ମହାନଦୀ ସଂପର୍କରେ ବିଜୁ ଜନତା ଦଳର ପୂର୍ଣ୍ଣାଙ୍ଗ କମିଟି ଘୋଷିତ; ବୈଷୟିକ ପରାମର୍ଶଦାତା ମଣ୍ଡଳୀ ସହାୟତା ଦେବେ

13901480_756035411202731_3237524598159786769_nଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହାନଦୀ ସଂପର୍କରେ ଏକ ପୂର୍ଣ୍ଣାଙ୍ଗ କମିଟି ଏହାର ଅଧ୍ୟକ୍ଷ ତଥା ବିଜେଡି ଉପ-ସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦ୍ୱାରା ଘୋଷିତ ହୋଇଛି। ଏହି କମିଟି ଏକ ବୈଷୟିକ ପରାମର୍ଶଦାତା ମଣ୍ଡଳୀର ସହାୟତା ନେବେ।

ଏହି ୧୨ଜଣିଆ କମିଟି ଅଗଷ୍ଟ ୭ ଓ ୮ ତାରିଖ ଏହି ଦୁଇଦିନ ମହାନଦୀର ଛତିଶଗଡ଼ ଓ ଓଡ଼ିଶା ସୀମାର ପ୍ରକଳ୍ପ ଅଞ୍ଚଳ ଯିବ ଏବଂ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି। ଏହି କମିଟିରେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଅଧ୍ୟକ୍ଷ, ସଦସ୍ୟ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ଅମାତ, ମଙ୍ଗଳା କିଶାନ, କିଶୋର ମହାନ୍ତି, ପଦ୍ମନାଭ ବେହେରା, ସଞ୍ଜୟ ଦାସବର୍ମା, ରୋହିତ ପୂଜାରୀ, ସୁଶାନ୍ତ ସିଂହ, ପ୍ରତାପ ଦେବ ଏବଂ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଶ୍ରୀମତୀ ରାସେଶ୍ୱରୀ ପାଣିଗ୍ରାହୀ ଅଛନ୍ତି। ଏହି କମିଟି ଏକ ବୈଷୟିକ ପରାମର୍ଶଦାତା ମଣ୍ଡଳୀର ସହାୟତା ନେବ। ଏହି ମଣ୍ଡଳୀରେ ଜଳସଂପଦ ବିଭାଗର ପୂର୍ବତନ ଯନ୍ତ୍ରୀ ମୁଖ୍ୟ ଶ୍ରୀ ଶରତ ମହାନ୍ତି, ଶ୍ରୀ ଶ୍ରୀଧର ବେହେରା,
ଶ୍ରୀ ରମେଶ ରଥ ପ୍ରମୁଖ ରହିବେ।

ପରିଦର୍ଶନ ଓ ଅନୁଧ୍ୟାନ ପରେ କମିଟି ଏ ସଂପର୍କରେ ଆବଶ୍ୟକ ସ୍ଥଳେ ବିଭିନ୍ନ ଦଳ, ବିଶେଷଜ୍ଞ, ସିଭିଲ୍‌ ସୋସାଇଟି ଓ ଅନୁଷ୍ଠାନମାନଙ୍କ ସହିତ ମତ ବିନିମୟ କରିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତିଙ୍କୁ ତଥ୍ୟ ପ୍ରଦାନ କରିବ।

Share in top social networks!