ନିଜ ମାଟିର ସ୍ୱାର୍ଥ ଏବଂ ଜାତିର ସ୍ୱାଭିମାନ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଧ୍ୟେୟ ହେଉା

damodarଡା. ଦାମୋଦର ରାଉତ
ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ ସରକାର ଏକତରଫା ଭାବେ ଅନେକଗୁଡ଼ିଏ ଆନିକଟ ନିର୍ମାଣକୁ ନେଇ ଓଡ଼ିଶାବାସୀଙ୍କ ମନରେ ଯେଉଁ ଆଶଂକା ସୃଷ୍ଟି ହୋଇଛି ସେ ସମ୍ପର୍କରେ ରାଜ୍ୟ ସରକାର ଏବଂ ବିଜୁ ଜନତା ଦଳ ଯେଉଁ ପ୍ରତିବାଦ ବିକ୍ଷୋଭ କରି ଚାଲିଛନ୍ତି ସେଥ#ରେ ଦୁଇ ଜାତୀୟ ବିରୋଧ# ଦଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି କେବଳ ରାଜନୈତିକ ଫାଇଦା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଯେଉଁ ପ୍ରକାର ଭାଷଣବାଜିରେ ଲିପ୍ତ ରହିଛନ୍ତି ସେଥ#ରୁ ଜଣାପଡ଼ୁଛି ଏହି ଦୁଇ ଜାତୀୟ ଦଳ ଭିତରେ ଭିତରେ କୋଳାକୋଳି ଏବଂ ବାହାରେ ଲୁଚକାଳି ଖେଳ ଖେଳୁଛନ୍ତି । ପୋଲାଭରମ୍ ଇସୁ୍ୟରେ କଂଗ୍ରେସ ଯେଉଁ ଭୂମିକା ଗ୍ରହଣ କରିଥ#ଲା ଏବଂ ଉପା ସରକାର ଓଡ଼ିଶା ସ୍ୱାର୍ଥ ପ୍ରତି ଯେଭଳି ଆଖ#ବୁଜି ଦେଇଥ#ଲେ ପରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଲା ପରେ ଓଡ଼ିଶାର ଅସମାହିତ ପ୍ରତିବାଦ ପ୍ରତି ଦୃଷ୍ଟି ନଦେଇ ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଦେଲେ । ଏବେ କେଲୋ ପ୍ରକଳ୍ପକୁ ଏକତରଫା ଭାବେ ଛତିଶଗଡ଼ ସରକାର ଆରମ୍ଭ କଲାବେଳେ ଦିଲ୍ଲୀର ଉପା ସରକାର ଏବଂ ଜାତୀୟ ଜଳ ଆୟୋଗ ଯେଭଳି ଆଚରଣ ପ୍ରଦର୍ଶନ କରିଥ#ଲେ, ଏବେ ରାଜ୍ୟ କଂଗ୍ରେସ ଦଳ ରାଜ୍ୟର ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବାଦ ପ୍ରତି ସାମାନ୍ୟ ସହଯୋଗ ନଦେଇ କେବଳ ରାଜ୍ୟ ସରକାରଙ୍କୁ ନିନ୍ଦିତ କରିବା ପାଇଁ ତତ୍ପର ହୋଇ ଉଠିଛନ୍ତି । ଏଥ#ରୁ ସ୍ପଷ୍ଟ ପ୍ରତୀକ ହେଉଛି ଯେ, ରାଜ୍ୟର ଉଭୟ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ନେତାମାନେ ସେମାନଙ୍କ ଜାତୀୟ ନେତା ଅନ୍ୟ ଅର୍ଥରେ ହାଇ କମାଣ୍ଡଙ୍କ ଉତ୍ସର୍ଗୀକୃତ ଆଜ୍ଞାବହ ପାଲଟିଛନ୍ତି । ନିଜର ଜନ୍ମମାଟି ପ୍ରତି ସାମାନ୍ୟତମ ମମତା ପ୍ରକଟ ନକରି କେବଳ ଦିଲ୍ଲୀରେ ରହୁଥ#ବା ସେମାନଙ୍କ ନେତାଙ୍କର ଚାଟୁକାର ପାଲଟିଛନ୍ତି ।
ଆମ ସଂସଦୀୟ ଗଣତନ୍ତ୍ରରେ ଅର୍ନ୍ତନିହିତ ସଂକଳ୍ପ ହେବା ଉଚିତ୍ “”ଆଗେ ହେଉଛି ମାଟି, ପରେ ହେଉଛି ପାର୍ଟି । ମାଟି ହେଉଛି ମାଆ, ପାର୍ଟି କେବଳ ରାହା ମାତ୍ର” । କାରଣ ଆମର ସଂଘୀୟ ବ୍ୟବସ୍ଥାରେ ଦେଶର ପ୍ରଧାନମନ୍ତ୍ରୀଙ୍କର ଦଳୀୟ ପ୍ରୀତି, ଆଞ୍ଚଳିକ ଭାବନା ପରିବର୍ତ୍ତେ ରାଜ୍ୟ ରାଜ୍ୟ ମଧ୍ୟରେ ସମବିକାଶ ଏବଂ ରାଷ୍ଟ୍ରୀୟ ଭାବନା ପରିପୂର୍ଣ୍ଣ ହୋଇ ରହିବା କଥା । ମାତ୍ର ବିଗତ କେତେ ବର୍ଷ ଭିତରେ ପ୍ରଧାନମନ୍ତ୍ରୀମାନେ ନିଜ ଦଳ ଓ ରାଜ୍ୟର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଚାଲିଛନ୍ତି । ଫଳରେ କଂଗ୍ରେସ ହେଉ କି ବି.ଜେ.ପି. ହେଉ ରାଷ୍ଟ୍ର ପ୍ରତି ଏବଂ ରାଷ୍ଟ୍ରକୁ ଶକ୍ତିଶାଳୀ କରିବା ପାଇଁ ରାଜ୍ୟ ରାଜ୍ୟ ଭିତରେ ସୌହାର୍ଦ୍ଦ୍ୟ ଏବଂ ପାରସ୍ପରିକ ସହଯୋଗ ପରିବର୍ତ୍ତେ କେବଳ କ୍ରୋଧ ଏବଂ ବିଦେ୍ୱଷକୁ ପ୍ରୋତ୍ସାହିତ କରୁଛନ୍ତି । ଫଳରେ ଦେଶରେ ଆଭ୍ୟନ୍ତରିଣ କନ୍ଦଳ ବଢ଼ି ବଢ଼ି ଯାଉଛି, ସମବିକାଶ ପରିବର୍ତ୍ତେ ଦୁର୍ନୀତି ଏବଂ ଦାରିଦ୍ର୍ୟକୁ ସଂପ୍ରସାରିତ କରି ଦେଶକୁ ଦୁର୍ବଳ କରାଉଛି । ଶରୀରକୁ ସୁସ୍ଥ ସବଳ ରଖ#ବା ପାଇଁ ଅଙ୍ଗପ୍ରତ୍ୟଙ୍ଗକୁ ସୁସ୍ଥ ନ ରଖ#ଲେ ଶରୀର ଯେଭଳି ଦୁର୍ବଳ ହୋଇଯାଏ, ସେହିଭଳି ସଭ୍ୟଭୁକ୍ତ ରାଜ୍ୟମାନଙ୍କ ମଧ୍ୟରେ ସମବିକାଶ ନ ହେଲେ ଦେଶ ମଧ୍ୟ ଦୁର୍ବଳ ଓ ଶକ୍ତିହୀନ ହୋଇଯିବ । ଏ କଥାକୁ ଯଦି ରାଷ୍ଟ୍ରୀୟ ନେତାମାନେ ନିଜ ନିଜର ଧ୍ୟାନ ଧାରଣାକୁ ନ ନେବେ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଆମ ଦେଶ ଦୁର୍ବଳ ଓ ଶକ୍ତିହୀନ ହୋଇ ପଡ଼ିବାର ନିଶ୍ଚିତ ସମ୍ଭାବନା ଦେଖା ଦେବ ଏବଂ ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେବ । ସେହିଭଳି ଯେକୌଣସି ରାଜ୍ୟରେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବହୁ ରାଜନୈତିକ ଦଳ ସୃଷ୍ଟି ହୋଇଥାଏା ମାତ୍ର ରାଜ୍ୟ ଭିତରେ ସବୁ ଦଳ ନିଜର ମାଟି ମାଆର ସ୍ୱାର୍ଥ ପାଇଁ ସମ୍ମିଳିତ ସ୍ୱର ଉତ୍ତୋଳନ ନକଲେ ପ୍ରତିପକ୍ଷ ତା’ର ସୁବିଧା ନେବୋ ଯାହା ଜଣାପଡୁଛି ଓଡ଼ିଶାର ଦୁଇ ପ୍ରମୁଖ ଜାତୀୟ ଦଳର ସଭ୍ୟଭୁକ୍ତ ରାଜନେତାମାନେ ଯେଉଁ ଭାଷଣବାଜି ଆରମ୍ଭ କରୁଛନ୍ତି, ଗୋଟିଏ ଲକ୍ଷ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦିତ କରିବା ଏବଂ ବିଜୁ ଜନତା ଦଳ ବିରୁଦ୍ଧରେ କାରଣ ନଥାଇ ବିଷ ଉଦ୍ଗାର କରିବା ଓ ସଂପୂର୍ଣ୍ଣ ଦଳୀୟ ସ୍ୱାର୍ଥ ଏବଂ ଦିଲ୍ଲୀରେ ରହୁଥ#ବା ସେମାନଙ୍କର ନେତାଙ୍କ ପ୍ରତି ଆନୁଗତ୍ୟ ଏବଂ ତୋଷାମଦି ଚାଲୁ ରହିବ ଏହା ନିଜ ମାଟି ମାଆ ପ୍ରତି ବିଶ୍ୱାସଘାତକତା ଏବଂ ବିଦ୍ରୁପ ବୋଲି ବୁଝିବାକୁ ହେବା
ଆମ ରାଜ୍ୟ ଓଡ଼ିଶା ଏକ ସ୍ୱଳ୍ପ ବୃଷ୍ଟିର ରାଜ୍ୟ ନୁହୋଁ ହୀରାକୁଦ ବନ୍ଧର ନିମ୍ନ ଭାଗରୁ ମୁହାଣ ପର୍ଯ୍ୟନ୍ତ ଦୂରତା ପ୍ରାୟ ୩୩୦ କି.ମି.ା ତେବେ ଏହି ପର୍ଯ୍ୟାପ୍ତ ଅଞ୍ଚଳରେ ବର୍ଷକୁ ହାରାହାରି ୧୪୮୨ ମିଲିମିଟର ବୃଷ୍ଟିପାତ ହୋଇଥାଏା ସେଥ#ରେ ହୀରାକୁଦ ଆନିକଟରୁ ନିର୍ଗତ ଛତିଶଗଡର ଜଳ ମିଶ୍ରଣ ହେଲେ ରାଜ୍ୟ ଏକ ଜଳବହୁଳ ଅଞ୍ଚଳ ବୋଲି ବୁଝାଯାଏ ଏବଂ ଓଡ଼ିଶା ରାଜ୍ୟର ଜଳସଂପଦ ଜାତୀୟ ଜଳସଂପଦର ପ୍ରାୟ ୧୧ ପ୍ରତିଶତ ଏବଂ ଏହି ଜଳସଂପଦର ପ୍ରାୟ ୬୭ରୁ ୭୦ ଭାଗ ଜଳ ଜଳସେଚନ କିମ୍ବା ଶିଳ୍ପ କ୍ଷେତ୍ରରେ ବିନିଯୋଗ ନହୋଇ ସମୁଦ୍ରକୁ ଚାଲିଯାଏା ତେବେ ମହାନଦୀ ସମେତ ଅନ୍ୟ ଯେତେଗୁଡିଏ ନଦୀ ଆନ୍ତରାଜ୍ୟ ମଧ୍ୟରେ ପ୍ରବାହିତ ଜଳ ଓଡ଼ିଶାକୁ ଆସିଥାଏ ବେଳେବେଳେ ତାହା ବନ୍ୟା ବିଭିଷିକାରେ ପରିଣତ ହୁଏା ସେଥ#ପାଇଁ ଏବେ ସମୟ ଉପଗତା ଏହି ଚିରସ୍ରୋତା ନଦୀଗୁଡିକ ପ୍ରବାହିତ ଜଳସଂପଦ ବିପଦର କାରଣ ନହୋଇ ବିକାଶ କ୍ଷେତ୍ରରେ କିଭଳି ସଦ୍ବିନିଯୋଗ ହୋଇପାରିବ ତା’ର ଚିନ୍ତା କରାଯାଉା ମୁଁ ଭାବୁଛି ବିଶେଷଜ୍ଞମାନଙ୍କ ମତାମତ ଏବଂ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ଏ କଥାକୁ ଅଗ୍ରାଧ#କାର ଦିଅନ୍ତୁା ରାଜ୍ୟବାସୀଙ୍କ ମନରେ କେବଳ କ୍ରୋଧ ଏବଂ ସହନଶୀଳତାର ଅଭାବ ନ ଘଟାଇ ନିଜ ଜନ୍ମମାଟି ପ୍ରତି ସମ୍ୟକ୍ ଦୃଷ୍ଟି ଦିଆଯାଉା ଏକଥା ସତ୍ୟ ଯେ ହୀରାକୁଦ ବନ୍ଧ ନିର୍ମାଣ ହେବା ପୂର୍ବରୁ ମହାନଦୀର ପ୍ରବଳ ଜଳସ୍ରୋତ ଓଡ଼ିଶାର ପ୍ରାୟ ଦୁଇ-ତୃତୀୟାଂଶ ଅଞ୍ଚଳକୁ ମହାବନ୍ୟାରେ ପ୍ଳାବିତ କରି ଜନଜୀବନକୁ କ୍ଷତବିକ୍ଷତ କରିବା ସଙ୍ଗେ ସଙ୍ଗେ ରାଜ୍ୟର ଅର୍ଥନୀତିକୁ ଭୟଙ୍କର ଭାବେ ପ୍ରଭାବିତ କରୁଥ#ଲା ଏବଂ ବନ୍ୟା ପରବର୍ତ୍ତୀ କାଳରେ ଉଭୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବଂ ଉତ୍ତର-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଭାବେ ଜଳ ବୃଷ୍ଟି ନ କରାଇଲେ ଘୋର ମରୁଡି ଦେଖା ଦେଇଥାଏା ପୁଣି ବେଳେବେଳେ ପ୍ରଶାନ୍ତ ମହାସାଗରରେ ଲଘୁଚାପ ସୃଷ୍ଟି ହେଲେ ମହାବାତ୍ୟା ବୋଝ ଉପରେ କୋରଡା ମାଡ ଭଳି କାରୁଣ୍ୟ ସୃଷ୍ଟି କରିଥାଏା ସେଥ#ପାଇଁ ଯୁଗ ଯୁଗ ଧରି କଥା ରହି ଆସିଛି-ବାତ୍ୟା, ବନ୍ୟା, ମରୁଡି ଓଡ଼ିଶାର ଚିର ସହଚର ଏବଂ ଅଭାବ ଅନଟନ ଜନଜୀବନ ଧ୍ୱଂସର କାରଣ ହୋଇଥାଏା ଆମ ରାଜ୍ୟ ଏକ ସମୁଦ୍ର ତଟବର୍ତ୍ତୀ ରାଜ୍ୟା ୪୮୦ କି.ମି.ରୁ ଅଧ#କ ହେଉଛି ଏହାର ଉପକୂଳ ଏବଂ ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳ ରାଜ୍ୟଗୁଡିକର ପାହାଡ ପର୍ବତରୁ ଯେଉଁ ନଦୀ ଧାର ସୃଷ୍ଟି ହୋଇଥାଏ ତାହା ଆମ ରାଜ୍ୟ ଦେଇ ସମୁଦ୍ରକୁ ବୋହିଯାଇଥାଏା ତେବେ ମହାନଦୀ, ସୁବର୍ଣ୍ଣରେଖା, ଇନ୍ଦ୍ରାବତୀ ଆଦି ଚିରସ୍ରୋତା ଏବଂ ଖରସ୍ରୋତା ନଦୀଗୁଡିକରୁ ବୋହି ଆସୁଥ#ବା ଅମାପ ଜଳରାଶିକୁ ଯଦି ଠିକଣା ଭାବେ ନିୟନ୍ତ୍ରଣ ଏବଂ ଉପଯୋଗ କରା ନଯାଏ ଓଡ଼ିଶାରୁ ଦାରିଦ୍ର୍ୟ ହଟିବ ନାହିଁ ବରଂ ବିକାଶ ପାଇଁ ସକଳ ସଂକଳ୍ପ ସମାହିତ ହୋଇ ରହିଯିବା ଏହାର କରୁଣ ଅନୁଭୂତି ହେଉଛି ନ’ଅଙ୍କ ଦୁର୍ଭିକ୍ଷା ୧୮୬୬ ମସିହାରେ ଏହିଭଳି ବନ୍ୟା ବିଭିଷିକା ଏବଂ ପରେ ପରେ କରାଳ ମରୁଡି ଯୋଗୁଁ ଲକ୍ଷାଧ#କ ଲୋକଙ୍କର ଜୀବନ ନାଶର କାରଣ ହୋଇଥ#ଲାା ସେ ସମୟର ବ୍ରିଟିଶ ପ୍ରଶାସକ ରେଭେନ୍ସା ସାହେବଙ୍କ ଆତ୍ମଜୀବନୀ ପଢିଲେ ତା’ର ନିଖୁଣ ଚିତ୍ର ମିଳିଥାଏା
ରେଭେନ୍ସା ସାହେବଙ୍କ ଆତ୍ମଜୀବନୀରେ ଅଧ#କାରୀ ଏବଂ ଅମଲାମାନଙ୍କର ଚରିତ୍ର ଏବଂ ଦାୟିତ୍ୱବୋଧ କିଭଳି ଥ#ଲା ତାହା ସେ ଦୁଃଖର ସହିତ ବର୍ଣ୍ଣନା କରିଯାଇଛନ୍ତିା ବି୍ରଟିଶ ଉପନିବେଶ ଶାସନ ଆସିଲା ପରେ ଅମଲା ଓ ଅଧ#କାରୀଙ୍କୁ ନେଇ ଅମଲାତନ୍ତ୍ର ସୃଷ୍ଟି ହୋଇଥ#ଲା ଏବଂ ସେ ଅମଲାତନ୍ତ୍ର ଶାସିତମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନଥାଇ କେବଳ ବିଦେଶୀ ଶାସକମାନଙ୍କ ତୁଷ୍ଟିକରଣ ପାଇଁ ସୃଷ୍ଟି ହୋଇଥ#ଲାା ତେବେ ସ୍ୱାଧୀନତାର ୬୯ ବର୍ଷ ପରେ ଅମଲାତନ୍ତ୍ରର ଚରିତ୍ର ଏବଂ ଆଭିମୁଖ୍ୟରେ କେତେ ପରିବର୍ତ୍ତନ ଘଟିଛି ତା’ର ସମୀକ୍ଷା କଲେ ବେଶ୍ ଜଣାପଡିବା ଆଜି ଗୋରା ସାହେବଙ୍କ ବଦଳରେ କଳା ସାହେବଙ୍କ ରାଜୁତିା ତେବେ ଶାସକ ଏବଂ ପ୍ରଶାସକମାନଙ୍କର ଦାୟିତ୍ୱ ଏବଂ ଅଭିମୁଖ୍ୟରେ ଗୁଣାତ୍ମକ ପରିବର୍ତ୍ତନ ହୋଇଛି କି ନାହିଁ ଏବଂ ଶାସକବର୍ଗ ଏବେ ଅମଲାତନ୍ତ୍ରର ସେହି କଳା ପ୍ରଶାସକଙ୍କ କବଳରୁ ମୁକ୍ତ ହୋଇଛନ୍ତି କି ନାହିଁ ତା’ର ଏକ ବ୍ୟାପକ ସମୀକ୍ଷା ଆଜିର ରାଜନୀତିରେ ସଂଶ୍ଳିଷ୍ଟ ନଥ#ବା ବିଜ୍ଞ ବୈଷୟିକ ଜ୍ଞାନ ସଂପନ୍ନ ବୁଦ୍ଧିଜୀବୀମାନେ ନିଜକୁ ବିନିଯୋଗ କଲେ ଦେଶରେ ଏବଂ ରାଜ୍ୟରେ ଗୁଣାତ୍ମକ ପରିବର୍ତ୍ତନ ଅବଶ୍ୟ ସମ୍ଭବ ହୁଅନ୍ତାା ଦେଶର ତଥା ରାଜ୍ୟମାନଙ୍କର ଭୌଗୋଳିକ ସ୍ଥିତି, କର୍ମାଭ୍ୟାସ, ଖାଦ୍ୟାଭ୍ୟାସ, Cଶ୍ୱରବିଶ୍ୱାସ ଏବଂ ସାମାଜିକ ଚଳଣି ସାରା ଦେଶରେ ଏକ ପ୍ରକାର ନୁହୋଁ ରାଜ୍ୟ ରାଜ୍ୟ ଭିତରେ ସଂପ୍ରଦାୟ ମଧ୍ୟରେ, ଆଞ୍ଚଳିକ ଭିତ୍ତିରେ ଉପରୋକ୍ତ କ୍ଷେତ୍ରରେ ବିଭିନ୍ନତା ପୂରି ରହିଛିା ଏହାକୁ ଅନୁଭବ କରିନଥ#ବା କିମ୍ବା ରାଜ୍ୟମାନଙ୍କରେ ରହିଥ#ବା ଏହି ସ୍ୱାଭାବିକ ବିିଭିନ୍ନତା ଉପରେ ଧାରଧାରଣା ନଥ#ବା ପ୍ରଶାସକମାନେ ନିଜ ଅନୁମାନରେ ଯେଉଁ ବିକାଶର ଯୋଜନା ତିଆରି କରିବେ ଏବଂ ତାକୁ ଠିକଣା ବାଟରେ ନେବା ପାଇଁ ଅନୁଭବୀ ରାଜନେତାମାନେ ସେମାନଙ୍କର ଇଚ୍ଛାଶକ୍ତିକୁ ଯଦି ବିନିଯୋଗ ନ କରିବେ ତେବେ ୧୮୬୬ ମସିହାର କରୁଣ ଚିତ୍ର ଅବଶ୍ୟ ପୁନରାବୃତ୍ତି ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିାଁ ଏବେ ଠୁଁ “ସାଧୁ ସାବଧାନ’ା
ଆମ ଜନ୍ମମାଟି ମାଆର ସ୍ୱାର୍ଥ ଓ ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା ପାଇଁ ଦଳମତ ନିର୍ବିଶେଷରେ ଏକ ସମ୍ମିଳିତ ସ୍ୱର ପ୍ରକଟିତ ହେଉା

Share in top social networks!