ଅହଂକାର ଓ ଦଳୀୟ ଆଭିମୁଖ୍ୟ ଛାଡି ମୁଖ୍ୟମନ୍ତ୍ରୀ ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

dpdpଅହଂକାର ଓ ଦଳୀୟ ଆଭିମୁଖ୍ୟ ଛାଡି ମୁଖ୍ୟମନ୍ତ୍ରୀ ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ମହାନଦୀ ଜଳ ବିବାଦ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଦଳ ମତ ନିର୍ବିଶେଷରେ ଓଡିଶାର ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତେ ମିଳିତ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶକରିଛନ୍ତି।

ଶ୍ରୀ ପ୍ରଧାନ ବିରୋଧୀ ଦଳର ନେତା ନରସିଂହ ମିଶ୍ର,କିଛି ଅଭିଜ୍ଞ ରାଜନେତା ଓ ସିଭିଲ ସୋସାଇଟି ତରଫରୁ ଏହି ପ୍ରସଙ୍ଗରେ ଉଦ୍ୟମକୁ ପ୍ରଶଂସା କରିବା ସହିତ ତାଙ୍କର ସମର୍ଥନ ଏହି ଉଦ୍ୟମ ସହିତ ରହିଛି ବୋଲି କହିଛନ୍ତିା ବିରୋଧୀ ଦଳର ନେତାଙ୍କ ବାରମ୍ବାର ଅନୁରୋଧ ସତ୍ୱେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ନ ଡାକିବାକୁ ଶ୍ରୀ ପ୍ରଧାନ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ ଓଡିଶାର ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଉତରଦାୟିତ୍ୱ ରହିଛି ଓ ଶ୍ରୀ ପଟ୍ଟନାୟକ ଏହି ବୈଠକ ଡାକିଥିଲେ ଭଲ ହୋଇଥାନ୍ତା।

କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଙ୍କ ସରକାର ମହାନଦୀ ଜଳ ନେଇ ଓଡିଶାର ସ୍ୱାର୍ଥ ପାଇଁ ସମ୍ପୂର୍ଣ ସଚେତନ ଅଛନ୍ତି। ବର୍ଷା ଦିନେ ମହାନଦୀରେ ଜଳ ପ୍ରବାହକୁ ନେଇ କୌଣସି ବିବାଦ ନାହିଁ। ମାତ୍ର ଅଣ ମନସୁନ ସମୟରେ ଓଡିଶାକୁ ଯେପରି ଟୋପାଏ ଜଳ କମ ହେବ ନାହିଁ ସେଥିପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୦୦ରୁ ୨୦୦୪ ଯାଏ କେନ୍ଦ୍ରରେ ବିଜେଡି ନେତା ଅର୍ଜୁନ ସେଠୀ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ରାଜ୍ୟରେ ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ଅଛନ୍ତି। ତେଣୁ ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ଅଧିକ ଉତରଦାୟିତ୍ୱ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଳ ଏକ ରାଜ୍ୟ ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର କେବଳ ପରାମର୍ଶ ଓ ମଧ୍ୟସ୍ଥତାର ଭୂମିକାରେ ରହି ପାରିବ। ଜଳ ବିଭାଜନ ନେଇ କେନ୍ଦ୍ରୀୟ ଜଳ ଆୟୋଗର କ୍ଷମତା ମଧ୍ୟ ସୀମିତ। ଏପରି ସ୍ଥିତିରେ ଓଡିଶା ମହାନଦୀର ତଳ ମୁଣ୍ଡରେ ଥିବା କାରଣରୁ ଛତିଶଗଡ ସହ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ମାଧ୍ୟମରେ ଓଡିଶାର ଅଧିକାର ଓ ଦାବିକୁ ସଠିକ ଭାବେ ଉପସ୍ଥାପନ କରାଯାଇ ପାରିବ। ଏହି ବୋର୍ଡ ଗଠନ ପାଇଁ ୧୯୮୩ ମସିହାରେ ଓଡିଶାର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜେବି ପଟ୍ଟନାୟକ ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା।

ଏହି ବୋର୍ଡ ଗଠନରେ ଅହେତୁକ ବିଳମ୍ବ ହୋଇ ସାରିଛି। ଗତ କିଛି ଦିନ ତଳେ କେନ୍ଦ୍ର ଜଳ ସମ୍ପଦ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ନୂଆ ଦିଲ୍ଲୀରେ ହୋଇଥିବା ବୈଠକରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡର ନିଷ୍ପତିରେ ସହମତ ହେବା ପରିବର୍ତେ ଓଡିଶା ନିଷ୍ପତି ପାଇଁ ଅଧିକ ସମୟ ନେବା ଚିନ୍ତାର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ା ଏହି ବୈଠକରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିବା ବେଳେ ଏହି ନିଷ୍ପତି ନେବା ପାଇଁ ରାଜ୍ୟ ସରକାର ତାଙ୍କୁ ସମ୍ମତି ଦେଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି। ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ହେଲେ ଏ ସମ୍ପର୍କରେ ବିଜେଡି ସରକାରଙ୍କ ମିଛ ଧରା ପଡିଯିବ, ତେଣୁ ସରକାର ଏହି ବୋର୍ଡ ଗଠନ କରିବାରେ ଆଗ୍ରହ ଦେଖାଉ ନାହାନ୍ତି ବୋଲି ସେ କହିଛନ୍ତି।

ଏକ ରାଜନୈତିକ ଦଳ ଭାବେ ବିଜୁ ଜନତା ଦଳର ମହାନଦୀ ବିବାଦ ନେଇ ରେଳ ରୋକୋ ଓ ଅନ୍ୟାନ୍ୟ ଆନେ୍ଦାଳନ କରିବାର ସମ୍ପୂର୍ଣ ଅଧିକାର ରହିଛି , ମାତ୍ର ଓଡିଶାବାସୀ ତାଙ୍କୁ କ୍ଷମତା ଦେଇଥିବାରୁ ବିଜେଡି ସରକାରଙ୍କର ପ୍ରଶାସନିକ ଉତରଦାୟିତ୍ୱ ନେଇ ଉଚିତ ପଦକ୍ଷେପ ନେବା ମଧ୍ୟ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଯଦି ରେଳ ରୋକୋ କଲେ ମହାନଦୀର ପାଣି ମିଳିବ ତେବେ ଏହା କରିବାରେ କିଛି ଆପତି ନାହିଁ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଚିଟଫଣ୍ଡ କେଳେଙ୍କାରୀ, ରାସନ କାର୍ଡ ବଂଟନର ଘୋର ଅନିୟମିତତା, ଶିଶୁମଡକ ଓ ରାଜନୈତିକ ହିଂସାର ଶାସକ ଦଳ ଛନ୍ଦି ହୋଇ ପଡିଥିବା ବେଳେ ଏହାକୁ ଘୋଡାଇବାକୁ ଦଳ ମହାନଦୀକୁ ଏକ ସ୍ପର୍ଶକାତର ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ମହାନଦୀ ପ୍ରସଙ୍ଗରେ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ରହିଛି। ତେଣୁ ସରକାର ଏହି ପ୍ରସଙ୍ଗରେଶ୍ୱେତ ପତ୍ର ଆଣିବା ଉଚିତ ଥିଲା। ମାତ୍ର ରାଜ୍ୟ ସରକାର ଏହା କରୁ ନ ଥିବାରୁ ବିଜେପି ମହାନଦୀ, ଚୁକ୍ତି, ବିବାଦ
ଓ ଅନ୍ୟ ତଥ୍ୟକୁ ସମ୍ବଳିତ କରି ଖୁବ ଶୀଘ୍ର ଏକ ଶ୍ୱେତ ପତ୍ର ପ୍ରକାଶ କରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ତାଙ୍କ ପ୍ରତି ବିଜେଡିର ସମାଲୋଚନାର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ କେଉଁଠାରୁ ବି ପ୍ରତିନିଧିତ୍ୱ କରନ୍ତୁ ନା କାହିଁକି ଓଡିଆ ଭାବରେ ଓଡିଶାର ସ୍ୱାର୍ଥ ପାଇଁ କାମ କରିବେ ଜାରି ରଖିବେ

Share in top social networks!