ଅଭିଲେଖାଗାରରେ ଭାରତଛାଡ ଆନ୍ଦୋଳନର ପ୍ଲାଟିନମ୍ ଜୁବୁଲି

ଭାରତଛାଡ ଅନ୍ଦୋଳନର ପଟାନ୍ତର ନାହିାଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱର ଗୁଣାତ୍ମକତା, ଆନ୍ଦୋଳନ ପରିଚାଳନା ଇତ୍ୟାଦି ଆମର ଇତିହାସକୁ ବିଶ୍ୱସନୀୟ କରିପାରିଛିା ସେହି ମର୍ମରେ ଓଡ଼ିଶାରେ ଉପଲବ୍ଧ ଐତିହାସିକ ଉପାଦନଗୁଡିକ ସାର୍ବଜନୀନ ହେବା ଆବଶ୍ୟକ ଏବଂ ଏଥ#ପାଇଁ ଆନ୍ତର୍ଜାତିକ ସଂଗଠନର ଆନୁଷ୍ଠାନିକ ସହଯୋଗ ନିଆଯବା ବିଧେୟା ସଂସ୍କୃତି ଓ ଇତିହାସର ସଂଗ୍ରହଣ ପାଇଁ ସମ୍ବଳ ଏକ ପ୍ରତିବନ୍ଧକ ହେବ ନାହିଁ ବୋଲି ଏଠାରେ ଭାରତଛାଡ ଆନ୍ଦୋଳନର ପ୍ଲାଟିନମ୍ ଜୁବୁଲି ଉତ୍ସବର ଉଦ୍ଘାଟନ ପର୍ବରେ ଅତିଥ#ମାନେ ମତପ୍ରକାଶ କରିଛନ୍ତିା
ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍. ବାଲକ୍ରିଷ୍ଣନ୍ ମୁଖ୍ୟ ଅତିଥ# ଭାବେ ଯୋଗଦେଇ କହିଲେ ଯେ ଭାରତର ସାମାଜିକ-ସାଂସ୍କୃତିକ-ରାଜନୈତିକ ବିବିଧତା ସତ୍ତେ୍ୱ ସ୍ୱାଧୀନତା ସଂଗ୍ରାମ ସମଗ୍ର ବିଶ୍ୱକୁ ବହୁ ଭାବରେ ଅନୁପ୍ରାଣିତ କରିପାରିଛିା ଆନ୍ଦୋଳନରେ ସାଧାରଣ ଜନତାଙ୍କୁ ସଂପୃକ୍ତ କରିବାରେ ଭାରତୀୟ ନେତାମାନେ ପରାକାଷ୍ଠା ପ୍ରଦର୍ଶନ କରିଥ#ଲୋ ଶ୍ରୀ ବାଲ୍କ୍ରିଷ୍ଣନ୍ ଅଭିଲେଖାଗାରର ତଥ୍ୟାବଳିର ଡିଜିଟାଇଜେସନ୍ ଉପରେ ଗୁରୁତ୍ୱ ଆରୋପ କରିଥ#ଲୋ ସଂସ୍କୃତି ତଥା ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟରେ ସଂଘଟିତ ଭାରତଛାଡ ଆନ୍ଦୋଳନରେ ଓଡ଼ିଶାର ସଂଗ୍ରାମୀମାନଙ୍କର ବଳିଦାନ ତଥା ଆତ୍ମୋତ୍ସର୍ଗର ବିବରଣୀ ଜାତୀୟ ସ୍ତରରେ ପ୍ରସାରିତ ହେବା ଉପରେ ଓଡ଼ିଶାର ଗବେଷକମାନେ ଉଦ୍ୟମ କରିବା ଆବଶ୍ୟକା ଏହା ଫଳରେ ଓଡ଼ିଶାର ଅବଦାନ ବାବଦରେ ସର୍ବଭାରତୀୟ ଚର୍ଚ୍ଚା ହୋଇପାରିବା ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ ଓ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ ମଧ୍ୟ ବକ୍ତବ୍ୟ ରଖ#ଥ#ଲୋ ପ୍ରଫେସର ଅତୁଲ ଚନ୍ଦ୍ର ପ୍ରଧାନ ଓ ପ୍ରଫେସର ଅଶୋକ ପଟ୍ଟନାୟକଙ୍କ ସଂପାଦନାରେ ପ୍ରକାଶିତ “କୁଇଟ୍ ଇଣ୍ଡିଆ ମୁଭ୍ମେଣ୍ଟ ଇନ୍ ଓଡ଼ିଶା, ଏ ଡକୁମେଣ୍ଟେସନ୍ ଅଫ୍ ଆର୍କାଇଭାଲ ସୋର୍ସେସ୍’ ଗ୍ରନ୍ଥ କାର୍ଯ୍ୟକ୍ରମରେ ଲୋକର୍ପିତ ହୋଇଥ#ଲାା ଆରମ୍ଭରେ “ଭାରତଛାଡ ଆନ୍ଦୋଳନରେ ଓଡ଼ିଶାର ଭୂମିକା’ ଶୀର୍ଷକ ଚିତ୍ର ପ୍ରଦର୍ଶନୀ ଉଦ୍ଘାଟିତ
ହୋଇଛିା
ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥ#ଲାା ପ୍ରଥମ ଅଧ#ବେଶନରେ ଶ୍ରୀମତୀ ମନୋରମା ମହାପାତ୍ର ଓ ଦ୍ୱିତୀୟ ଅଧ#ବେଶନରେ ଡ. ନିବେଦିତା ମହାନ୍ତି ପୌରୋହିତ୍ୟ କରିଥ#ଲୋ ବାଲେଶ୍ୱର, କଟକ, ସମ୍ବଲପୁର, ପୁରୀ, ଗଞ୍ଜାମ, କୋରାପୁଟ ଜିଲ୍ଲା ଓ ଗଡଜାତରେ ଭାରତଛାଡ ଆନ୍ଦୋଳନନ୍ତ ଭାରତଛାଡ ଆନ୍ଦୋଳନରେ ଉତ୍କଳୀୟ ନାରୀଙ୍କ ଭୂମିକାନ୍ତ ଭାରତଛାଡ ଆନ୍ଦୋଳନରେ ସାଧାରଣ ଲୋକଙ୍କ ଭୂମିକାନ୍ତ ଓଡ଼ିଆ ସାହିତ୍ୟ ଓ ଭାରତଛାଡ ଆନ୍ଦୋଳନନ୍ତ ଭାରତ ଛାଡ ଆନ୍ଦୋଳନରେ ସୁରେନ୍ଦ୍ରନାଥ ଦ୍ୱିବେଦୀନ୍ତ ଭାରତ ଛାଡ ଆନ୍ଦୋଳନରେ ଛାତ୍ରସମାଜର ଭୂମିକା ଏବଂ ଭାରତ ଛାଡ ଆନ୍ଦୋଳନ ଓ ଓଡ଼ିଆ ସାହିତ୍ୟ ଇତ୍ୟାଦି ପ୍ରସଙ୍ଗ ଉପରେ ଡ. ଆଶୋକ କୁମାର ପଟ୍ଟନାୟକ, ଡ. ଚଣ୍ଡିପ୍ରସାଦ ନନ୍ଦ, ଡ. ପ୍ରୀତିଶ ଆଚାର୍ଯ୍ୟ, ଡ. ଲକ୍ଷ୍ମୀକାନ୍ତ ମିଶ୍ର, ଡ. ଆର୍.ସି. ମିଶ୍ରୋ, ଡ. ହରିହର ପଣ୍ଡା, ଡ. ବିଜୟ ଚନ୍ଦ୍ର ରଥ, ଡ. ସସ୍ମିତା ତ୍ରିପାଠୀ, ଡ. ପାବକ କାନୁନ୍ଗୋ, ଡ. ବିଜୟାନନ୍ଦ ସିଂହ, ଡ. ଶ୍ରୀଚରଣ ମହାନ୍ତି, ଡ. ଦେବେନ୍ଦ୍ର କୁମାର ଦାସ ଓ ଡ. ବାବାଜୀ ଚରଣ ପଟ୍ଟନାୟକ ଆଲୋଚନା ଉପସ୍ଥାପନ କରିଥ#ଲୋ

Share in top social networks!