ଓଡ଼ିଆ ଭାଷାର ଗବେଷଣା ପାଇଁ ହାଇଦ୍ରାବାଦ ଓ ଗାନ୍ଧୀନଗର ବିଶ୍ୱବିଦ୍ୟାଳୟରେ ଚେୟାର

ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ଆନ୍ଧ୍ରପ୍ରଦେଶ) ଓ ଗାନ୍ଧୀନଗର ବିଶ୍ୱବିଦ୍ୟାଳୟ (ଗୁଜୁରାଟ)ରେ ଓଡ଼ିଆ ଭାଷାରେ ଦୁଇଟି ଚେୟାର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତିା ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଚେୟାରଟି ଭକ୍ତକବି ମଧୁସୂଦନ ରାଓ ଓ ଗାନ୍ଧୀନଗର
ବିଶ୍ୱବିଦ୍ୟାଳୟ ଚେୟାରଟି ଉତ୍କଳଭାରତୀ କୁନ୍ତଳାକୁମାରୀ ସାବତଙ୍କ ନାମରେ ପ୍ରତିଷ୍ଠିତ ହେବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତିା ଏହା ଫଳରେ ଓଡ଼ିଆ ଭାଷା ଓ ସାହିତ୍ୟର ବିଶେଷ ପ୍ରଚାରପ୍ରସାର ହେବା ସହିତ ଗବେଷଣାର ମାର୍ଗ ପ୍ରଶସ୍ତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତିା

Share in top social networks!