ମସଚିବ ସୁରଜିତ ଦାଶ , ଡାକ୍ତରୀଶିକ୍ଷା ଓ ତାଲିମ୍ ନିଦେ୍ର୍ଦଶକ ଡାଃ ପ୍ରକାଶ ମହାପାତ୍ର , ପରିବାର କଲ୍ୟାଣ ବିଭାଗ ନିଦେ୍ର୍ଦଶକ ଡାଃ ନିର୍ମଳା କୁମାରୀ ଦେଇ , ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକ ଡାଃ କୈଳାଶ ଚନ୍ଦ୍ର ଦାଶ , ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ ଅଧିକ୍ଷକ ଡାଃ ପ୍ରତାପ ରଥ , ଜରୁରୀ କାଳୀନ ଅଧିକାରୀ ଡାଃ ଭୁବନାନନ୍ଦ ମହାରଣା , ନିଗମ ଜେନେରାଲ ମ୍ୟାନେଜର ( ଲଜିଷ୍ଟିକ୍ ) ଡାଃ ବିଜୟ କୁମାର ସ୍ୱାଇଁ ଏବଂ ଜି.ଏମ୍ ( ପ୍ରୋକିଓରମେଂଟ) ଡାଃ କେ.ସି,ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Share in top social networks!