ବିଜେପି ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ସଂକଳ୍ପବଦ୍ଧ; ମୁଖ୍ୟ ଶାସନ ସଚିବଙ୍କୁ ଦଳୀୟ ସାଧାରଣ ସମ୍ପାଦକ ଭଳି ବ୍ୟବହାର କରୁଛି ବିଜେଡି

bjpmahanadiମହାନଦୀ ଓଡିଶାର ଜୀବନ ରେଖା। ମହାନଦୀର ପାଣି ଓଡିଶାବାସୀଙ୍କ ଜୀବନ ଜୀବିକା ପାଇଁ ଅତ୍ୟନ୍ତ ଜରୁରୀ। ମାତ୍ର ଦୀର୍ଘ ଦିନରୁ ରାଜ୍ୟ ସରକାରଙ୍କର ମହାନଦୀ ପ୍ରତି ଅବହେଳା କାରଣରୁ ସଂକଟ ସୃଷ୍ଟି ହୋଇଛି ଓ ବିଜେପି ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ସଂକଳ୍ପବଦ୍ଧ ବୋଲି ବିଜେପି ତରଫରୁ ସ୍ପଷ୍ଟ କରାଯାଇଛି।
ମହାନଦୀ ପ୍ରସଙ୍ଗରେ ରାଜ୍ୟର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ପ୍ରେସ କନଫ୍ରେନ୍ସ ପ୍ରତିକ୍ରିୟା ପ୍ରକାଶ କରି ବିଧାୟକ ପ୍ରଦୀପ ପୁରୋହିତ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ ବିଜେଡିର ମୁଖପାତ୍ର ମାନେ ଯେଉଁ କାଗଜ ପତ୍ର ଧରି ଟିଭି ଷ୍ଟୁଡିଓ ବୁଲି ବକ୍ତବ୍ୟ ରଖୁଥିଲେ, ମୁଖ୍ୟ ସଚିବ ସେହି କାଗଜକୁ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି। ବିଜେଡିର ମୁଖପାତ୍ର ମାନେ ଗତ କିଛି ଦିନ ଧରି ଯେଉଁ କାଗଜ ପତ୍ର ଧରି ବୁଲୁଥିଲେ , ତା ବାଦ ମୁଖ୍ୟ ଶାସନ ସଚିବ ଆଉ କଣ ନୂଆ କଥା ବା ନୂଆ ତଥ୍ୟ ପ୍ରଦାନ କରିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି।
ବିଜେଡିର ମୁଖପାତ୍ର ମାନେ ଏହି ମାମଲାରେ ବିଫଳ ହେଉଥିବା କାରଣରୁ ବିଜେଡି ଏବେ ଅମଲା ମାନଙ୍କୁ ଏହି କାର୍ଯ୍ୟରେ ଲଗାଇଛି ବୋଲି ବିଜେପି କହିଛି। ରାଜ୍ୟ ସରକାର ରାଜନୈତିକ ସଂକଟରେ ଆସିବା କାରଣରୁ ମୁଖ୍ୟ ଶାସନ ସଚିବଙ୍କୁ ବିଜେଡି ସାଧାରଣ ସମ୍ପାଦକ ଭଳି ଦଳ ବ୍ୟବହାର କରିବାକୁ ଚାହିଁଛି ବୋଲି ବିଜେପି ତରଫରୁ ଅଭିଯୋଗ କରା ଯାଇଛି।
ଯେଉଁ ପ୍ରସଙ୍ଗରେ ବିଜୁ ଜନତା ଦଳ ଲୋକସଭାରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛି ଓ ଏହାକୁ ନେଇ ଲୋକସଭା ବାଚସ୍ପତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସାରି ଛନ୍ତି। ତେଣୁ ଏହାର ସତ୍ୟତା କଣ, ତାହା ଆଗାମୀ ଦିନରେ ସ୍ପଷ୍ଟ ରୂପରେ ଜନ ସାଧାରଣରେ ପ୍ରକାଶିତ ହେବ। ମାତ୍ର ରାଜନୈତିକ ସଂକଟ କାରଣରୁ ବିଜେଡି ବିଚଳିତ ଥିବା ବେଳେ ମୁଖ୍ୟ ଶାସନ ସଚିବ କାହିଁକି ତରବରିଆ ଭାବେ ଗଣମାଧ୍ୟମକୁ ଆସି ବୟାନବାଜୀରେ ନିଜକୁ ସାମିଲ କରିଛନ୍ତି ତାକୁ ବିଜେପି ନାପସନ୍ଦ କରିଛି। ମହାନଦୀ ମାମଲାରେ ବିଜେଡି ସରକାର ଚାଲି ନ ଜାଣି ବାଟର ଦୋଷ ଦେଉଥିବା ବିଜେପି ତରଫରୁ କୁହାଯାଇଛି।
ବିଜେଡିର ଛତିଶଗଡ ଯାଉଥିବା ରେଳ ଗାଡି କୁ ରୋକିବା ଓ ଜଳ ଆୟୋଗ ସାମନାରେ ରିଲେ ଅନଶନ କରିବା ଘୋଷଣା ପ୍ରସଙ୍ଗରେ ମତ ଦେଇ ବିଜେପି କହିଛି ଯେ ଆନେ୍ଦାଳନ କରିବା ବିଜେଡିର ରାଜନୈତିକ ଅଧିକାର । ତେବେ ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରିବାକୁ ବିଜେଡି କାହିଁକି ପଛାଉଛି ଓ ଅନ୍ୟାନ୍ୟ ଆଇନଗତ ପଦକ୍ଷେପ ପାଇଁ ବିଜେଡି ଆଗ୍ରହ ଦେଖାଉ ନ ଥିବା କାରଣରୁ ବିଜେଡିର ମହାନଦୀ ପାଣିକୁ ଆଣିବା ନେଇ ପ୍ରତିବଦ୍ଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ବିଜେପି କହିଛିା

Share in top social networks!