ଶାସକ ଦଳର ପୃଷ୍ଠପୋଷକତାରେ ଗୁଣ୍ଡାରାଜ ଅତ୍ୟନ୍ତ ନିନ୍ଦନୀୟ : ବିଜେପି

sajjanଆଜି ବୋ÷ଦ୍ଧ ଜିଲ୍ଲା ମନମୁଣ୍ଡାଠାରେ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ହୋଇଥିବା ଶାସକ ଦଳର ଗୁଣ୍ଡାରାଜ ଏବଂ ମନ୍ତ୍ରୀ, ବିଧାୟକ, ଓ ପୋଲିସର ଉପସ୍ଥି୍ିତିରେ ଯେଉଁଭଳି ଭାବେ ବିଜୁ ଜନତାଦଳର କର୍ମୀମାନେ ଗୁଣ୍ଡା ସାଜି ବିଜେପି କର୍ମୀମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି, ତାହା ସଭ୍ୟ ସମାଜ ପାଇଁ ଅତି ଦୁର୍ଭାଗ୍ୟଜନକ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଏକ ନଗ୍ନ ଆକ୍ରମଣ କହିଲେ ଅତ୍ୟୁକ୍ତି ହେବନାହିଁ। ଶାସକ ଦଳର କର୍ମୀମାନଙ୍କ ଏପରି ଆକ୍ରମଣ ଦ୍ୱାରା ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଯେ ଲୋକମାନଙ୍କ ଆସ୍ଥା ତୁଟିଯାଇଛି ଏହା ତାହାର ପରିଚାୟକ। ବିଗତ ଅଶୀ ଦଶକରେ ଯେଉଁଭଳି ଭାବରେ କଂଗ୍ରେସର ଗୁଣ୍ଡାମାନେ ପୋଲିସ ସମ୍ମୁଖରେ ବିରୋଧୀ ଦଳର କର୍ମୀମାନଙ୍କୁ ଆକ୍ରମଣ କରି ଆତଙ୍କରାଜ ଖେଳାଉଥିଲେ, ଆଜି ବୋ÷ଦ୍ଧ ଜିଲ୍ଲାରେ ବିଜୁଜନତା ଦଳର କର୍ମୀମାନେ ସମାନ ଧରଣର ଆଚରଣ ପ୍ରଦର୍ଶନ କରି ବିଭିନ୍ନ ସ୍ଥାନରେ ଭ୍ରଷ୍ଟାଚାରି ମନ୍ତ୍ରୀମାନଙ୍କ ଗସ୍ତ ପୂର୍ବରୁ ପୁଲିସ ଦ୍ୱାରା ଗିରଫଦାରୀ ଓ ଗୁଣ୍ଡାରାଜ ଏବଂ ଆକ୍ରମଣ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି।
ଦେଶର ପ୍ରଧାନମନ୍ତ୍ରୀଙ୍କର ପାରାଦୀପ ଗସ୍ତ ପୂର୍ବରୁ ବିଧାୟକମାନଙ୍କ ଦ୍ୱାରା ତିର୍ତୋଲ ଠାରେ ଗାଡି ଭଙ୍ଗା ତଥା ବିଜେପି କର୍ମୀମାନଙ୍କୁ ମାଡମାରିବା, ପ୍ରଧାନମନ୍ତ୍ରୀଙ୍କ ସଭାକୁ ଯାଉଥିବା ଲୋକମାନଙ୍କୁ ଜୋର୍ ଜବରଦସ୍ତ ଅଟକାଇବା ଭଳି ବିରଳ ଘଟଣା ଓଡିଶାରେ ଦେଖିବାକୁ ମିଳି ନଥିଲା। ଏହାକୁ ନିନ୍ଦା କରିବା ପରିବର୍ତେ ବିଜୁ ଜନତା ଦଳର ନେତୃତ୍ୱ ଏହି ଘଟଣାକୁ ସମର୍ଥନ ଓ ପ୍ରୋସôାହନ ଦେଲେ। ବରଗଡଠାରେ ଅତ୍ୟନ୍ତ ଅମାନବୀୟ ଓ ଅଗଣତାନ୍ତ୍ରିକ ଭାବରେ ରାଜ୍ୟର ଅତିଥି ତଥା କେନ୍ଦ୍ର ସରକାରଙ୍କର ମନ୍ତ୍ରୀ ମାନଙ୍କ ଉପରେ ମରଣାନ୍ତ୍ରକ ଆକ୍ରମଣ, ସେହି ଅଂଚଳର ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପ୍ରୋସôାହନରେ ହେଲା। ତାହା ସମଗ୍ର ଦେଶରେ ଆମ ରାଜ୍ୟକୁ ନିନ୍ଦିତ କଲା। ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱୀକାର କଲେ ଯେ ଗଣତନ୍ତ୍ର ପାଇଁ ବିଜେଡି ସରକାରଙ୍କର ସାମାନ୍ୟ ସମ୍ମାନ ନାହିଁ ଏବଂ ଆଜି ପର୍ଯ୍ୟନ୍ତ ଅପରାଧୀ ମାନେ ବାହାରେ ଘରି ବୁଲିଛନ୍ତି। ଆଜି ବୋ÷ଦ୍ଧ ଜିଲ୍ଲାର ମନମୁଣ୍ଡାଠାରେ ବିଜେଡି କର୍ମୀ ଓ ଗୁଣ୍ଡାଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟି କର୍ମୀମାନଙ୍କ ଉପରେ ଯେଉଁ ଭଳି ମରଣାନ୍ତ୍ରକ ଆକ୍ରମଣ ହୋଇଛି ଏହା ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଏବଂ ଏହା ବିରୁଦ୍ଧରେ ପାର୍ଟି ଗଣତାନ୍ତ୍ରିକ ପଦ୍ଧତି ଭିତରେ ଲମ୍ବା ସମୟ ପାଇଁ ରାଜ୍ୟବାସୀଙ୍କ ସହଯୋଗରେ ଅହିଂସାତ୍ମକ ଉପାୟରେ ଆନେ୍ଦାଳନ ଜାରି ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଆଜି ରାଜ୍ୟ ସରକାରଙ୍କର ସଂପୂର୍ଣ୍ଣ ବିଫଳତାର ଚିତ୍ର ଯଥା ରାସନ କାର୍ଡ ଦୁର୍ନୀତି, ଚାଷୀମାନଙ୍କୁ ମରୁଡି ସହାୟତା ଓ ବୀମା ରାଶି ବଂଟନ, ଜଳସେଚନ ଅଭାବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଯଥା ଡେଙ୍ଗୁ, ମାଲେରିଆ, ଜଣ୍ଡିସ୍ ହଇଜା ନିୟନ୍ତ୍ରଣରେ ବିଫଳତା, ମହିଳା ଓ ଶିଶୁ ପୁଷ୍ଟିହୀନତାରୁ ବଂଚାଇବାରେ ବିଫଳତା ଇତ୍ୟାଦି ବିଷୟକୁ ନେଇ ଭାରତୀୟ ଜନତା ପାର୍ଟି ଆଜି ରାଜ୍ୟବାପୀ ଯେଉଁ ବିକ୍ଷୋଭ ପ୍ରଦର୍ଶନ କରିଛି, ସେଥିପାଇଁ ପାର୍ଟିର ସମସ୍ତ କାର୍ଯ୍ୟକର୍ତାଙ୍କୁ ଦଳ ଧନ୍ୟବାଦ ଜଣାଉଛି।
ସର୍ବଶେଷରେ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଠାରେ ଯେଉଁଭଳି ଅତ୍ୟନ୍ତ ଅମାନବୀୟ ଭାବରେ ସାଧାରଣ ଗ୍ରାମବାସୀଙ୍କ ଉପରେ ଯେଉଁ ଦମନଲୀଳା ଚଳାଇଛନ୍ତି ଏବଂ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହେବାଭଳି ଏକ ବିଷୟକୁ ଲାଠିମାଡ ତଥା ଲୁହବୁହା ବାଷ୍ପ ପ୍ରୟୋଗ କରିବା ପରେ ଗିରଫଦାରୀର ଭୟ ଦେଖାଇବା ଆରମ୍ଭ କରିଛନ୍ତି , ଏହା ସରକାରଙ୍କର ହତାଶା ଓ ଜନ ବିରୋଧୀ ଭାବକୁ ପ୍ରତିଫଳିତ ହେଉଛି।
ଭାରତୀୟ ଜନତା ପାର୍ଟି , ସରକାରଙ୍କର ଭ୍ରଷ୍ଟାଚାରୀ ମନ୍ତ୍ରୀଙ୍କୁ ବିରୋଧ କରିବା ଜାରି ରଖିବ। ସରକାରଙ୍କର କୁଶାସନ ଏବଂ ଅବହେଳା ବିରୁଦ୍ଧରେ ଲଢେଇ ଜାରି ରଖିବ। ରାଜ୍ୟରେ କୋ÷ଣସି ସ୍ଥାନରେ ଜନବିରୋଧୀ ନୀତି କିମ୍ବା ନିରୀହ ଜନତାଙ୍କ ଉପରେ ହେଉଥିବା ଆକ୍ରମଣକୁ ସଂପୂର୍ଣ୍ଣ ରୁପେ ପାର୍ଟି ବିରୋଧ କରିଚାଲିବ ଏହି ପ୍ରରିପେକ୍ଷୀରେ ଆସନ୍ତା କାଲି ବିଜେପି ବିଧାୟକ ଦଳ ନେତା ଶ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ନେତୃତ୍ୱରେ ଏକ ବିଧାୟକ ପ୍ରତିନିଧି ମଣ୍ଡଳୀ ବୋ÷ଦ୍ଧ ଜିଲ୍ଲା ମନମୁଣ୍ଡା ଗସ୍ତ କରି ବିଜେଡି ଗୁଣ୍ଡାଙ୍କ ଦ୍ୱାରା ଆହତକର୍ମୀ କାର୍ଯକର୍ତାମାାନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଗାମୀ ଦିନରେ ଶାସକ ଦଳର ଗୁଣ୍ଡାରାଜକୁ ପ୍ରତିହତ କରିବା ପାଇଁ ଏକ ବିବରଣୀ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିବେ। ଏହି ବିବରଣୀ ଆସନ୍ତା ଅଗଷ୍ଟ ୪ ତାରିଖ ଦିନ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ଅରୁଣ ସିଂ ଓ ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ସୋ÷ଦାନ ସିଂଙ୍କ ନିକଟରେ ଉପସ୍ଥାପିତ ହେବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର ଏବଂ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

Share in top social networks!