ଆଇଆଇଏମ୍ସିରେ ଆଂଚଳିକ ସାମ୍ବାଦିକତା ଉପରେ ଜାତୀୟ କର୍ମଶାଳା

jurnoଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମ୍ସି) ଢେଙ୍କାନାଳରେ ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଶଳୟର ସହଯୋଗିତାରେ ଆଂଚଳିକ ସମ୍ବାଦିକତା, ସମସ୍ୟା ଓ ବିକାଶ ଉପରେ ଏକ ଜାତୀୟ କର୍ମଶାଳାର ଆୟୋଜନ ହୋଇଥିଲା। ଏହି ଅବସରରେ ଓଡ଼ିଆ ଦୈନିକ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ଆଂଚଳିକ ସମ୍ବାଦପତ୍ରର ବାଣିଜି୍ୟକ ବିକାଶ ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ। ପଟ୍ଟନାୟକ କହିଥିଲେ, ସାମ୍ବାଦିକ ହିସାବରେ ପ୍ରତ୍ୟେକ ସାମ୍ବାଦିକଙ୍କୁ ନୂଆ ବୈଷୟିକ କୌଶଳକୁ ଗ୍ରହଣ କରିବା ଉଚିତ୍ ।

ଧିରେ-ଧିରେ ନୂତନ ଜ୍ଞାନ କୌଶଳର ଆବିଷ୍କାର ଫଳରେ ସବୁ କ୍ଷେତ୍ରରେ ବିରାଟ ପରିବର୍ତନ ପରିଲକ୍ଷିତ ହେଉଛି। କିନ୍ତୁ ଏହା ଫଳରେ ଆମ ଉପରେ ପଡୁଥିବା ବିପରୀତ ପ୍ରଭାବ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ହିନ୍ଦୀ ଦୈନିକ ‘ଦେଶବନ୍ଧୁ’ର ସମୂହ ସଂପାଦକ ଯୋଗ ଦେଇ ବିଭିନ୍ନ ଆଂଚଳିକ ସାମ୍ବାଦିକତା କ୍ଷେତ୍ରରେ ବିକଶିତ ଜ୍ଞାନ କୌଶଳ ବିଷୟରେ ଆଲୋଚନା କରି କହିଲେ ଆଜିକାଲି ଟୋକ୍ନୋଲୋଜି ବହୁତ କିଛି ସରଳ କରି ଦେଇଛି। ପୂର୍ବରୁ ସୂଚନାର ପ୍ରସାରଣ ନିମନ୍ତେ ଲୋକମାନେ ବିଭିନ୍ନ ମାଧ୍ୟମ ଯଥା ପାରା, ଚିଠି ଆଦିର ସାହାରା ନେଉଥିଲେ କିନ୍ତୁ ଆଧୁନିକ ଯୁଗ ସହ ତାଳ ଦେଇ ସୂଚନା ପ୍ରସାରଣର ମାଧ୍ୟମ ବି ବଦଳି ଗଲା।

ଏବେ ଫେସବୁକ, ଟ୍ୱିଟର, ହ୍ୱାଟ୍ସଅପ୍ ଭଳି ବହୁ ମାଧ୍ୟମ ସୂଚନା ପହଂଚାଇବାରେ ସହାୟକ ହେଉଛି। ଶ୍ରୀବାସ୍ତବ କହିଥିଲେ ଜଣେ ସାମ୍ବାଦିକ ପାଇଁ ନୂଆ ଭାଷା ଶିଖିବା ବହୁତ ଜରୁରୀ କିନ୍ତୁ ଏହାସହ ଆଂଚଳିକ ଭାଷାକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ସେ ଜାତୀୟ ପିତା ମହାତ୍ମା ଗାନ୍ଧୀର ଉଦାହରଣ ଦେଇ କହିଥିଲେ, ମହାତ୍ମା ଗାନ୍ଧୀ ଯେବେ ବି କିଛି ଲେଖୁଥିବେ ଗୁଜୁରାଟୀ ଭାଷାରେ ଲେଖୁଥିଲେ। ଏହା ଅର୍ଥ ନୁହେଁ ଯେ, ତାଙ୍କୁ ଇଂରାଜୀ ଭାଷା ଆସୁ ନ ଥିଲା କିନ୍ତୁ ସେ ନିଜ ଆଂଚଳିକ ଭାଷାକୁ ଗୁରୁତ୍ୱ ଦେଉଥିଲା। ନିଜ ଭାଷାକୁ ଗୁରୁତ୍ୱ ଦେବାରେ କୌଣସି ସମସ୍ୟା ନାହିଁ। ଏହା ସହ ସେ କହିଥିଲେ ଏବେ ଟୋକ୍ନୋଲୋଜି କ୍ଷେତ୍ରରେ ଯାହା ବି ପରିବର୍ତନ ଘଟୁଛି ତାକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଏହି କର୍ମଶାଳାରେ ଓସମାନିଆ ବିଶ୍ୱବିଦ୍ୟାଳୟ ହାଇଦ୍ରାବାଦର ପ୍ରୋଫେସର ବି.ବାଲାସ୍ୱାମୀ ଆଂଚଳିକ ମିଡ଼ିଆ ସହ ଜାତୀୟ ମିଡ଼ିଆର ଗୁରୁତ୍ୱ ବିଷୟରେ କହିଥିଲେ। ଏହାସହ ବଙ୍ଗାଳୀ ଭାଷାରେ ପ୍ରକାଶିତ ଦୈନିକ ‘ଜୁଗାନ୍ତର’ର ପୂର୍ବ ସହାୟକ ସଂପାଦକ ଦେବବ୍ରତ ମୁଖୋପାଧ୍ୟାୟ ସମ୍ବାଦପତ୍ର ଉପରେ ପଡୁଥିବା ରାଜନୈତିକ ତଥା ଅନ୍ୟ ଚାପ ଉପରେ ନିଜର ଆଭିମୁଖ୍ୟ ରଖିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ସଂସ୍ଥାନର ଅଧ୍ୟକ୍ଷ ଡା. ମୃଣାଳ ଚଟର୍ଜୀ ସ୍ୱାଗତ ଭାଷଣ ଦେଇଥିଲେ ତଥା ଶ୍ରୀ ସୁବୀର ଘୋଷଙ୍କ ବକ୍ତବ୍ୟରୁ କର୍ମଶାଳାର ଆରମ୍ଭ ହୋଇଥିଲା। ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ର କୁଳସଚିବ ଏହି ସଭାକୁ ଉଦ୍ଘାଟନ କରିଥିଲେ। ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଜ୍ୟୋତି ପ୍ରକାଶ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ପ୍ରାରମ୍ଭ କରିଥିଲେ। ଏହି ଅବସରରେ ଆଇଆଇଏମ୍ସିର ଜିତେନ୍ଦ୍ର ପତି ଓ ଓଏସ୍ଓୟୂର ଜ୍ୟୋତିପ୍ରକାଶ ମହାପାତ୍ର ରାଜନୀତିରେ ମହିଳା ତଥା ସାମ୍ବାଦିକତା କ୍ଷେତ୍ରରେ ମହିଳାଙ୍କ ଭୂମିକା ଉପରେ ଉପସ୍ଥାପନା ଦେଇଥିଲେ। କର୍ମଶାଳାରେ ଆଇଆଇଏମ୍ସିର ଛାତ୍ରଛାତ୍ରୀଙ୍କ ସହ ଓଏସ୍ଓୟୁର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ। ସୂଚନା ଥାଉ କି ୪ଅଗଷ୍ଟକୁ ଓଡ଼ିଆ ସାମ୍ବାଦିକତା ଦିବସ ରୂପେ ମଧ୍ୟ ପାଳନ କରାଯାଏ। ଏହି ଦିନ ୧୮୬୬ ମସିହାରେ ପ୍ରଥମ ଓଡିଆ ସମ୍ବାଦପତ୍ର ଉକ୍ରଳ ଦୀପିକାର ଆରମ୍ଭ ହୋଇଥିଲା।

Share in top social networks!