ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ।

DEREDCROSSସମଗ୍ର ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ ମହାମାରୀ ରୂପ ନେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସମାଜର ଜନସାଧାରଣଙ୍କୁ ଡେଙ୍ଗୁ ସଂମ୍ପର୍କରେ ଅବଗତ କରାଇବା ପାଇଁ ଭାରତୀୟ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଭୂବନେଶ୍ୱର ଏବଂ ଏହାର ଆଖପାଖ ଅଂଚଳରେ ଯୁବ ରେଡ଼କ୍ରସ୍ ଏବଂ ଜୁନିୟର ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କୁ ୮ ଗୋଟି ଭାଗରେ ବିଭକ୍ତ କରାଯାଇ ପରାମର୍ଶଦାତାମାନଙ୍କ ଦାଇତ୍ୱରେ ଡେଙ୍ଗୁ ନ ବ୍ୱାପିବା ପାଇଁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ନିକଟସ୍ଥ ବସ୍ତିରେ ଯୁବ ରେଡ଼କ୍ରସ୍ ଏବଂ ଜୁନିୟର ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପରାମର୍ଶଦାତାମାନଙ୍କ ତତ୍ୱାବଧାନରେ ସଫେଇ, ରାଲି ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାପାଇଁ ପଦକ୍ଷେପ ନିଆଯାଇଛିା

ଆଜି, ଘ.ଓ.ଝ.ଡ.ଇ.ଝ, ଜଊ ଟଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚ, ଈଔଈ ଉକ୍ଟକ୍ଷକ୍ଷରଶର ଓ ଓଜଉ ଠସକ୍ଷକ୍ଷବଶର ଐସଶଷ
ଝମଷକ୍ଟକ୍ଟକ୍ଷ ମହାବିଦ୍ୟାଳୟର ଯୁବ ଓ ଜୁନିୟର ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ସହଯୋଗିତାରେ ସ୍ଥାନୀୟ ସାଲିଆ ସାହିର ତାରିଣୀ ନଗର ଓ ମେ ଫେୟାର ନଗରଠାରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତିନିକ ସଚିବ ଡ. ଚକ୍ରଧର ପଣ୍ଡାଙ୍କ ତତ୍ୱାବଧାନରେ ଏକ ଡେଙ୍ଗୁ ସଚେତନତା ଶୋଭାଯାତ୍ରା ସହ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍ୱେଚ୍ଛାସେବୀମାନେ ପ୍ଲାକାଡ ଧରି, ଡେଙ୍ଗୁରୋଗର କାରଣ ଓ ନିରାକରଣ ସମ୍ପର୍କରେ ସ୍ଳୋଗାନ ଦେଇ ଲୋକମାନଙ୍କୁ ଡେଙ୍ଗୁରୋଗ ସଂମ୍ପର୍କରେ ଅବଗତ କରାଇଥିଲେ। ଏହା ଛଡା ଏଠାରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରଚାର ପତ୍ର ବଣ୍ଟା ଯାଇ ପୋଷ୍ଟର ଲଗାଯାଇଥିଲା। ସାଲିଆ ସାହିର କମ୍ୟୁନିଟି ହଲଠାରେ ଡେଙ୍ଗୁ ସଂମ୍ବନ୍ଧୀୟ ଏକ ବୃତ୍ତଚିତ୍ର ଉପସ୍ଥାପନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ଭୂବନେଶ୍ୱର-ଉତ୍ତର ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଏଭଳି ଜନହିତକର କାର୍ଯ୍ୟ କରିବାପାଇଁ ଉସôାହିତ କରିଥିଲେ। ପରିଶେଷରେ ୨୧ନଂ ଓା୍ୱଡ, ମ÷÷ତ୍ରୀବିହାର ପାଖରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଡଃ. ମେଜର. କଳ୍ପନା ଦାସ, ଯୁବ ରେଡକ୍ରସ୍ ଅଧିକାରୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଡ. ଦିଲ୍ଲୀପ କୁମାର ମହାନ୍ତି, ପ୍ରୋଗ୍ରାମ ଅଫିସର୍, ହେଲ୍ଥ ଏବଂ ଶ୍ରୀମତୀ ଗୌøରିମଣୀ ବିଶ୍ୱାଳଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉଦ୍ଧ୍ୱର୍ ଯୁବ ରେଡ଼କ୍ରସ୍ ଏବଂ ଜୁନିୟର ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ଓ ପରାମର୍ଶଦାତା ଯୋଗଦେଇଥିଲେ।

Share in top social networks!