ବିସ୍ମୟ ଫୁଟବଲ ବାଳକ ଚନ୍ଦନ ନାୟକଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିନନ୍ଦନ

13902605_1074013742682204_530664149702797792_nଅଲିମ୍ପିକ ଖେଳୁଥିବା ଛଅ ଜଣ ଖେଳାଳୀଙ୍କୁ ଜଣାଇଲେ ଶୁଭକାମନା
ଜର୍ମାନୀରେ ଫୁଟବଲ ଖେଳ ତାଲିମ ପାଇଁ ମନୋନୀତ ଓଡିଆ ବାଳକ ଚନ୍ଦନ ନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ଚନ୍ଦନ ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କ ସହିତ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଭୁବନେଶ୍ୱର ଗସ୍ତ ସମୟରେ ସାକ୍ଷାତ କରିଥିଲେ।

ଚନ୍ଦନ ନାୟକ ଭୁବନେଶ୍ୱରର ଶବରସାହି ବସ୍ତି ଅଂଚଳର ବାସିନ୍ଦା। ପରିବାରର ଆର୍ଥିକ ଅନାଟନ ସତ୍ୱେ ଚନ୍ଦନଙ୍କ ପ୍ରତିଭା ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ରଖୁଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଚନ୍ଦନ ଜର୍ମାନୀର ଏକ ପ୍ରସିଦ୍ଧ ଫୁଟବଲ କ୍ଲବରେ ତାଲିମ ଗ୍ରହଣ କରି ଭାରତ ପାଇଁ ଗର୍ବ ଆଣିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

ଚନ୍ଦନଙ୍କ ପରି ଅସାଧାରଣ ପ୍ରତିଭା ସମ୍ପନ୍ନ ବାଳକକୁ ଆଗକୁ ବଢିବା ପାଇଁ ଅର୍ଥ ବା ଆଉ କିଛି ପ୍ରତିବନ୍ଧକ ସୃଷ୍ଟି
ହେବ ନାହିଁ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

ରିଓ ଅଲିମ୍ପିକରେ ଭାଗ ନେଉଥିବା ଦୁଇ ଆଥଲେଟ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ତଥା ମହିଳା ହକି ଟିମର ଚାରି ଜଣ ଖେଳାଳୀ ଦୀପଗ୍ରେସ ଏକ୍କା, ଲିଳିମା ମିଂଜ, ନମିତା ଟପ୍ପୋ ଓ ସୁନୀତା ଲାକ୍ରାଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଛଅ ଜଣ ଓଡିଆ ଖେଳାଳୀ ଅଲିମ୍ପିକରେ ଭଲ ପ୍ରଦର୍ଶନ କରି ଓଡିଶା ତଥା ଦେଶ ପାଇଁ ଗୌରବ ଆଣି ଦେବେ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକାଶ କରିଛନ୍ତି।

Share in top social networks!