ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା, ଦୁର୍ନିତୀ ଆଦି ବିରୋଧରେ ଆସନ୍ତା ନଭେମ୍ବରରେ ବିଧାନସଭା ଘେରାଉ

arunsinghଦେଶ ସ୍ୱାଧୀନ ହେବାର ୭୦ ବର୍ଷ ଏବଂ ଭାରତ ଛାଡ ଆନେ୍ଦାଳନର ୭୫ ବର୍ଷ ଆରମ୍ଭ ହେବ। ସ୍ୱାଧୀନତା ପାଇଁ ପ୍ରାଣ ହରାଇଥିବା ଶହୀଦଙ୍କୁ ମନେ ପକାଇ ଦେଶବ୍ୟାପୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ। ଦେଶ ସ୍ୱାଧୀନତାରେ ଓଡିଶାର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନେତାଜୀ ସୁବାଷ ବୋଷ, ଗୋପବନ୍ଧୁ ଦାଶ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଚାଖୀ ଖୁଂଟିଆ, ରେଣ୍ଡୋ ମାଝୀ, ଲକ୍ଷ୍ମଣ ନାୟକ ଭଳି ବହୁତ ଓଡିଆ ସନ୍ତାନ ନିଜ ଜୀବନ ତ୍ୟାଗ କରିଛନ୍ତି। ତାଙ୍କ ଉଦେ୍ଦଶ୍ୟରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ “ଆଜାଦୀ ୭୦, ୟାଦ୍ କରୋ କୁର୍ବାନୀ” ନାମରେ ନାମିତ କରାଯାଇ କାର୍ଯ୍ୟକ୍ରମକୁ ୩ ଭାଗରେ ବିଭକ୍ତ କରାଯାଇଅଛି। ପ୍ରଥମରେ ଆସନ୍ତା ଅଗଷ୍ଟ ୯ ତାରିଖର ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମ ସ୍ଥାନ ମଧ୍ୟପ୍ରଦେଶର ଭାୱାଡା ଗ୍ରାମରୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ତାପରେ ଅଗଷ୍ଟ ୧୪ରେ ଯୁବମୋର୍ଚ୍ଚା ତରଫରୁ ସମଗ୍ର ଦେଶରେ ମଶାଲ ଶୋଭାଯାତ୍ରା ଆୟୋଜନ କରାଯିବ। ଅଗଷ୍ଟ ୧୮ରେ ମହିଳା ମୋର୍ଚ୍ଚା ତରଫରୁ ଦେଶର ସମସ୍ତ ସୈନିକମାନଙ୍କୁ ରକ୍ଷା ବନ୍ଧନ କରିବେ। ଅଗଷ୍ଟ ୯ରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଓଡିଶାର ସମସ୍ତ ବରପୁତ୍ର ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ। ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣ କେନ୍ଦ୍ରମନ୍ତ୍ରୀ ଯୋଗଦାନ କରିବେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସାଧରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂ ପ୍ରକାଶ କରିଛନ୍ତି।
୩ ଦିନ ଧରି ଚାଲୁ ରହିଥିବା ଦଳର ସାଂଗଠନିକ ବୈଠକ ସଂପର୍କରେ ସୁଚନା ଦେଇ ଶ୍ରୀ ସିଂ କହିଥିଲେଯେ, ବର୍ଷକ ତଳୁ ଆରମ୍ଭ ହୋଇଥିବା ଦଳର ସଂଗଠନକୁ ତୃଣମୁଳ ସ୍ତରରୁ ସୁଦୃଢ କରିବା ପ୍ରଚେଷ୍ଟା ସଫଳ ହୋଇଛି। ରାଜ୍ୟ ସରକାରଙ୍କ କୁଶାସନ ବିରୋଧରେ ଦଳ ଆଗକୁ ଆହୁରି ଆନେ୍ଦାଳନ କରିବ। ରାଜ୍ୟକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଅଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ମନ୍ତ୍ରୀ, ବିଧାୟକ ଏବଂ ନେତାମାନେ ବିଜେପି ଦଳର କାର୍ଯ୍ୟକର୍ତାମାନଙ୍କୁ ଲାଠି, ଠେଙ୍ଗା ଦ୍ୱାରା ମାଡ ମାରିବା ସହିତ ବିଧା, ଗୋଇଠା ମଧ୍ୟ ମାରୁଛନ୍ତି। ବିଜେପି କର୍ମୀଙ୍କ ଉପରେ ୩୦୭ ଭଳି ସଂଗୀନ ଦଫା ଲାଗୁ କରାଯାଉଛି। ଯାହାକି ଅତ୍ୟନ୍ତ ଅଶୋଭନୀୟତା ଅଟେ। ଭ୍ରଷ୍ଟାଚାର, ଦୁର୍ନିତୀରେ ବୁଡି ଅପାରଗ ଓ ସ୍ଥାଣୁ ପାଲଟି ଯାଇଥିବା ରାଜ୍ୟ ସରକାର ଅହଂକାର ଏବଂ ଗର୍ବରେ ବୁଡି ରହିଛନ୍ତି। ଯାହାକି ତାଙ୍କର ଶେଷ ସମୟର ପରିଚୟ ଅଟେ ବୋଲି ଶ୍ରୀ ସିଂ କହିଛନ୍ତି। ରାଜ୍ୟରେ ନିରୀହ ଆଦିବାସୀଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୧୫-୧୬ ମସିହାରେ ରାଜ୍ୟରେ ୧୩ ପ୍ରତିଶତ ବଳାକ୍ରାର, ୧୦ ପ୍ରତିଶତ ଅପରାଧ ଏବଂ ୮ ପ୍ରତିଶତ ମହିଳା ନିର୍ଯ୍ୟାତନା ବୃଦ୍ଧି ପାଇଛି, ଯାହାକି ଚିନ୍ତାଜନକ ବୋଲି ଶ୍ରୀ ସିଂ ଚିନ୍ତାବ୍ୟକ୍ତ କରିଛନ୍ତି। ସେହିପରି ଚିଟଫଣ୍ଡ ଦୁର୍ନିତୀରେ ଶାସକ ବିଜେଡି ଦଳର ୪୮ ଜଣ ମନ୍ତ୍ରୀ, ବିଧାୟକ ଏବଂ ସାଂସଦ ସଂଶ୍ଳିଷ୍ଟ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟରେ ଡାକ୍ତର ଅଭାବ ଥିବା କାରଣରୁ ଚିକିତ୍ସାରେ ଅବହେଳାର ଶିକାର ରାଜ୍ୟବାସୀ ହେଉଥିବାର ଅଭିଯୋଗ ମଧ୍ୟ କରିଛନ୍ତି। ପ୍ରତିବାଦ ସ୍ୱରୁପ ଆସନ୍ତା ସେପ୍ଟେମ୍ବର ୧୫ରୁ ୨୦ ମଧ୍ୟରେ ସମସ୍ତ ଜିଲ୍ଲାରେ ଆନେ୍ଦାଳନ କରାଯିବ। ସେହିପରି ନଭେମ୍ବର ମାସରେ ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା, ଦୁର୍ନିତୀ ଆଦି ବିରୋଧରେ ଭୂବନେଶ୍ୱରରେ ବିଧାନସଭା ଘେରାଉ କରାଯିବ ବୋଲି ଶ୍ରୀ ସିଂ ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ଥିଲେ।

Share in top social networks!