ଆସାମକୁ ମିଳିଲା ତୈଳ ଓ ଗ୍ୟାସର ରିହାତି ପୂର୍ବର ମୂଲ୍ୟ ଉପରେ ରୟାଲଟି

s2016080486669ରାଜନୈତିକ ବିଦ୍ୱେଶ କାରଣରୁ ଆସାମକୁ ଏହି ଅର୍ଥ ପାଇବାରୁ ବଂଚିତ କରାଯାଇଥିଲା-ଧର୍ମେନ୍ଦ୍ର ପ୍ରଧାନ
ରାଷ୍ଟ୍ରାୟତ ତୈଳଉଦ୍ୟୋଗ ଇଣ୍ଡିଆନ ଅଏଲ ଓ ଓଏନଜିସି ତରଫରୁ ଆସାମ ସରକାରଙ୍କୁ ତୈଳ ଓ ଗ୍ୟାସର ରିହାତି ପୂର୍ବର ମୂଲ୍ୟ ଉପରେ ରୟାଲଟି ପ୍ରଦାନ କରାଯାଇଛି। ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓାଲ ଙ୍କୁ ଅଏଲ ଇଣ୍ଡିଆ ତରଫରୁ ୧ ହଜାର ୧୪୯.୨୪ କୋଟି ଓ ଓଏନଜିସି ତରଫରୁ ୩୦୦.୬୪ କୋଟି ଟଙ୍କାର ଚେକ ପ୍ରଦାନ କରାଯାଇଛି।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପୂର୍ବ ସରକାର ରାଜନୈତିକ ବିଦ୍ୱେଶ କାରଣରୁ ଆସାମକୁ ଏହି ଅର୍ଥ
ପାଇବାରୁ ବଂଚିତ କରାଯାଇଥିଲା। ରଷ୍ଟ୍ରାୟତ ତୈଳ ଓ ଗ୍ୟାସ କମ୍ପାନୀ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଅର୍ଥ
ଆସାମର ନାଯ୍ୟହକ ଥିଲା ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ସ୍ଥାନୀୟ ବାସିନ୍ଧାଙ୍କର ସେମାନଙ୍କ ଅଂଚଳରେ ଉପଲବ୍ଧ
ପ୍ରାକୃତିକ ସମ୍ପଦ ଉପରେ ପୂର୍ଣ ଅଧିକାର ରହିଛି। ସେ କହିଛନ୍ତି ତୈଳ କମ୍ପାନୀ ମାନଙ୍କ ଦ୍ୱାରା ଆସାମ ପ୍ରତି ଏହି ସୌଜନ୍ୟତା
ଆସାମ ଓ ତୈଳ କମ୍ପାନୀ ମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ କରିବ।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓାଲ ତୈଳ ରଷ୍ଟ୍ରାୟତ ଉଦ୍ୟୋଗ ମାନେ ଗୋଟିଏ ଇଷ୍ଟାଲମେଂଟରେ ସମସ୍ତ ଅର୍ଥ ପ୍ରଦାନ
କରିଥିବାରୁ ତୈଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ଓଏନଜିସି ଓ ଅଏଲ ଇଣ୍ଡିଆର ସିଏମଡି ମାନେ ଉପସ୍ଥିତ
ରହି ଏହି ଚେକ ପ୍ରଦାନ କରିଥିଲେ।

Share in top social networks!