ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ବିରୋଧରେ ଅଗଷ୍ଟ ୩ରେ ସମସ୍ତ ଷ୍ଟେସନ୍‌ରେ ପ୍ରତିକାତ୍ମକ ଭାବେ ଅଧଘଣ୍ଟା ପାଇଁ ମାଲବାହୀ ଟ୍ରେନ୍‌ ଅବରୋଧ: ବିଜେଡି

bjddବିଜୁ ଜନତା ଦଳ ଓଡ଼ିଶାର ମହାନଦୀ ଅବବାହିକା ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆନେ୍ଦାଳନର ସ୍ୱର ଉଠାଇ ଆସୁଛି ଏବଂ ପାର୍ଲିଆମେଣ୍ଟରେ ମଧ୍ୟ ଉପସ୍ଥାପନ କରିଛି। ତଥାପି ବେଆଇନ୍‌ ଭାବେ ଓଡ଼ିଶାର ବିନା ସହମତିରେ ମହାନଦୀ ଉପରେ ନିର୍ମାଣ ହେଉଥିବା ପ୍ରକଳ୍ପଗୁଡିକୁ ତୁରନ୍ତ ବନ୍ଦ କରିବା ପାଇଁ ଛତିଶଗଡ଼ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ଏବଂ ଅସତ୍ୟ ତଥା ମନଗଢ଼ା ତଥ୍ୟ ବିଭିନ୍ନ ଉପାୟରେ ଅବତାରଣା କରାଯାଉଛି।

ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଜାଣି ଅଜଣା ଥିବା ଛତିଶଗଡ଼ ସରକାରଙ୍କ ମନମାନି ବିରୋଧରେ ପ୍ରତିକାତ୍ମକ ଭାବେ ଅଗଷ୍ଟ ୩ ତାରିଖରେ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନ୍‌ରେ ଅଧଘଣ୍ଟା ପାଇଁ ପ୍ରତୀକ ମାଲବାହୀ ଟ୍ରେନ୍‌ ରୋକ ସହ ଛତିଶଗଡ଼ ଅଭିମୁଖେ ଯାଉଥିବା ସମସ୍ତ ମାଲବାହୀ ଟ୍ରେନ୍‌କୁ ଅବରୋଧ କରିବ। ସେହିପରି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନ କରାଯିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ତଥା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ମହାନ୍ତି ମିଳିତ ଭାବେ କହିଛନ୍ତି।

ଛତିଶଗଡ଼ ସରକାର ମହାନଦୀ ପ୍ରସଂଗରେ ବିଭ୍ରାନ୍ତିକର ତଥ୍ୟ ଚଞ୍ଚକତାପୂର୍ଣ୍ଣ ତଥ୍ୟ ଅବତାରଣା କରିବା ସହିତ ଓଡ଼ିଶାର ସ୍ୱାର୍ଥହାନୀ ପାଇଁ
କିଭଳି ଅଭିସନ୍ଧି କରୁଛନ୍ତି ତା’ର ନିରପେକ୍ଷ ତଦନ୍ତ କରାଯିବା ପାଇଁ ବିଜୁ ଜନତା ଦଳ ଦାବି କରେ। ଘଟଣା ପ୍ରବାହର ବିଭିନ୍ନ ଦିଗକୁ ନେଇ ବିଜୁ ଜନତା ଦଳ କଂଗ୍ରେସ ପ୍ରସ୍ତାବିତ ସର୍ବଦଳୀୟ ବୈଠକକୁ ପ୍ରତ୍ୟାଖ୍ୟାନ କରୁଛି। ଏହା ଆହ୍ୱାନ କରିଥିବା କଂଗ୍ରେସ ଦଳର ସରକାର କେନ୍ଦ୍ରରେ ଥିବାବେଳେ କେନ୍ଦ୍ରୀୟ ଜଳ ଆୟୋଗ କେଲୋ ପ୍ରକଳ୍ପର ମଞ୍ଜୁରୀ ଦେଇଥିଲେ। କଂଗ୍ରେସ ନେତୃବୃନ୍ଦ ସେତେବେଳେ କରୁଥିଲେ କ’ଣ? ସେମାନେ ଏବେ ପ୍ରଥମେ ନିଜର ଏଭଳି ଦାୟିତ୍ୱହୀନତା ଏବଂ ଅବହେଳାର ଯଥାଯଥ କାରଣ ରାଜ୍ୟବାସୀଙ୍କ ସମ୍ମୁଖରେ ରଖନ୍ତୁ।

କେନ୍ଦ୍ରରେ କ୍ଷମତାରେ ଥିବାବେଳେ ଉପା ସରକାର ପୋଲାଭରମ୍‌ ପ୍ରକଳ୍ପ ପାଇଁ ଅର୍ଥ ବରାଦ କରିଥିଲେ ଏବଂ ବର୍ତ୍ତମାନର ଏନ୍‌ଡିଏ
ସରକାର ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କଲେ। ଏହାଦ୍ୱାରା ଆଜି ଓଡ଼ିଶାର ଆଦିବାସୀ ଏବଂ ଚାଷୀକୁଳଙ୍କ ଜନଜୀବନ ଉଚ୍ଛନ୍ନ
ହୋଇପଡିଛି। ଉଭୟ କଂଗ୍ରେସ ଏବଂ ବିଜେପି ଓଡ଼ିଶାର ସ୍ୱାର୍ଥ ବିରୋଧୀ।

ନିଜ ମୁଖ ଲଜ୍ଜା ବଞ୍ଚାଇବା ପାଇଁ ସର୍ବଦଳୀୟ ବୈଠକ ଡାକିବା ପରିବର୍ତ୍ତେ, ଉଭୟ କଂଗ୍ରେସ ଏବଂ ବିଜେପି ଦଳର ରାଜ୍ୟ ନେତୃବୃନ୍ଦ
ଏବେ କେନ୍ଦ୍ରରେ ଥିବା ତାଙ୍କ ନେତାମାନଙ୍କୁ ସେମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥରେ କିଭଳି ବାଧା ପହଞ୍ଚାଇଛନ୍ତି, ସେକଥା ବୁଝାନ୍ତୁ ଏବଂ
ରାଜ୍ୟର ସ୍ୱାର୍ଥ ତଥା ଛତିଶଗଡ଼ର ମନମୁଖୀ କାର୍ଯ୍ୟ ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରିବା ପାଇଁ ଆଗେଇ ଆସିବା ନିମେନ୍ତ ପ୍ରବର୍ତ୍ତାନ୍ତୁ।
ମହାନଦୀ ଓଡ଼ିଶାର ଜୀବନ ଧାରା। ବର୍ତ୍ତମାନ କେନ୍ଦ୍ର ସରକାରରେ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ମହୋଦୟ ଦ୍ୱୟ ଏ ପ୍ରସଂଗରେ
ରାଜ୍ୟର ସ୍ୱାର୍ଥରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ଏ ପର୍ଯ୍ୟନ୍ତ ଏ ପ୍ରସଂଗରେ ସ୍ପଷ୍ଟ ଭାବରେ ନିଜ ନିଜର ଆଭିମୁଖ୍ୟ ରାଜ୍ୟବାସୀଙ୍କ
ନିକଟରେ ରଖିନାହାନ୍ତି। ଏବେ ସେ ଦୁହେଁ ନିଷ୍ପତ୍ତି ନିଅନ୍ତୁ, ସେମାନେ ନିଜ ଚୌକି ବଞ୍ଚାଇବା ପାଇଁ ମହାନଦୀ ପ୍ରସଂଗରେ ନିଜର ଏହି ଅସ୍ପଷ୍ଟ
ଆଭିମୁଖ୍ୟ ବଜାୟ ରଖିବେ କିମ୍ବା ଏହି ସ୍ପର୍ଶକାତର ପ୍ରସଂଗ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ରାଜ୍ୟ ପାଇଁ ଲଢ଼ିବେ ଏବଂ ଛତିଶଗଡ଼ର
ଏଭଳି ଅନ୍ୟାୟୋଚିତ କାର୍ଯ୍ୟକୁ ଆଦୌ ସମର୍ଥନ କରିବେ ନାହିଁ। ଛତିଶଗଡ଼ ଯିବା ପାଇଁ ଏକ ଅନୁଧ୍ୟାନକାରୀ ଟିମ୍‌ ସଂପର୍କରେ ଅଗଷ୍ଟ ୫
ତାରିଖରେ ଦଳ ତରଫରୁ ଘୋଷଣା କରାଯିବ।

Share in top social networks!