ଦୁଇ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷଙ୍କ ସହ ଏକ ହଜାର କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦେଲେ

rajnagarbjdନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଏବଂ ପ୍ରଗତିଶୀଳତ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ରାଜନଗର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ରାଉତ ଏବଂ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବଳରାମ ସିଂହଙ୍କ ସହିତ ଏକ ହଜାରରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ଓ ନେତା ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ବିଜୁ ଜନତା ଦଳ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶ୍ରୀ ଧ୍ରୁବ ସାହୁଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପରିତ୍ୟାଗ କରି ହଜାର ହଜାର କଂଗ୍ରେସ ଦଳର
ନେତା ଓ କର୍ମୀ ଆଜି ରାଜନଗର ଠାରୁ ଏକ ବିଶାଳ ପଟୁଆରରେ ବାହାରି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚôଥିଲେ। ଦଳୀୟ
କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ଯୋଗଦାନକୁ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତାଙ୍କ ସରକାର ଗରିବ ଓ
ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି। ଯାହାକି ରାଜ୍ୟର ୪ କୋଟିରୁ ଊଦ୍ଧ୍ୱର୍ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି। ବିଜୁବାବୁଙ୍କ କର୍ମ ଭୂମି ରାଜନଗର ନିର୍ବାଚନ ମଣ୍ଡଳୀକୁ ରାଜ୍ୟର ବିକାଶ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ସେ ଚାହାନ୍ତି।

ସାତଭାୟାବାସୀଙ୍କ ଥଇଥାନ ବିଜୁବାବୁଙ୍କ ସ୍ୱପ୍ନ ଥିଲା, ଯାହାକି ଖୁବ୍‌ଶୀଘ୍ର ସରିବାକୁ ଯାଉଛି। ରାଜନଗରକୁ ରାଜ୍ୟର ଏକ ବିକଶିତ ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ପାଇଁ ଅଧିକ କଠିନ ପରିଶ୍ରମ କରିବାକୁ ସେ ଦଳରେ ଯୋଗ ଦେଉଥିବା ସମସ୍ତ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବାସନ୍ତୀ ଜେନା, ପ୍ରାକ୍ତନ ସରପଞ୍ଚ ନଳିନୀକାନ୍ତ ମଙ୍ଗରାଜ, ଶୈଳେନ୍ଦ୍ର ସ୍ୱାଇଁ, ପ୍ରାକ୍ତନ ସମିତି ସଭ୍ୟ
ଦେବକାନ୍ତ ମିଶ୍ର, ଡାମରପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଉର୍ମିଳା ତ୍ରିପାଠୀ, ଓଡ଼ିଶା ଜନମୋର୍ଚ୍ଚାର ପ୍ରାକ୍ତନ ଜିଲ୍ଲା ସଭାପତି କୈଳାସ ମହାନ୍ତି,
ଅନାଦି ଦାସ, ସୁକଦେବ ପ୍ରଧାନ, ପ୍ରକାଶ କୁଣ୍ଡୁ, ପଞ୍ଚାନନ ଦାସ, ଗୋପବନ୍ଧୁ ଦାସ, ପ୍ରଶାନ୍ତ ସ୍ୱାଇଁ, ସୁରେନ୍ଦ୍ର ଦାସ, ନିମାଇଁ ମହାନ୍ତି, ସୁଦର୍ଶନ ପ୍ରଧାନ, ଭଞ୍ଜକିଶୋର ସେଠୀ, ପଦ୍ମନାଭ ମହାନ୍ତି, ଚକ୍ରଧର ସ୍ୱାଇଁ, ସୁକୁମାର ମଣ୍ଡଳ, ଶଙ୍କର ପ୍ରଧାନ, ସୁଧାକୃଷ୍ଣ ମାଇତି, ହୁସେନ୍‌ ଅଲ୍ଲି ଶାହା, ବଳରାମ ଦଳାଇ, ରବୀନ୍ଦ୍ର ମଲ୍ଳିକ, ଗଗନ ପ୍ରଧାନ, ଅଞ୍ଜନ ଦାସ, ହରିଶ୍ଚନ୍ଦ୍ର ବିଶ୍ୱାଳ, ବୃନ୍ଦାବନ ରାଉଳ, ବ୍ରଜକିଶୋର ବେହେରା, ଜୟନ୍ତୀ ପ୍ରଧାନ, ଚିତ୍ତରଞ୍ଜନ ଦାସ, ଅକ୍ଷୟ ନାୟକ, ଚନ୍ଦନ ସାମଲ, ସେକ୍‌ ଆଇନୁଲ୍‌, ସେକ୍‌ ଇନାମୁଲ୍‌, ୟୁନୁସ୍‌ ଅଲ୍ଳି ଖାନ୍‌, ଭିମସେନ ପ୍ରଧାନ, ବଂଶୀଧର ଦାସ, ରଘୁନାଥ ଦାସ, ମହାବୀର ନାୟକ, ଅଶୋକ ମହାନ୍ତି, ଅମର ସିଅ, ରାଜକିଶୋର ମୁଦୁଲି, ପ୍ରଫୁଲ୍ଲ ନାୟକ, ବିଶ୍ୱନାଥ ଦାସ, ବିଜୟ କୁମାର ରାଉତ, କମଳ କୁମାର ରାଉତ, କାହ୍ନୁଚରଣ ଚଣ୍ଡ, ଘନଶ୍ୟାମ ପ୍ରଧାନ, ନିମାଇଁ ଚରଣ ରାଉତ, ଉତ୍ତମ ଚରଣ ପ୍ରଧାନ, ବାଇଧର ଜେନା, ଆଲୋକ ବେହେରା, ହୃଷିକେଶ ବେହେରା, ବାବୁ ସେଠୀ, ନୃସିଂହ ଦାସ, ସୁକୁମାର ମଣ୍ଡଳ, ମିଥୁନ ସ୍ୱାଇଁ, ସୂର୍ଯ୍ୟକାନ୍ତ ଦାସ, ନିରଞ୍ଜନ ଦାସ, ରମାକାନ୍ତ ରାଉତରାୟ, ଧ୍ରୁବଚରଣ ସୁବୁଦ୍ଧିଙ୍କ ନେତୃତ୍ୱରେ ଏକ ହଜାରରୁ ଊଦ୍ଧ୍ୱର୍ କର୍ମୀ କଂଗ୍ରେସ ଦଳ ପରିତ୍ୟାଗ କରି ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱସ୍ଥ୍ୟ ପରିବାର କଲ୍ୟାଣ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜୁ ଜନ୍ମ ଶତବାର୍ଷିକୀ କମିଟିର ରାଜ୍ୟ ଆବାହକ ଶ୍ରୀ ବେଦପ୍ରକାଶ ଅଗରୱାଲା, ବିଧାୟକ କିଶୋର ଚନ୍ଦ୍ର ତରାଇ, ମୁଖପାତ୍ର ତଥା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ପ୍ରତାପ କେଶରୀ ଦେବ ପ୍ରମୁଖ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ।

Share in top social networks!