କଟକ ଓ ଭୁବନେଶ୍ୱରରେ ମନୋରେଲ୍ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ

monorail_bhubaneswar ମଧ୍ୟରେ ଦ୍ରୁତ ଓ ଗଣ ପରିବହନ ବ୍ୟବସ୍ଥା ପାଇଁ ମୋନୋରେଲ୍ ଚଳାଚଳ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି | ଏଠି ପାଇଁ ଏପିଆଇଏଲ୍ ସଂସ୍ଥା ପକ୍ଷରୁ ଆଜି ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଉପାସ୍ତିତିରେ ଏ ନେଇ ସୂଚନା ଉପସ୍ଥାପନ କରିଛନ୍ତି | ଏହା ଦ୍ଵାରା ଯାତ୍ରୀ ପରିବହନକୁ ଅଧିକ ନିରାପଦ ଓ ଅଧିକ ଯାତ୍ରୀ ପରିବହନ କ୍ଷମତା ସୃଷ୍ଟି ହେବା ସହ ଅଳ୍ପ ପୁଞ୍ଜିର ଆବଶ୍ୟକତା ଅଛି | ଏହାର ଧାରଣା ପାଇଁ ପ୍ରତି ଏକ କିମି ପିଛା କେବଳ 150କୋଟି ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଇଛି |

ଏଥି ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରାଥମିକ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି | ଏଥି ପାଇଁ ପ୍ରତି କିମି ପିଛା ବ୍ୟୟ ଓ ଯାତ୍ରୀ ଭଡା ଉପରେ ସମୀକ୍ଷା କରିବାକୁ କୁହାଯାଇଛି | ବୈଠକରେ ଉନ୍ନୟନ କମିଶନରଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ |

Share in top social networks!
Powered By Indic IME